ଗଜପତି ଜିଲ୍ଲା ବିଜେଡି କମିଟି ପୁର୍ନଗଠିତ ଜଗବନ୍ଧୁ ଦାସ ହେଲେ ଜିଲ୍ଲା ସଭାପତି
ପାରଳାଖେମୁଣ୍ଡି:୩/୩ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଗଜପତି ବିଜେଡି ଜିଲ୍ଲା କମିଟି ଗଠନ କରାଯାଇଛି. ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଦସ୍ତଖତ ସମ୍ବଳିତ ପ୍ରେସ ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁସାରେ ଜଗବନ୍ଧୁ ଦାସଙ୍କୁ ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଛି. ଏହି କମିଟିରେ ୧୩ଜଣ ଉପସଭାପତି,୧୧ ଜଣ ସାଧାରଣ ସମ୍ପାଦକ, ୧୩ ଜଣ ସମ୍ପାଦକ ଏବଂ ୧୫ ଜଣଙ୍କୁ ଯୁଗ୍ମ ସମ୍ପାଦକ ଦାୟିତ୍ୱ ମିଳିଛି. ସେହିପରି ୯ ଜଣଙ୍କୁ ବ୍ଲକ ମୁନିସିପାଲିଟି ଓ ଏନଏସି ସଭାପତି ଭାବେ ନିଯୁକ୍ତ କରାଯାଇଛି. ସେହିପରି ଗୋପବନ୍ଧୁ ପଟ୍ଟନାୟକଙ୍କୁ ଜିଲ୍ଲା କୋଷାଧକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି. ପ୍ରକାଶିତ ତାଲିକା ଅନୁଯାୟୀ ଜିଲ୍ଲା କମିଟିରେ ଉପ ସଭାପତି ଭାବେ ଅନ୍ତର୍ଯମୀ ଗମାଙ୍ଗୋ,ଲକ୍ଷ୍ମୀନ୍ତ ପରିଛା, ଏସ ଗଜପତି ରାଓ, ବୋରା ଲକ୍ଷ୍ମୀ ନାରାୟଣ, ନୀରା ଭୂୟାଁ, ରଘୁରାମ ସାହୁ, ସାଇ ରାମଚନ୍ଦ୍ର ରାଓ, ରୋକାମ ସତୀଶ, ଆର. ବିଜୟ କୁମାର, ଦଣ୍ଡାସି ସାହୁ, ଲାଜର ମାଝୀ, ସୁଦାମ ଶବର, ଜେମ୍ସ ରାଇକିଆ ସ୍ଥାନ ପାଇଛନ୍ତି. ସେହିପରି ସାଧାରଣ ସମ୍ପାଦକ ଭାବେ ରୋକାମ ରାମ ପ୍ରସାଦ, ପି. ପ୍ରସାଦ ରାଓ, ଜମିଦାର ପଟ୍ଟନାୟକ,ସୁମାନ୍ତୋ ଚିନ୍ତଡା, ଏସ ଭାସ୍କର ରାଓ, ରାଜେନ୍ଦ୍ର କୁମାର ରଣସିଂ ନାୟକ, ଜେ. ବଡମୁଣ୍ଡି, ସୁଦର୍ଶନ ରାଇତୋ, ସୋମନାଥ ବଳିଆରସିଂ, ହାଡ଼ିଆ କନ୍ଧା, ରାଜୀବ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି. ସେହିପରି ସମ୍ପାଦକ ଭାବେ 13 ଜଣିଆ ତାଲିକାରେ ଶିଶିର ପ୍ରଧାନ, କେ. ଜିବରତ୍ନମ, ମସୁଲାନରତିଓ, ଶିବରାମ ସାହୁ, ଜ୍ଞାନ ରଞ୍ଜନ ଜେନା, ବିରଞ୍ଚି ନାରାୟଣ ଦେବ, ପ୍ରଫୁଲ୍ଲ ଲିମ୍ମା, ପ୍ରକାଶ ନାୟକ, ଡ଼ି. ଆପ୍ପା ରାଓ, ଦୀପକ ପାଣି, ଭି. ଭେଙ୍କଟ ଗିରି, ଦେବେନ୍ଦ୍ର ନାୟକ, ଅଭୟ ପରିଚ୍ଛା ରହିଛନ୍ତି. ଯୁଗ୍ମ ସମ୍ପାଦକ ଭାବେ କେ. ତେଜସ୍ବର ରାଓ, ଦେବଚନ୍ଦ୍ର ପ୍ରଧାନ, ପି. ରାମବାବୁ, ତ୍ରିନାଥ ନାୟକ, ଅର୍ଜୁନ ଶବର, ମୋଜେଶ ଦଳବେହେରା, ଯୋଗେନ୍ଦ୍ର କାର୍ଜି, ଅଜିତ ନାୟକ, ଏ. ବାସୁଦେବ ରାଓ, ହୃଦୟ ପାଣି, ଜଗନ୍ନାଥ ଆର. ରାଓ, ଯୋଗେନ୍ଦ୍ର କୁମାର ସାହୁ, ଇନୁସ ରାଇତୋ, ଇନୁସ ସବର,ଜକ୍ଷ ମଣ୍ଡଳ ଏଣିକି ନୂଆ ଦାୟିତ୍ୱ ତୁଲାଇବେ. ଅନ୍ୟ ପକ୍ଷରେ ସୁଧୀର ରଞ୍ଜନ ମହାପାତ୍ରଙ୍କୁ ପାରଳାଖେମୁଣ୍ଡି ମୁନିସିପାଲିଟି ସଭାପତି ଭାବେ ନିଯୁକ୍ତ କରାଯାଇଥିବାବେଳେ କାଶୀନଗର ସଭାପତି ଭାବେ ରକମ ଚଲାପତି ରାଓଙ୍କୁ ନିଯୁକ୍ତି ମିଳିଛି. ସେହିପରି ରଞ୍ଜିବ ଶବରଙ୍କୁ ମୋହନା ସଭାପତି, ଭୀମା ପାଇକୋଙ୍କୁ ଆର. ଉଦୟଗିରି ସଭାପତି, ସିମାଞ୍ଚଳ ମହାନ୍ତିଙ୍କୁ ରାୟଗଡା, ଜୋହାନ ମାଝୀଙ୍କୁ ନୂଆଗଡା, ଅଖିଳ କୁମାର ପାତ୍ରଙ୍କୁ କାଶୀନଗର, ସିଏଚ. ଇଶ୍ୱର ରାଓଙ୍କୁ ଗୋଷାଣୀ ଏବଂ ଏ ଗମାଙ୍ଗୋଙ୍କୁ ଗୁମ୍ମାର ସଭାପତି ଭାବେ ନୂଆ ନିଯୁକ୍ତି ମିଳିଛି.(ଗରୁଡ଼ ଧ୍ଵଜ ଚୌଧୁରୀ )
