ସମସ୍ତ ରାଜନୈତିକ ଦଳ ର ପ୍ରତିଦ୍ୱନ୍ଦିତା କରୁଥିବା ପାର୍ଥି ଏବଂ ପ୍ରତିନିଧି ଙ୍କ ସହିତ ପର୍ଯ୍ୟବେକ୍ଷକ ଙ୍କ ବୈଠକ…..
ନବରଙ୍ଗପୁର:ତା ୩୦/୦୪/୨୪ ଚଳିତ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ,ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ ଆଜି ଜିଲ୍ଲା ର ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀ ଆସନ ପାଇଁ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ରାଜନୈତିକ ଦଳ ର ପ୍ରାର୍ଥୀ ଓ ପ୍ରତିନିଧି ଙ୍କ ସହିତ ଜିଲ୍ଲାପାଳ ଙ୍କ ସମ୍ମିଳନୀ ଗୃହରେ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ପଲ୍ଲଭ ଗୋପାଳ ଝା,ବରିଷ୍ଟ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ
ଅର୍ଣ୍ଣବ ମୁଖାର୍ଜୀ, ଭାରତୀୟ ରାଜସ୍ଵ ସେବା ର ବରିଷ୍ଠ ଅଧିକାରୀ, ଜିଲ୍ଲା ର ଚାରିଟି ବିଧାନସଭା ନିର୍ବାଚନମଣ୍ଡଳୀ ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଟି. ପି ସଲିମ କୁମାର ଆଇ ଆର୍ ଏସ୍, ପୋଲିସ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଭିନ୍ ସିଂ ମଲ୍, ଆଇ ପି ଏସ୍, ଜିଳ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା, ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚିନାରାୟଣ ଦରୱାନ, ଡେପୁଟି କଲେକ୍ଟର ପି.ମନସ୍ମିତା ଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ଆସନ୍ତା ମେ ମାସ ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ,ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ସୁପରିଚାଳନା ରେ ଏବଂ ନିର୍ବାଚନ ଆଚରଣ ବିଧି କୁ କଡାକଡି ଭାବେ ପାଳନ କରିବା ରେ ଜିଲ୍ଲାପ୍ରଶାସନ,ପୋଲିସ ପ୍ରଶାସନ କୁ ସମସ୍ତ ରାଜନୈତିକ ଦଳ ର କର୍ମକର୍ତ୍ତା, ପ୍ରାର୍ଥୀ, ପ୍ରତିନିଧି ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଆବଶ୍ୟକ ସ୍ଥଳେ ନିର୍ବାଚନ ସମ୍ୱନ୍ଧୀୟ କୌଣସି ଅଭିଯୋଗ ଥିଲେ ସାଧାରଣ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟବେକ୍ଷକ,ପୋଲିସ ପର୍ଯ୍ୟବେକ୍ଷକ ଙ୍କ ସହିତ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି। ବେଶେଷକରି ପାର୍ଥି ଙ୍କ ଖର୍ଚ ସଠିକ୍ ଭାବରେ ପାର୍ଥି ଙ୍କୁ ଦିଆଯାଇଥିବା ରେଜିଷ୍ଟର ରେ ଲିପିବଦ୍ଧ କରିବା ରେ ସନ୍ଦେହ ଥିଲେ ଖର୍ଚ୍ଚ କମିଟି ଙ୍କୁ ସ୍ଥାନୀୟ ସର୍କିଟ ହାଉସରେ ଭେଟି ଏ ସମ୍ପର୍କରେ ଜାଣିବା ଓ ନିର୍ଭୁଲ ଭାବରେ ସୁଧାରିବା ବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲାପାଳ ଡଃ ମିଶ୍ର ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ,ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ରେ ଜିଲ୍ଲାପ୍ରଶାସନ କୁ ସମସ୍ତ ରାଜନୈତିକ ଦଳ ର କର୍ମକର୍ତ୍ତା,ପ୍ରାଥୀ ଙ୍କ ପୂର୍ଣ୍ଣ ସହଯୋଗ କାମନା କରି ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।-(ଏମ୍.ଦିନା°ଶୁ ଆଚାରୀ)