May 10, 2026

ଉମରକୋଟ ଅବସରପ୍ରାପ୍ତ ଉତ୍କଳୀୟ ବଙ୍ଗାଳୀ ସମାଜ ପକ୍ଷରୁ ବୃକ୍ଷରୋପଣ ଅଭିଯାନ……

IMG-20240710-WA0004
Share

 

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ) ୭୫ତମ ବନ ମହୋତ୍ସବ ଚାଲିଥିବା ବେଳେ ଉମରକୋଟ ଅବସରପ୍ରାପ୍ତ ଉତ୍କଳୀୟ ବଙ୍ଗାଳୀ ସମାଜ ପକ୍ଷରୁ ବୃକ୍ଷରୋପଣ ଅଭିଯାନ ୟୁଭି ୫୨ ଗ୍ରାମ ଠାରେ ୨୦୦ ଚାରା ରୋପଣ କରାଯାଇଥିଲା । ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଦେବଦାରୁ , ଶିଶୁଗଛ, ସୀତାଫଳ, ନିମ୍ବ, ମେହେଗାନିଗଛ, ଅଁଳା ଗଛ, ଓ ଆମ୍ବଲକି ଇତ୍ୟାଦି ଗଛ ୨୦୦ ରୁ ଉର୍ଦ୍ଧ ଗଛ ଲଗାଯାଇଥିଲା । ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଉମରକୋଟ ଧୋଡ୍ରା ଫରେଷ୍ଟର ଯୋଗଦେଇ ଥିବା ବେଳେ ଏହି ଚାରା ରୋପଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅବସର ପ୍ରାପ୍ତ ବଙ୍ଗାଳୀ ସମାଜ ପକ୍ଷରୁ କହିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଚାରା ରୋପଣ ଉପରେ ସଚେତନତା କରାଯାଇଥିଲା। ଗଛ ଲଗାଇବା ସହ ଗଛର ସୁରକ୍ଷା ଦେବା ସହ ଏହାର ଯତ୍ନ ନେବାକୁ ମଧ୍ୟ କୁହାଯାଇଥିଲା । ଶେଷରେ ଗଛଗୁଡ଼ିକ ର କିପରି ଯତ୍ନ ନିଆଯିବ ସେଉପରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ରେ ତପନପାଲ, ସୁନିଲ କିର୍ତ୍ତନୀୟା,ମନମନ୍ଥ ରାୟ , ଅମଲ ହାଲଦାର ,ରଞ୍ଜିତ ମଣ୍ଡଲ, ନମିତା ଦାସ, ଏନ୍ ଜି ରାଣା, ରମେଶ ବିଶ୍ଵାସ, ବିନୋଦ କ୍ରିଷ୍ଣା ସରଦାର, ରମେନ୍ଦ୍ରନାଥ ବିଶ୍ଵାସ, ଯୁବରାଜ,ସେନଗୁପ୍ତା , ଶିବୁପଦ ମିସ୍ତ୍ରୀ , ଅକୁମାର ଜର୍ଦାର , ପ୍ରଭାତ ଗାଇନ, ଶଙ୍କର ମିସ୍ତ୍ରୀ ଓ ନିରଞ୍ଜନ ମଣ୍ଡଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।।