May 10, 2026

ଗଜପତି ଅତିରିକ୍ତ ଜିଲ୍ଲାପାଳ ଙ୍କ ଅକାଳ ମୃତ୍ୟୁ ରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କ ଶୋକ ପ୍ରକାଶ …. 

IMG-20240712-WA0027
Share

 

ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ଙ୍କ ଅକାଳ ବିୟୋଗ ରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜ ଶୋକରେ ପ୍ରକାଶ କରିଛନ୍ତି କି ସ୍ବର୍ଗତ ଦାସ ଜଣେ ଉଚ୍ଚ କୋଟୀର ପ୍ରଶାସକ ଥିଲେ। ସେ ଗଜପତି ଜିଲ୍ଲାରେ ନିଯୁକ୍ତ ହେବାଠାରୁ ଗାଁ ଗାଁ ବୁଲି ଗରିବ ଲୋକଙ୍କ ସେବାରେ ନିଜକୁ ସବୁବେଳେ ସମୟ ଦେଉଥିଲେ। ସେ ସମସ୍ତ ଲୋକଙ୍କ ଗୁହାରି ଅଭିଯୋଗ ଶୁଣି ସଙ୍ଗେ ସଙ୍ଗେ ସମାଧାନ କରିବା ପାଇଁ ଚେଷ୍ଟା କରୁଥିଲେ। ସେ ଭଲ ଲେଖକ, ବକ୍ତା ମଧ୍ୟ ଥିଲେ। ତାଙ୍କ ମୃତ୍ୟୁ ରେ ମୋହନା ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାଶରଥି ଗମାଙ୍ଗ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମା ର ସଦଗଟି କାମନା କରିବା ସଙ୍ଗେ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହ ପରିବାର କୁ ଶକ୍ତି ଦୀଅନ୍ତୁ ତାଙ୍କର ଅନୁପସ୍ଥିତିରେ ଭଲରେ ରହିବା ପାଇଁ। ଭଗବାନ ତାଙ୍କ ପରିବାରକୁ ଭଲରେ ରହିବା ପାଇଁ ପ୍ରାର୍ଥନା କରିଛନ୍ତି।