May 10, 2026

ଜମନକିରା ରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ଶ୍ରୀଯୁକ୍ତ ରବିନାରାୟଣ ନାଏକଙ୍କ ସମୀକ୍ଷା ବୈଠକ

IMG-20240714-WA0002
Share

 

 

 

ସମ୍ବଲପୁର:ଜମନକିରା ବ୍ଲକ ସମିତି ସଭା ଗୃହଠାରେ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଅଧିନସ୍ତ ଖର୍ସନମାଲ, ମୁଣ୍ଢେନପାଲି ପଞ୍ଚାୟତ ଗସ୍ତ କରି କୁଲୁଣ୍ଡି ଠାରେ ଥିବା ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳତ ପରିଦର୍ଶନ କରି ବିଭିନ୍ନ ବିଷୟରେ ଆଲୋଚନା ଓ ସମୀକ୍ଷା କରି ଅନୁଷ୍ଠାନର ଭ ବିଷ୍ୟତ ପାଇଁ ପ୍ରସ୍ତାବ ପଠାଇବାକୁ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ॥ଏହାପରେ ବଡ଼ରମା ବନଦୁର୍ଗା ମନ୍ଦିରରେ ପୂଜାର୍ଚନା କରି ବଡ଼ରମା ରେ ହୋଇଥିବା ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପରେ ଶତାଧିକ ବିଜେପି କର୍ମୀ ମନ୍ତ୍ରୀଙ୍କୁ ରେଳି ମାଧ୍ୟମରେ ଶଣ୍ଢପଥର ଛକ ଠାରୁ ଆରମ୍ଭ କରି ଦଶଘରିଆ, ଜମନକିରା ମୁଖ୍ୟ ଛକ ଦେଇ ବ୍ଲକ କାର୍ଯ୍ୟାଳୟ କୁ ପାଛୋଟି ଆଣିଥିଲେ। ବ୍ଲକ ସମ୍ମୁଖରେ ଜମନକିରା ବିଡ଼ିଓ ରୀନା ନଏକ ଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ଶ୍ରୀ ନଏକ ଙ୍କୁ ବିଭିନ୍ନ ଅଧିକାରୀ ମାନେ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ। ଅପରାହ୍ନ ୪ ଟାରୁ ସମିତି ସଭା ଗୃହରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଜମନକିରା ବ୍ଲକ ସମ୍ମୁଖରେ ମନ୍ତ୍ରୀ ଙ୍କୁ ଭେଟି ଜମନକିରା ଅଞ୍ଚଳର ବିଭିନ୍ନ ଜନ ସାଧାରଣ ନିଜ ନିଜ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ସେହିପରି ବ୍ଲକ ପରିସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ୨୦ ଟି ଚାରା ରୋପଣ କରାଯାଇଥିଲା । ଏହା ଲୋକଙ୍କ ସରକାର ଓ ଲୋକଙ୍କୁ ହଇରାଣ ନ କରି ଜନସାଧାରଣ ଙ୍କ ସମସ୍ୟାର ସମାଧାନ ଯଥାଶୀଘ୍ର କରିବାକୁ ମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 

ସମ୍ବଲପୁର ରୁ ରାଜାରାମ ଷଡଙ୍ଗୀଙ୍କ ରିପୋର୍ଟ