November 25, 2024
Share

ୱାର୍ଲ୍ଡ ଚାମ୍ପିୟାନସ ଅଫ ଲିଜେଣ୍ଡ୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଭାରତ ସହ ପାକିସ୍ଥାନର ଲଢେଇ ହୋଇଛି। ଏଥିରେ ଯୁବରାଜ ସିଂହଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଚମ୍ପିୟାନ ହୋଇଛି। ପାକିସ୍ଥାନ ଦଳକୁ ଯୁବରାଜ ବାହିନୀ ୫ ୱିକେଟରେ ପରାସ୍ତ କରି ଟାଇଟଲ ବିଜେତା ହୋଇଛି।

ଆଜି ଖୋଲିବ ରତ୍ନଭଣ୍ଡାର, ଚାବିରେ ନ ଖୋଲିଲେ ଭଙ୍ଗା ହେବ ତାଲା ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କାଲିଠୁ ନୀଳାଦ୍ରି ବିଜେ ଯାଏଁ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ, ଆଇନ ଓ ସଂସ୍କୃତି ମନ୍ତ୍ରୀ ।

ଖୁବ୍‌ଶୀଘ୍ର ବଦଳିବ ମା’ ମଙ୍ଗଳା ମନ୍ଦିରର ରୂପରେଖ, ଉନ୍ନତିକରଣ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କଲେ ଉପମୁଖ୍ୟମନ୍ତ୍ରୀ ।

ଜୈସ୍ୱାଲ-ଶୁଭମନ ଦେଲେ ସ୍ମରଣୀୟ ବିଜୟ, ୧୦ ୱିକେଟରେ ଜିମ୍ୱାୱେକୁ ହରାଇଲା ଭାରତ, ସିରିଜ ୩-୧ରେ ବିଜୟୀ ।

୭ ବର୍ଷ ପରେ ଦିଲ୍ଲୀ କ୍ୟାପିଟାଲ୍ସରୁ ଅଲଗା ହେଲେ ହେଡ୍ କୋଚ୍ ରିକି ପଣ୍ଟିଂ, ମେଗା ନିଲାମୀ ପୂର୍ବରୁ ଫ୍ରାଞ୍ଚାଇଜ୍ ନେବ ବଡ଼ ନିଷ୍ପତ୍ତି ।

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଚୀନ୍ ରେ ଭୀଷଣ ଅପମାନ, ଗସ୍ତ ଅଧାରୁ ଫେରିଆସିଲେ ଶେଖ ହସିନା

ଲୋକସଭା ପରେ ୭ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ଉପ ନିର୍ବାଚନରେ ବିରୋଧୀ ମେଣ୍ଟ ଇଣ୍ଡିଆ ଶାସକ ବିଜେପିକୁ ଜୋରଦାର ଝଟକା ଦେଇଛି। ୧୩ଟି ବିଧାନସଭା ଆସନରୁ ଇଣ୍ଡିଆ ମେଣ୍ଟ ଖାତାକୁ ଯାଇଛି ୧୦ ଆସନ।

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ‘ଶୁଭ ଆଶିର୍ବାଦ’ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା; ସମ୍ମାନ ସ୍ୱରୂପ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ।

ଜାଲ୍ ରାସନ କାର୍ଡ ହିତାଧିକାରୀ ସାବଧାନ, ଅଯୋଗ୍ୟ ଓ ଭୂତ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।

କର୍ତ୍ତବ୍ୟରତ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ପୁରୀ ରାଜଭବନ ପରିସରରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ମାଡ଼ ମାରିବା ଘଟଣା ନୂଆମୋଡ଼ ନେଇଛି। ରାଜ୍ୟପାଳ ଶ୍ରୀ ଦାସ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତ ଶ୍ରୀ ପ୍ରଧାନ ଓ ତାଙ୍କ ପତ୍ନୀଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହିତ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ୭ଦିନ ମଧ୍ୟରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

ଗୋଟିଏ ମାମଲାରୁ ଦୋଷମୁକ୍ତ ହେବା ପରେ ଆଉ ଏକ ମାମଲାରେ ଗିରଫ ହେଲେ ଇମ୍ରାନ ଖାଁ ।

ସୁପ୍ରଭାତ ,ଶୁଭ ସକାଳ ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed