August 18, 2026

କୁକୁଡ଼ାଖଣ୍ତି ବ୍ଲକସ୍ତରୀୟ ଦକ୍ଷତା ମେଳା

ihoihi
Share

କୁକୁଡ଼ାଖଣ୍ତି ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ଦକ୍ଷତା ମେଳା ଅନୁଷ୍ଠିତ ହୋଇଛି। ଏହି ମେଳାରେ କୁକୁଡ଼ାଖଣ୍ତି ବ୍ଲକ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ନିଜ ଜୀବନର ଲକ୍ଷ୍ୟକୁ ସଠିକ ଭାବେ ନିରୁପଣ କରିବା ସହିତ ଉଚିତ ଦକ୍ଷତାର ମାନଦଣ୍ଡ ନିରୁପଣ ପାଇଁ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ସଭାରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ପଲ୍ଲଭି ସ୍ୱାଇଁ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୌରିଶଙ୍କର ବେହେରା, ବ୍ଲକ ପ୍ରକଳ୍ପ ପରିଚାଳକ ଏବଂ ଓଡିଶା ଜୀବିକା ମିଶନ୍ ଦୟାନିଧି ବେହେରା, ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନର ଗୋପାଳ ଚନ୍ଦ୍ର ବେହେରା, ମହେଶ୍ୱର ଦୋରା, ଛତ୍ରପୁର ବୈଷୟିକ ତାଲିମ ଅନୁଷ୍ଠାନର ଦୀପକ କୁମାର ସାହୁଙ୍କ ସମେତ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନେ ନିଜକୁ ପ୍ରତିଷ୍ଠିତ କରି ଗଢି ତୋଳିବା ଓ ଅନୁଷ୍ଠାନକୁ ସୁଚାରୁ ରୂପେ ପରିଚାଳନା ପାଇଁ ନିଜର ଦକ୍ଷତା ବିକାଶ ବିଷୟରେ ବିସ୍ତୃତ ଆଲୋଚନା କରି ଅଧିକାରୀ ମାନେ ବୁଝାଇଥିଲେ। ଏଥି ସହିତ ଜୀବିକା ମିଶନର ସିଆରପି ଓ କେତେକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ। ଯାହାଦ୍ବାରା କି ଅଞ୍ଚଳର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ସହିତ ରୋଜଗାର ରକ୍ଷମ ହୋଇ ନୂଆ ନୂଆ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଏହି ମେଳା ବେଶ୍ ସହାୟକ ହେବ ବୋଲି ଉପସ୍ଥିତ ଅଧିକାରୀ ମାନେ କହିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed