October 6, 2024

ଭାରତ ର ସର୍ବ କନିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଶାଲ ନାରାୟଣମ୍ ଙ୍କ ଗଣ ଶିକ୍ଷା ମନ୍ତ୍ରୀ ଙ୍କ ସହ ସୌଜନ୍ୟ ମୁଳକ ସାକ୍ଷାତ………..

Share

 

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ)ଭାରତ ର ସର୍ବ କନିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ଯିଏ କି ମାତ୍ର ୧୯ ବର୍ଷ ବୟସ ରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଡ଼ିଗ୍ରୀ ହାସଲ କରିଥିବା ନିଶାଲ ନାରାୟଣମ ଆଜି ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟ। ନନ୍ଦ ଗଣ୍ଡ ଙ୍କ ସହ ଉମରକୋଟ ଠାରେ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ସ୍ମାର୍ଟ୍ ଲେର୍ଣିଂ ସଲୁ ସନ ପି ଭି ଲିମିଟେଡ ର ପ୍ରତିଷ୍ଠାତା ତଥା ପରାମର୍ଶଦାତା ଶ୍ରି ନିଶାଲ ଯିଏ କି ମାତ୍ର ୧୩ ବର୍ଷ ବୟସରେ ବିଶ୍ୱର ସର୍ବ କନିଷ୍ଠ ଡବଲ୍ ଗିନିଜ୍ ୱାର୍ଲ୍ଡ ରେକର୍ଡ ଧାରକ (ସ୍ମୃତି) ରେ, ନ୍ୟାସନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲ୍ ଦ୍ୱାରା “ଦୁନିଆର ୭ଟି ଉଜ୍ଜ୍ୱଳ ମସ୍ତିଷ୍କ” ମଧ୍ୟରୁ ବି ଜଣେ, ୧୯ବର୍ଷ ବୟସରେ ଭାରତର ସର୍ବ କନିଷ୍ଠ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ୧୯ ବର୍ଷ ବୟସରେ ସର୍ବ କନିଷ୍ଠ ଡବଲ୍ ପୋଷ୍ଟ ଗ୍ରାଜୁଏଟ୍ (ଗଣିତ ଏବଂ ବାଣିଜ୍ୟ) | ବିଶ୍ୱ ସ୍ମୃତି ଚାମ୍ପିଅନ୍ ହେବାରେ ପ୍ରଥମ ଭାରତୀୟ ଜାତୀୟ ଶିଶୁ ପୁରସ୍କାର” ପ୍ରାପ୍ତକର୍ତ୍ତା – ୪ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଅତୁଳନୀୟ ସଫଳତା ପାଇଁ ରାଷ୍ଟ୍ରପତି ଙ୍କ ଦ୍ଵାରା, ସ୍ୱର୍ଣ୍ଣ ପଦକ ପ୍ରାପ୍ତ ଗଣିତ ଲ୍ୟାବ୍ର ଲେଖକ ଏବଂ ୧୦ ବର୍ଷ ବୟସରେ ବିଦ୍ୟାଳୟ ଗଣିତ ଉପରେ ଏକାଧିକ ଭଲ୍ୟୁମ୍ ଲେଖି ଥିବା ନାରଣମ ମନ୍ତ୍ରୀ ଙ୍କ ସହ ସାକ୍ଷାତ କରି ଓରିଶା ରେ ମଧ୍ୟ ସରକାରି ସ୍କୁଲ ରେ ଅତ୍ୟାଧୁନିକ ବିଜ୍ଞାନ ଲାବ୍ ପ୍ରତିଷ୍ଠା ରେ ସହୋଜଗ କରିବା ପାଈଁ ଇଚ୍ଛା ପ୍ରକଟ କରି ଥିଲେ। ଗୋଟିଏ ରୁମ ରେ ହିଁ ଗଣିତ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ଜୀବ ବିଜ୍ଞାନ କୁ ଡିଜିଟାଲ ମାଧ୍ୟମ ରେ ଛାତ୍ର ଛାତ୍ରୀ ଙ୍କୁ ପଡ଼ାଇ ହେବ ତାହା ଉପରେ ମନ୍ତ୍ରୀ ଙ୍କୁ ବିସ୍ତୃତ ଭାବେ ବୁଝାଇ ଥିଲେ। ଏହି ସମୟ ରେ ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ନାରାୟଣମ ଜିଏ କି ତିରୁପତି ବାଲାଜୀ ମନ୍ଦୀର ର ଟ୍ରଷ୍ଟି ସେଠାରୁ ଆଣିଥିବା ପ।ଟ ଓ ଉପ ଧୌକାନ ମଧ୍ୟ ମନ୍ତ୍ରୀ ନିତ୍ଯ। ନନ୍ଦ ଗଣ୍ଡ ଓ ରମେଶ ସାହୁ ଙ୍କୁ ପ୍ରଦାନ କରି ଥିଲେ। ଏହି ସମୟ ରେ କମ୍ପାନୀ ର ଉପ ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହି ମନ୍ତ୍ରୀ ଙ୍କୁ କମ୍ପାନୀ ର ସମସ୍ତ ତଥ୍ୟ ମନ୍ତ୍ରୀ ଙ୍କୁ ପ୍ରାଞ୍ଜଳ ଭାବରେ ଅବଗତ କରାଇ ଥିଲେ।

You may have missed