October 5, 2024

ନାଇରା ଠାରେ ବଂଶୀଧାରା ନଦୀରେ ନିର୍ମାଣଧୀନ ସେତୁ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ପାଇଁ ଚାଲିଛି ଯୋଜନା

Share

ରାୟଗଡା ରାସ୍ତା ଓ କୋଠାବାଡି ଡିଭିଜନ ଦୁଇ ଆନ୍ତର୍ଗତ ଗୁଣୁପୁର ଗୁଡାରି ପୂର୍ତ୍ତ ବିଭାଗ ରାସ୍ତାରେ ନାଇରା ଠାରେ ବଂଶୀଧାରା ନଦୀ ଉପରେ 35.62 କୋଟି ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣ କମ କୁ ଗତ 2021 ମସିହା ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଶୁଭ ଦେଇଥିଲେ l ଏହି ସେତୁ ନିର୍ମାଣ ପାଇଁ ଅରୁଣ ଶତପଥି ନାମକ ଏକ ଠିକାଦାର ଏହି ସେତୁ ନିର୍ମାଣ ପାଇଁ 9.99% କମ ମୂଲ୍ୟରେ ଅର୍ଥାତ 27,96,54,89 ଟଙ୍କାରେ ପୂର୍ତ୍ତ ବିଭାଗ ସହିତ ଚୁକ୍ତିନାମା ନମ୍ୱର 29811/2021-2022 ଅନୁଯାଇ ଏହି ସେତୁ ନିର୍ମାଣ କାମ 06/07/2022 ରୁ ଆରମ୍ଭ କରି 06/07/2024 ରେ ସେତୁ ନିର୍ମାଣ କାମ ସମ୍ପୂର୍ଣ୍ଣ ପାଇଁ ପୂର୍ତ୍ତ ବିଭାଗ ସହିତ ଚୁକ୍ତିନାମା ସ୍ଵାକ୍ଷର କରିଥିଲେ l
ଏହି ସେତୁ ରେ 96 ପାଇଲ ସହ 15 ଗୋଟି ସ୍ପାନ ସହିତ 450 ମିଟର ଲମ୍ବର ସେତୁ ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିବା ବେଳେ ମାତ୍ର 36 ଗୋଟି ପାଇଲ କାମ ସମାପ୍ତ ହୋଇଥିବା ଜଣାପଡିଛି l
ଏହି ସେତୁ ନିର୍ମାଣ କାମ ନେଇ ସମ୍ପୃକ୍ତ ଠିକାଦାରଅରୁଣ ଶତପଥୀ ଙ୍କୁ ଫୋନ ନମ୍ବର ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଥିଲେ ନଦୀ ଉପରେ ପିଲାର ପାଇଁ ପାଇଲିଙ୍ଗ କାମ ଆରଂଭ ହୋଇଛି l ଲୋକନାଥପୁର ସାଇଡ ରେ ଜମିଅଧିଗ୍ରହଣ କାମ ହୋଇନଥିବାରୁ ସେହି ପଟ କାମ ଅଟିକିଛି ବୋଲି କହିଥିଲେ l ଜମି ଅଧିଗ୍ରହଣ ପରେ କାମ ଖୁବ ଶୀଘ୍ର ଲୋକନାଥପୁର ସାଇଡ ରୁ ଆରମ୍ଭ କରିବୁ ବୋଲି ସୂଚନା ଦେଇଥିଲେ l
ସୂଚନା ଯୋଗ୍ୟଯେ ଗତ ବୁଧୁବାର 3 ତାରିଖରେ ଗୁଡାରି ତହସିଲଦାର ଏ ସ୍ନେହଲତା ଙ୍କ ସହିତ କନିଷ୍ଠ ଯନ୍ତ୍ରୀ ଓ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଜମି ଅଧିଗ୍ରହଣ ବିଷୟରେ ଆଲୋଚନା କରିଥିଲେ l ଖୁବ ଶୀଘ୍ର ଜମି ଅଧିଗ୍ରହଣ କରିବା ସହିତ ଖୁବ ଯୁଧ କାଳୀନ ଭିତିରେ ପୋଲ କାମ ସମାପ୍ତ କରିବୁ ବୋଲି ପୂର୍ତ୍ତ ବିଭଗ ଦୁଇ ନିର୍ବାହୀ ଯନ୍ତ୍ରୀ ପାଢ଼ୀ ବାବୁ ଜଣାଇଛନ୍ତି l

ଜମି ବିସ୍ଥାପିତ ଙ୍କୁ ଯୋଗାଯୋଗ କରିବାରୁ ସେମାନେ ନିଜ ପ୍ରତିକ୍ରିୟାରେ କହିଲେ ଯେ ଜମି ଅଧିଗ୍ରହଣ ପାଇଁ ଲୋକନାଥପୁର ସାଇଡ କାମ ଅଟକିଛିକିନ୍ତୁ ପୋଲ ନିର୍ମାଣ ହେଲେ ଅଞ୍ଚଳ ରେ ବିକାଶ ହେବେ ସେଥିପାଇଁ ଆମେ ଜମି ସରକାର ଙ୍କୁ ଦେବା ପାଇଁ ପ୍ରସ୍ତୁତ ବୋଲି ସଦାନନ୍ଦ ବେହେରା କହିଛନ୍ତି l ସେତୁ ର ଡିଜାଇନ ବଦଳିବା ରୁ କାମ ରେ ବିଳମ୍ବ ଘଟିଛି ତଥାପି 36 ଗୋଟି ପାଇଲ କାମ ସମାପ୍ତ ହୋଇଛିବୋଲି ନାଇରା ଗ୍ରାମର ବୟଜେଷ୍ଟ ଭଦ୍ର ବ୍ୟକ୍ତି ଶ୍ୟାମ ସୁନ୍ଦର ମହାନ୍ତି କହିଛନ୍ତି ସେପୁଣି ନିଜ ପ୍ରତକ୍ରିୟା ରେ କାହାଛନ୍ତି ଯେ ଗତ ଦେଢ଼ ବର୍ଷ କାମ ବନ୍ଦ ଥିଲା କିନ୍ତୁ ବର୍ତମାନ 6 ମାସ ହେଲା କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ 36 ଗୋଟି ପାଇଲି ନିର୍ମାଣ ଶେଷ ହୋଇଛି କିନ୍ତୁ ନୂତନ ବିଜେପି ସରକାର ଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଅନୁରୋଧ ଯଥାଶୀଘ୍ର ନାଇରା ଠାରେ ବଂଶୀଧାରା ନଦୀରେ ନିର୍ମିତ ପୋଲ କୁ ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ସମାପ୍ତି ପାଇଁ ନିବେଦନ କରିଛନ୍ତି l ନାଇରା ଓ ଲୋକନାଥପୁର ର ବହୁ ଭଦ୍ର ବ୍ୟକ୍ତି ପୋଲ ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ଗିରିଧାରୀ ସାହୁ, ସୁବାସ ସବର, କ୍ଷୀରୋଦ ପଟ୍ଟନାୟକ,ବିଜୟ ସବର, ପ୍ରମୋଦ ସାହୁ, ସରପଞ୍ଚ ତୁଳସୀ ସବର, ପୟ ସବର, ସରକାର ଙ୍କୁ ନିବେଦନ କରିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ