ନାମାଙ୍କନ ଶୋଭାଯାତ୍ରାରେ ବିଜୟର ପଦଧ୍ୱନୀ:ନାମାଙ୍କନ ଭରିଲେ ପ୍ରଣବ, ରୋହିତ ଓ ସୁଦର୍ଶନ,ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଅଲ୍ ଦ ବେଷ୍ଟ ବବି’
ସମ୍ବଲପୁର,ସମ୍ବଲପୁରରେ ଶୁଭିଲା ଯୋଡିଶଙ୍ଖ ର ଜୟଧ୍ୱନୀ । ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ପ୍ରଣବ ପ୍ରକାଶ ଦାସ ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହେଲା ସାରା ସମ୍ବଲପୁର । ନାମାଙ୍କନ ପତ୍ର ଦାଖଲରୁ ଆରମ୍ଭ ହେଲା ବିଜୟ ଅଭିଯାନ । ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ବିଜୁ ଜନତା ଦଳ ତରଫରୁ ନାମାଙ୍କନ ଦାଖଲ କରିଛନ୍ତି ନବୀନ ସେନାର ସେନାପତି, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେହିଭଳି ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡି ନେତା ରୋହିତ ପୂଜାରୀ ଓ ରେଙ୍ଗାଲି ବିଧାନସଭା ପ୍ରାର୍ଥୀ ସୁଦର୍ଶନ ହରିପାଲ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ସମର୍ଥକ ମାନଙ୍କର ଏକ ବିରାଟ ଶୋଭାଯାତ୍ରା ସହରରେ ପରିକ୍ରମା କରିଥିଲା । ୪୨ ଡିଗ୍ରୀ ଖରା ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଶୋଭଯାତ୍ରାରେ ସାମିଲ ହୋଇ ପ୍ରଣବ ପ୍ରକାଶ ଓ ରୋହିତ ପୂଜାରୀଙ୍କୁ ସମର୍ଥନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜରିଆରେ ପ୍ରଣବ ପ୍ରକାଶଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୁଁ ନିଶ୍ଚିତ ଅଛି ତୁମେ ବିଜୟୀ ହେବ ବୋଲି କହିଥିଲେ । ନାମାଙ୍କନ ସମୟରେ ପ୍ରବଳ ଜନସମାଗମ ବିରୋଧି ଶିବିରରେ ହଟଚମଟ ସୃଷ୍ଟି କରିଥିବାବେଳେ ବିଜୁ ଜନତା ଦଳ ପ୍ରତି ସମ୍ବଲପୁରବାସୀ ଙ୍କ ଭଲପାଇବା ଦେଖି ବିରୋଧୀ ନେତାଙ୍କ ଚିନ୍ତା ବଢିଯାଇଛି ।
ଆଜି ସକାଳ ପ୍ରାୟ ୮ ଟା ସମୟରେ ମା ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଥିଲେ ଲୋକସଭା ପ୍ରାର୍ଥି ପ୍ରଣବ ପ୍ରକାଶ ଦାସ । ସାଙ୍ଗରେ ଉପସ୍ଥିତ ଥିଲେ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ମା’ ଙ୍କ ଦର୍ଶନ କରିଥିଲେ । ପୂଜାର୍ଚ୍ଚନା କରି ଆର୍ଶୀବାଦ କାମନା କରିଥିଲେ । ଏହି ଅବସରରେ ପ୍ରଣବ ପ୍ରକାଶ କହିଥିଲେ ଯେ ମା ସମଲେଶ୍ୱରୀଙ୍କ ଡୋରୀ ଲାଗିବାରୁ ମୁଁ ଏ ମାଟିର ସେବା କରିବା ପାଇଁ ଆସିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ସମ୍ବଲପୁର ପଠାଇଛନ୍ତି । ମା’ ଙ୍କ ଆଶୀର୍ବାଦ ରହିଛି । ନିଶ୍ଚୟ ଜୟଯୁକ୍ତ ହେବୁ ଏବଂ ସମୃଦ୍ଧ ସମ୍ବଲପୁର ଗଢିବା ଦିଗରେ କାମ କରିବୁ ବୋଲି କହିଥିଲେ । ସମଲେଇ ମନ୍ଦିର ଦର୍ଶନ କରିବା ପରେ ଜେଲ ଛକକୁ ଯାଇଥିଲେ । ସେଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ପ୍ରଣବ ପ୍ରକାଶ । ନିଜର ପ୍ରିୟ ନେତା ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବା ଜାଣି ତାଙ୍କୁ ସର୍ମଥନ ଦେବାକୁ ବାଲିବନ୍ଧା ଠାରେ ହଜାର ହଜାର ସମର୍ଥକଙ୍କ ସମାଗମ ହୋଇଥିଲା । ପୁରୁଷ, ମହିଳା, ଯୁବ ଭୋଟର ଓ ବିଭିନ୍ନ ବର୍ଗର ଲୋକେ ସ୍ୱତଃପ୍ରବୃତ୍ତ ଭାବରେ ଶୋଭାଯାତ୍ରାରେ ଯୋଡିହୋଇଥିଲେ । ବାଲିବନ୍ଧାରୁ ସମ୍ବଲପୁର ଜିଲ୍ଲାପାଳ ଅଭିମୁଖେ ଏକ ଭବ୍ୟ ଶୋଭଯାତ୍ରା ବାହାରିଥିଲା । ସମ୍ବଲପୁରୀ ବାଜାର ତାଳେ ତାଳେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ବିଭିନ୍ନ ନାରା ଓ ସ୍ଲୋଗାନ୍ ରେ କମ୍ପିଉଠିଥିଲା ସମ୍ବଲପୁର ସହର । ପ୍ରଣବ ପ୍ରକାଶ କେବଳ ଗୋଟିଏ ନିର୍ବାଚନମଣ୍ଡଳୀର ନୁହନ୍ତି । ସେ ହେଉଛନ୍ତି ନବୀନ ସେନାର ସେନାପତି । ସାରା ରାଜ୍ୟରେ ବିଜୁ ଜନତା ଦଳର ସଂଗଠନକୁ ସୁଦୃଢ କରିବାକୁ କାମ କରୁଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି । ତେଣୁକରି ପ୍ରଣବ ପ୍ରକାଶଙ୍କ ଲୋକପ୍ରିୟତା ସାରା ରାଜ୍ୟରେ ରହିଛି। ସମ୍ବଲପୁରରେ ନାମାଙ୍କନ ପାଇଁ ଶୋଭାଯାତ୍ରାରେ ଯିବା ସମୟରେ ଲୋକଙ୍କ ଭଲପାଇବାର ସେହି ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଣବ ପ୍ରକାଶଙ୍କ ଉପରେ ପୁଷ୍ପବର୍ଷା କରି ସମ୍ବଲପୁରର ଜନତା ସ୍ୱାଗତ ଜଣାଉଥିଲେ । ଶୋଭାଯାତ୍ରା ସମୟରେ ବାଟରେ ଅଟକି ସମ୍ବଲପୁରର ପ୍ରସିଦ୍ଧ ସରସତିଆ ଖାଇଥିଲେ ପ୍ରଣବ ପ୍ରକାଶ ଓ ରୋହିତ ପୂଜାରୀ । ଝାଡୁଆପଡା ଠାରେ ପହଞ୍ଚିବା ପରେ ବ୍ରହ୍ମପୁରା ଗୁଡିକୁ ଯାଇ ଦର୍ଶନ କରିଥିଲେ । ବାଲିବନ୍ଧା ଠାରୁ ଶୋଭାଯାତ୍ରା ବାହାରି କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ହାଟପଡା, ଦଲେଇପଡା ଓ ମୁ୍ୟନିସିପାଲଟି ଛକଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ବିପୁଳମାତ୍ରାରେ ସମର୍ଥନ ଜଣାଇଥିବାରୁ ଓ ଭବ୍ୟ ସମ୍ବର୍ଦ୍ଧନା ଦେଇଥିବାରୁ ଜନତା ଓ ସମର୍ଥକଙ୍କୁ କୃତଜ୍ଞତା ଜଣାଇଥିଲେ । ଏହା ବିଶ୍ୱାସର ଶୋଭାଯାତ୍ରା, ଭଲପାଇବାର ଭିଡ ବୋଲି କହିଥିଲେ ପ୍ରଣବ ପ୍ରକାଶ । ବିଗତ ନିର୍ବାଚନରେ ସମ୍ବଲପୁରରୁ ଯେଉଁ ଦୁଇନେତା ନିର୍ବାଚିତ ହୋଇଥିଲେ ସେମାନେ ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଭୁଆଁ ବୁଲାଇଛନ୍ତି । ଅପରପକ୍ଷେ ରାଜ୍ୟ ସରକାରଙ୍କ ସମଲେଇ ପ୍ରକଳ୍ପ ଦ୍ୱାରା ସମଲେଇ ପୀଠର ଭବ୍ୟ ଋପାନ୍ତରଣ, ଭିସୁଟ ଓ ଭିମସାରର ଉନ୍ନତିକରଣ, ପର୍ଯ୍ୟଟନସ୍ଥଳୀ ଗୁଡିକର ଉନ୍ନତିକରଣ, ୫ଟି ସ୍କୁଲ ଜରିଆରେ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ରୋଜଗାରକ୍ଷମ କରିବା, କଳା, ସଂସ୍କୃତିର ସୁରକ୍ଷା, ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାର ଯୋଗାଇବା, ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଏଭଳି ଅନେକ କ୍ଷେତ୍ରରେ ଉନ୍ନତିମୂଳକ କାମ କରାଯାଇଛି । ତେଣୁକରି ଏଥର ବିଜୁ ଜନତା ଦଳ ପ୍ରତି ଲୋକଙ୍କ ଆଶା ବିଶ୍ୱସ ବଢିଛି । ସମ୍ବଲପୁରବାସୀ ଏହା ନିଷ୍ପତ୍ତି ନେଇସାରିଛନ୍ତି ଯେ ଚଳିତ ନିର୍ବାଚନରେ ଯୋଡିଶଙ୍ଖ ଚିହ୍ନରେ ଭୋଟ ଦେଇ ପ୍ରଣବ ପ୍ରକାଶ ଦାସ ଓ ରୋହିତ ପୂଜାରୀଙ୍କୁ ଜୟଯୁକ୍ତ କରାଇବେ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି ।(ରାଜାରାମ ଷଡଙ୍ଗୀ):