ବିଶ୍ବଶାନ୍ତି ଘୃତଯଜ୍ଞ ଓ ନାମଯଜ୍ଞ ଉପଲକ୍ଷେ କଳସ ଯାତ୍ରା
ବୁଗୁଡା : ତା ୦୩/୦୩/୨୩ : ସ୍ଥାନୀୟ ବଡଦାଣ୍ଡଠାରେ ହେବାକୁ ଯାଉଥିବା ବିଶ୍ବଶାନ୍ତି ଘୃତଯଜ୍ଞ ଓ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ ଉପଲକ୍ଷେ ଶୁକ୍ରବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଠାକୁର ଶ୍ରୀ ବିରଞ୍ଚି ନାରାୟଣଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ମନ୍ଦିର ପରିସରସ୍ଥ ବାମ୍ଫିରୁ ପୁରୋହିତ ପ୍ରମୋଦ କୁମାର ହୋତା, ବିଭୁତି ଭୂଷଣ ତ୍ରିପାଠୀ , ନାରାୟଣ ଦାଶ , ମନୋଜ କୁମାର ଦାଶ ଓ ବୈଷ୍ଣବ ଚରଣ ଦାଶ ପ୍ରମୁଖଙ୍କ ଦ୍ବାରା ଯଥା ରୀତିନୀତି ପ୍ରକାରେ ପୂଜାପାଠ ପରେ ଶତାଧିକ ମହିଳା ଓ ପୁରୁଷ କଳସରେ ଜଳ ଘେନି ନଗର ପରିକ୍ରମା ପୂର୍ବକ ଯଜ୍ଞସ୍ଥଳରେ ପହଞ୍ଚି ଥିଲେ । ଶନିବାର ଦିନ ବିଶ୍ବଶାନ୍ତି ଘୃତଯଜ୍ଞ ଏବଂ ନାମ ଅଧିବାସ କର୍ମ ସାଙ୍ଗକୁ ରବିବାର ଠାରୁ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହେବାକୁ ଥିବାବେଳେ ଏଥିରେ ରାମଣ୍ଡା , ସୋଲଣ୍ଡି , ଚିଲିଖମା , ମାଳତେନ୍ତୁଳିଆ ଓ ବୁଗୁଡ଼ା ଯାଦବ ସାହି ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିବା ନେଇ ଜଣାଯାଇଛି।
