October 5, 2024

ପଲ୍ଲିଶ୍ରୀ କଥା’ ଖବରକାଗଜ ପକ୍ଷରୁ ୧୧ ତମ ପ୍ରତିଷ୍ଠା ଦିବସ ଅବସରରେ ଗୋଶାଳା ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ 

Share

ସମ୍ବଲପୁର/ଗୋଶାଳା : ଦେଶବ୍ୟାପୀ ଆୟୋଜିତ ୭୫ତମ ବନ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ‘ପଲ୍ଲିଶ୍ରୀ କଥା’ ଖବରକାଗଜ ୧୧ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗୋଶାଳା ଉଚ୍ଚ ବିଦ୍ୟାଳୟ ଠାରେ ଗତ ତା:୧୩.୦୭.୨୦୨୪ (ଶନିବାର) ପୂର୍ବାହ୍ନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭକ୍ତି ଗୀତ / ଦେଶାତ୍ମବୋଧକ ଗୀତ ଗାୟନ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ବରିଷ୍ଠ ତଥା କନିଷ୍ଠ ବିଭାଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ମାନଙ୍କରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | ଧନକଉଡ଼ା ବ୍ଲକ କଳାମାଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଡ଼ଃ ଶ୍ରୀମତୀ ସୁଷମା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରତିଯୋଗିତାକୁ ଉଦ୍’ଘାଟନ କରିଥିଲେ |

ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ଙ୍କ ପରିଚାଳନାରେ ଅନୁଷ୍ଠିତ ଭକ୍ତି ଗୀତ / ଦେଶାତ୍ମବୋଧକ ଗୀତ ଗାୟନ ପ୍ରତିଯୋଗିତାରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଶତପଥି, ଶ୍ରୀଯୁକ୍ତ କାହ୍ନୁ କେଶବ ବହିଦାର୍ ଏବଂ ଶ୍ରୀମତୀ ଜୟପ୍ରଭା ପଟ୍ଟନାୟକ ସମ୍ମାନନୀୟ ବିଚାରକ ଭାବରେ ଯୋଗଦାନ କରିଥିଲେ | ଗୋଶାଳା ଉଚ୍ଚ ବିଦ୍ୟାଳୟ ପୂର୍ବତନ ଛାତ୍ର ସଂଘ (ALUMNI) ର ସଭାପତି ଶ୍ରୀଯୁକ୍ତ ବାଳକୃଷ୍ଣ ସାହୁ, ଶ୍ରୀଯୁକ୍ତ ରାଜେଶ କୁମାର ପଟ୍ଟନାୟକ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଏବଂ ସହଯୋଗ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ |

ଭକ୍ତି ଗୀତ / ଦେଶାତ୍ମବୋଧକ ଗୀତ ଗାୟନ ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ସୁଶ୍ରୀ ଶ୍ରୀୟା ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଶ୍ରୀ ଶ୍ରାବଣୀ ଛୁରିଆ ଦ୍ଵିତୀୟ ସ୍ଥାନ ଏବଂ ସୁଶ୍ରୀ ଆରୋଷି ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ | ବରିଷ୍ଠ ବିଭାଗରେ ଶ୍ରୀମାନ୍ ରୋଶନ୍ ହାତୀପଟା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀମାନ୍ ମୁକୁନ୍ଦ କିସାନ୍ ଦ୍ଵିତୀୟ ସ୍ଥାନ ଏବଂ ଶ୍ରୀମାନ୍ ଶକ୍ତି ଭୁଏ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି |

ଚିତ୍ରାଙ୍କନ ପ୍ରତିଯୋଗିତା କନିଷ୍ଠ ବିଭାଗର ବିଷୟବସ୍ତୁ ଥିଲା “ବୃକ୍ଷ ଆମର ବନ୍ଧୁ” | ଏହି ପ୍ରତିଯୋଗିତାରେ ସୁଶ୍ରୀ ଇତିଶ୍ରୀ ରଣା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସୁଶ୍ରୀ ନସରିନ୍ ବାନୋ ଦ୍ଵିତୀୟ ସ୍ଥାନ ଏବଂ ସୁଶ୍ରୀ ରଶ୍ମିତା ଇନ୍ଦୁଆର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ | ବରିଷ୍ଠ ବିଭାଗର ବିଷୟବସ୍ତୁ ଥିଲା “ସବୁଜ ସୁନ୍ଦର ଆମ ପରିବେଶ” | ଏହି ପ୍ରତିଯୋଗିତାରେ ସୁଶ୍ରୀ ପୁଷ୍ପାଞ୍ଜଳି ଭୋସାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀମାନ୍ ରଞ୍ଜିତ ପ୍ରଧାନ ଦ୍ଵିତୀୟ ସ୍ଥାନ ଏବଂ ସୁଶ୍ରୀ ଅସୀମା ସୁନା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି |

ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କନିଷ୍ଠ ବିଭାଗର ବିଷୟବସ୍ତୁ ଥିଲା “ବୃକ୍ଷ ହିଁ ଜୀବନ” | ଏହି ପ୍ରତିଯୋଗିତାରେ ସୁଶ୍ରୀ ଆରୋଷି ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଶ୍ରୀ ଶ୍ରୀୟା ପଟ୍ଟନାୟକ ଦ୍ଵିତୀୟ ସ୍ଥାନ ଏବଂ ସୁଶ୍ରୀ ପୂର୍ବୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି | ବରିଷ୍ଠ ବିଭାଗର ବିଷୟବସ୍ତୁ ଥିଲା “ପରିବେଶ ସୁରକ୍ଷା ଜୀବନ ରକ୍ଷା” | ଏହି ପ୍ରତିଯୋଗିତାରେ ସୁଶ୍ରୀ ଭଞ୍ଜନୀ ବାଗ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସୁଶ୍ରୀ ସ୍ନେହା ଖରସେଲ୍ ଦ୍ଵିତୀୟ ସ୍ଥାନ ଏବଂ ସୁଶ୍ରୀ ବନିତା ମେହେର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି |

ଆସନ୍ତା ତା:୨୨.୦୭.୨୦୨୪ (ସୋମବାର) ପୂର୍ବାହ୍ନରେ ଗୋଶାଳା ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ବର୍ଣ୍ଣାଢ୍ୟ ଉତ୍ସବରେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ଏବଂ ପୁରସ୍କାର ପ୍ରଦାନ କରାଯିବ ବୋଲି ‘ପଲ୍ଲିଶ୍ରୀ କଥା’ ଖବରକାଗଜ ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ହରି ଶଙ୍କର ମିଶ୍ର ଜଣାଇଛନ୍ତି |