October 5, 2024

ବୁଗୁଡ଼ାରେ ବାହୁଡା଼ ଯାତ୍ରା , ମଝି ଦାଣ୍ଡରେ ଅଟକିଲା ରଥ

Share

 

      ବୁଗୁଡା : ତା ୧୫/୦୭/୨୪ : ବୁଗୁଡ଼ାରେ ବାହୁଡା଼ ଯାତ୍ରା ସମ୍ପର୍ଣ୍ଣ ହୋଇଛି । ଭକ୍ତଙ୍କ ଗହଣରେ ରଥ ଟଣା ହୋଇଥ‌ିବା ବେଳେ ମଝିଦାଣ୍ଡରେ ରଥ ଅଟକିଛି । ଆଜି ଅପରାହ୍ନରେ ପୁରୋହିତ ସିମାଞ୍ଚଳ ପଣ୍ଡାଙ୍କ ଦ୍ବାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହା ପରେ ମନ୍ଦିର ପୂଜକମାନେ ବାଦ୍ୟ ବାଜଣା ସହ ମହନ୍ତ ରବି ନାରାୟଣ ଦାଶଙ୍କୁ ଆମନ୍ତ୍ରଣ କରି ବରଣ କରିଥିଲେ । ତାହା ପରେ ବଳଦେବ,ସୁଭଦ୍ରା, ଜଗନ୍ନାଥ ତିନି ଠାକୁରଙ୍କର ଆଳତି କରାଯାଇ ପହଣ୍ଡି ବିଜେ ମାଧ୍ୟମରେ ସେମାନଙ୍କୁ ରଥାରୁଢ କରାଯାଇଥିଲା । ରଥ ଉପରେ ନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ଆଳତି କରାଯିବା ସହ ମହନ୍ତଙ୍କ ଦ୍ବାରା ଛେରା ପହଁରା କାର୍ଯ୍ୟ ହୋଇଥିଲା । ଏହାପରେ ଭକ୍ତମାନେ ଉତ୍ସାହର ସହ ହରିବୋଲ , ହୁଳହୁଳି ପକାଇ ଠାକୁରଙ୍କ ରଥକୁ ଟାଣି ମଝିଦାଣ୍ଡରେ ପହଞ୍ଚାଇଥିଲେ । ରଥଯାତ୍ରା ପରିଚାଳନା କମିଟିର ସଂପାଦକ ଶରତ ଚନ୍ଦ୍ର ମହାରଣାଙ୍କ ସମେତ ଅନ୍ୟ ସଦସ୍ୟଗଣ ଏବଂ ମନ୍ଦିରର ପୂଜକ, ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୂତୟନ ହୋଇ ଥିଲେ । ପ୍ରକାଶ ଯେ , ରଥରେ ଏକାଦଶୀରେ ଠାକୁରଙ୍କ ସୁନାବେଶ ଏବଂ ତା’ପର ଦିନ ଅଧରପଣା କାର୍ଯ୍ୟ ଶେଷ ହେବା ପରେ ତିନି ଠାକୁର ରତ୍ନବେଦୀକୁ ଫେରିବେ ।