November 25, 2024
Share

୧-ପୁରୀ:ଆଜି ବାହୁଡିବେ ମହାପ୍ରଭୁ,୧୨ଟାରେ ପହଣ୍ଡି,୪ଟାରେ ରଥ ଟଣା।

୨-ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ନେଇ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ, କମିଟି ଗଠନ କଲେ ମୁଖ୍ୟ ଶାସନ ସଚିବ।

୩-ପୁରୀ: ୫ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ ,ଚାବିରେ ଖୋଲିଲାନି, ଭଙ୍ଗାଗଲା ଭିତର ରତ୍ନ ଭଣ୍ଡାର ତାଲା।

୪-ଆସନ୍ତା ୨୨ ତାରିଖରୁ ସରଗରମ ହେବ ବିଧାନସଭା,୨୫ରେ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ।

୫-କଟକର ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ଆଖି ବୁଜିଲା ୧୧ ଦିନର ଶିଶୁ।

୬-ବିଏସକେୱାଇରୁ ବାଦ ପଡିଲା ତ୍ରିଶା ହସ୍ପିଟାଲ । ଅଗ୍ନି ନରାପତ୍ତା ଦେଖିବ ଟାସ୍କଫୋର୍ସ।

୭-ଖାଲି ପଡ଼ିଛି ଦେଢ଼ ଲକ୍ଷ ଯୁକ୍ତ ତିନି ସିଟ୍,ଗତ ବର୍ଷ ଖାଲି ପଡ଼ିଥିଲା ୮୪ ହଜାର ସିଟ୍।

୮-୬ OASଙ୍କୁ ପିଏସ, OSD ଭାବେ ନିଯୁକ୍ତି ଦେଲେ ମୋହନ ସରକାର।

୯-ଆଜିଠାରୁ ମିଳିବ ଧାନ ପଞ୍ଜିକରଣ ଫର୍ମ,MSP ଉପରେ ଚାଷୀଙ୍କ ଆଖି।

୧୦-ଡିଜିଟାଲ ଆରେଷ୍ଟ ଫାଶରେ ଓଡ଼ିଶା! ବାବୁ ବନୁଛନ୍ତି ବୋକା, ଲୁଟେରା ମାଲେମାଲ୍।

୧୧-କେନ୍ଦୁଝର, ମଙ୍ଗଳପୁର: ସ୍ବର୍ଣ୍ଣ ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା।

୧୨-ନୂଆପଡ଼ା: ଇସ୍ରୋ ଗସ୍ତ କରି ଜିଲ୍ଲା ପାଇଁ ଗୋୖରବ ଆଣିଛନ୍ତି ଜୁନିଅର ସାଇଣ୍ଟିଷ୍ଟ ଆହ୍ବାନ ଜ୍ୟୋତି ଖମାରୀ।

୧୩-ଦିଗପହଣ୍ଡି ଅନ୍ତର୍ଗତ ଫାଶୀଗୁଡ଼ା ଗ୍ରାମ:ବିଦ୍ୟୁତ ଆଘାତରେ ୧୦ ଶିଶୁ ଗୁରୁତର।

୧୪-ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷା, ୪ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା।

୧୫-ବି-ଟେକ ଇଞ୍ଜିନିୟରଙ୍କ ମାଛ ଓ ଛେଳି ଚାଷ । ନିଜସ୍ବ ଉଦ୍ୟମରେ କରୁଛନ୍ତି ରୋଜଗାର, ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କେନ୍ଦ୍ରାପଡ଼ା ପୋଟିଆ ଗାଁର ବିରଂଚି ନରାୟଣ।

୧୬-ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନିୟମ କାର୍ଯ୍ୟକାରୀ କରାଯାଉ : ଶ୍ରୀକାନ୍ତ ଜେନା

୧୭-ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ସ୍ଥାପିତ ହେଲା ଆଉ ଏକ କିର୍ତ୍ତିମାନ, ‘ଏକ୍ସ’ ରେ ଫଲୋଅରଙ୍କ ସଂଖ୍ୟା ୧୦୦ ନିୟୁତ ପାର।

୧୮-ଶେଷ ମ୍ୟାଚ୍‌ରେ ଜିମ୍ବାଓ୍ଵେକୁ ୪୨ ରନରେ ହରାଇଲା ଭାରତ, ୪-୧ରେ ସିରିଜ ବିଜୟ।

୧୯-କେ.ପି.ଶର୍ମା ଓଲି ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ, ସୋମବାର ନେବେ ଶପଥ।

୨୦-ଇତିହାସ ରଚିଲେ କାର୍ଲୋସ ଅଲକାରାଜ, ନୋଭାକ ଜାକୋଭିକଙ୍କୁ ହରାଇ ଜିତିଲେ ଓ୍ଵିମ୍ବଲଣ୍ଡନ ଟାଇଟଲ୍।

୨୧-ପୁଣି ଆରମ୍ଭ ହୋଇଛି BSF ଗ୍ରୁପ୍ B ଏବଂ C ବର୍ଗର ଆବେଦନ ପ୍ରକ୍ରିୟା; ତୁରନ୍ତ ଆବେଦନ କରନ୍ତୁ:rectt.bsf.gov.in

୨୨-ଡୋନାଲ୍ଡ ଟ୍ରମ୍ପଙ୍କ ସଭାରେ ଗୁଳି ବର୍ଷା । ଗୁଳିମାଡରେ ଟ୍ରମ୍ପ ଆହତ, ଅନ୍ୟ ଦୁଇଜଣଙ୍କର ମୃତ୍ୟୁ।

*🙏 ସୁପ୍ରଭାତ 🙏*

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed