September 29, 2024
Share

 

୧-ଭୁବନେଶ୍ୱର:ପ୍ରଥମ ଥର ବିଧାନସଭା ଯିବେ ୭ ବିଧାୟିକା ଓ ୭୫ ବିଧାୟକ, କେମିତି ରହିବ ପ୍ରଦର୍ଶନ, ସମସ୍ତଙ୍କର ରହିଛି ନଜର।

୨-ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚିଛି, ଏନେଇ ଏସଆରସିଙ୍କ ରିପୋର୍ଟରେ ଉଲ୍ଲେଖ।

୩-ଜୁନ୍ ରେ ଜଳୁଛି ଭୁବନେଶ୍ୱର,୩୯ ଡିଗ୍ରୀରେ ବି ୫୦ ଭଳି ଯନ୍ତ୍ରଣା।

୪-ଚିନ୍ତା ବଢାଇଲାଣି ଡେଙ୍ଗୁ ରୋଗ, ଚଳିତ ବର୍ଷ ରାଜ୍ୟରେ ଏଯାଏଁ ୨୩୫ ଡେଙ୍ଗୁରୋଗୀ ଚିହ୍ନଟ।

୫-ବାଙ୍କୀ -ଖୋର୍ଦ୍ଧା ରାସ୍ତାର ନଦୀକୁଣ୍ଡା ପୋଲ ଠାରେ ଏକ ସ୍କୁଟି ଉପରେ ବାଲି ବୋଝେଇ ହାୱାଗାଡି ଚଢ଼ି ଯିବାରୁ ଜଣେ ମୃତ ଓ ଅନ୍ୟଜଣେ ଗୁରୁତର।

୬-ରାଜ୍ୟରେ ମୌସୁମୀ ବାୟୁ ଆଗକୁ ବଢ଼ିବାର ସ୍ଥିତି ଅନୁକୂଳ ନାହିଁ, ଜାରି ରହିବ ଗୁଳୁଗୁଳି।

୭-ପ୍ରଚଣ୍ଡ ତାତି ନେଇ ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡା ଜିଲ୍ଲାପାଳଙ୍କୁ ଚିଠି।

୮-ବୁଧବାର ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକ୍ରମ ନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ପକ୍ଷରୁ ସୂଚନା, ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

୯-ଶପଥ ପୂର୍ବରୁ ଜନତା ମଇଦାନରେ ଭୂମି ପୂଜା,୧୨ରେ ଅଧା ଦିନ ସରକାରୀ ଛୁଟି।

୧୦-ଭୁବନେଶ୍ୱର: ଓଡ଼ିଶା ଦେଲା ୨୦,ପାଇଲା ୩ ମନ୍ତ୍ରୀ ପଦ, ଓଡ଼ିଶା ପ୍ରତି ଅବିଚାର: କଂଗ୍ରେସ

୧୧-ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ, ୧୧ବର୍ଷ ଧରି ଅନୁଦାନରୁ ବଞ୍ଚିତ ଓଡ଼ିଶା।

୧୨-ନରସିଂହପୁର: ବାଇକ୍ କୁ ପିଟିଲା କାର୍ ଘଟଣାସ୍ଥଳରେ ଭାଇଭଉଣୀ ମୃତ।

୧୩-କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ: ସୁରେଶ ରାଉତରାୟ।

୧୪-ଦ୍ୱାଦଶ ପାଶ୍‌ କରିଥିରେ BSFରେ ଚାକିରି; ମାସକୁ ଦରମା ୯୨ ହଜାର,ୱେବ୍‌ସାଇଟ୍‌ rectt.bsf.gov.in କୁ ଯାଇ ଆବେଦନ କରନ୍ତୁ।

୧୫-କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର।

୧୬-ମୋଦୀଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ:PM ଆବାସରେ ଆଉ ୩ କୋଟି ଘରକୁ ମଞ୍ଜୁରି।

୧୭-ଦ୍ୱିତୀୟ ଥର ପାଇଁ ସିକ୍କିମର ମୁଖ୍ୟମନ୍ତ୍ରୀ ହେଲେ ପ୍ରେମ ସିଂହ ତମାଙ୍ଗ।

୧୮-ଓଡ଼ିଶାର ତିନି ମନ୍ତ୍ରୀଙ୍କୁ ମିଳିଛି ବଡ ଦାୟିତ୍ୱ : ପୁଣିଥରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ ଅଶ୍ୱିନୀଙ୍କୁ ରେଳ ସହ ସୂଚନା ଓ ପ୍ରସାରଣ ବିଭାଗର ଦାୟିତ୍ୱ । ଜୁଏଲ୍ ଓରାମଙ୍କୁ ଆଦିବାସୀ ମନ୍ତ୍ରାଳୟ ।

୧୯-ଟି-20 ବିଶ୍ୱକପ୍‌: ‘ସୁପର-୮’କୁ ପାକିସ୍ତାନ କ୍ୱାଲିଫାଏ କରିବା ମୁସ୍କିଲ, ଭାରତ ଉପରେ କଲା ଭରସା।

୨୦-୭ ରାଜ୍ୟର ୧୩ ବିଧାନସଭା ଆସନ‌ରେ ଉପନିର୍ବାଚନ, ଜୁଲାଇ ୧୦ରେ ମତଦାନ, ୧୩ରେ ଫଳାଫଳ ଘୋଷଣା।

୨୧-ମୋଦୀଙ୍କ ତୃତୀୟ ପାଳିରେ କୌଣସି ମୁସଲମାନ ନେତାଙ୍କୁ ମିଳିଲା ନାହିଁ ମନ୍ତ୍ରୀପଦ, ମନ୍ତ୍ରୀମଣ୍ଡଳରେ ବଢିଲା ଅଳ୍ପଶିକ୍ଷିତଙ୍କ ସଂଖ୍ୟା।

୨୨-ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ କାରକେଡକୁ କୁକୀ ସମ୍ପ୍ରଦାୟର ସନ୍ଦିଗ୍ଧ ଆତଙ୍କାବଦୀଙ୍କ ପକ୍ଷରୁ ଗୁଳିମାଡ ।