October 6, 2024

କୋରାପୁଟ ଜିଲ୍ଲାରେ ବନ  ମହୋତ୍ସବ ପାଳିତ…

Share

କୋରାପୁଟ( ହରିଶ ପଟ୍ଟନାୟକ) ଜିଲ୍ଲା ସଦର ମହକୁମା ରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସର ରେ ଜିଲ୍ଲାପାଳ

 ଭି.କାର୍ତ୍ତିକ ଭାସନ, ପଟ୍ଟାଙ୍ଗୀ ବିଧାୟକ ଶ୍ରୀ ରାମ ଚନ୍ଦ୍ର କାଡମ,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସସ୍ମିତା ମେଲକା,ଡ଼ିଏଫଓ କୋରାପୁଟ

କେ.ଭି.ଭାସ୍କର ରାଓ ଏବଂ ଜୟପୁର ଡ଼ିଏଫଓ ପ୍ରତାପ କୁମାର ବେହେରା ଙ୍କ ଉପସ୍ଥିତି ରେ ଔଷଧିୟ ବୃକ୍ଷ, ପଣସ, ଆମ୍ବ,ପିଜୁଳି,ଲେମ୍ବୁ ସମେତ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ

 କରାଯାଇଛି। ଶ୍ରୀ ବିକାଶ ପ୍ରଧାନ ଙ୍କ ସମେତ ସମସ୍ତ ବନ କର୍ମଚାରି ଏଥିରେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା।ସେହିପରି କୋଟପାଡ଼ ବ୍ଲକ ଆମ୍ବ ଗାଁ ପ୍ରାଥମିକ ବିଦ୍ୟାଳୟ ଏବଂ ବିଟ ହାଉସ ରେ ଫରେଷ୍ଟର ଶ୍ରୀ ଚୈତନ୍ୟ ତନ୍ତିଙ୍କ ନେତୃତ୍ୱ ରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇ ବନ

ମହୋତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଙ୍କଜ ମହାନ୍ତି, ଫାଣ୍ଡି ଅଧିକାରୀ ନବୀନ ତୋପ, ମୁର୍ତାହାଣ୍ଡି ପୂର୍ବତନ ସରପଞ୍ଚ ଶ୍ରୀ ବାଳକୃଷ୍ଣ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ତ୍ରିପତି ଚାଲାଣ ଙ୍କ ସମେତ ବନ କର୍ମ ଚାରି ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ବୃନ୍ଦ ଓ ଶିକ୍ଷକ ଉପସ୍ଥିତ ଥିବା ବେଳେ କୋଟପାଡ଼ ବ୍ଲକର କୁକୁଡି ପଦର ଏବଂ ବ୍ଲକ କାର୍ଯାଳୟ ପରିସର ରେ ମଧ୍ୟ ବୃକ୍ଷ ରୋପଣ କରାଯାଇଥିଲା।ଏହି ଅବସର ରେ ଟାଉନ ଫରେଷ୍ଟ ଶ୍ରୀ ମିହିର କାନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ପାଳନ ହୋଇଥିବା ବନ ମହୋତ୍ସବ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ

ଶ୍ରୀ ବିକ୍ରମ ଦୋରା,ଏ.ଇ.ଇ. ସନ୍ତୋଷ ଵାଘ ସିଂ, ଏ.ଇ. ବିଜୟ କୁମାର ନନ୍ଦ,ଓଏଲଏମ ମୁଖ୍ୟ

ଶ୍ରୀମତୀ ନମିତା ବାଗ, ସି ଡ଼ି ପି ଓ ଶ୍ରୀମତୀ ସୁମିତ୍ରା ଦେବୀ ତ୍ରିପାଠୀ ଙ୍କ ସମେତ ଏମ ବି କେ ରଞ୍ଜିତା ନାଇକ ଓ ସମସ୍ତ ଏମବିକେ ଭଉଣୀ ଙ୍କ ସହ ବ୍ଲକ ଓ ବନ କର୍ମଚାରି ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।