April 20, 2025

ଆମ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ମୋହନା ନିର୍ବାଚନ ମଣ୍ଡଳୀ ରେ ପ୍ରଚାର, ବିରୋଧୀ ପ୍ରାର୍ଥୀ ଙ୍କୁ କଲେ କଡ଼ା ସମାଲୋଚନା

Share

                                                    ଗଜପତି ଜିଲ୍ଲା ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦ୍ରଗିରି କୁ ଆଜି ଆମ ଓଡିଶା ଅଧ୍ୟକ୍ଷ ତଥା ବିଜେଡି ଦଳର ଷ୍ଟାର ପ୍ରଚାରକ ଭି କେ ପାଣ୍ଡିଆନ ନିର୍ବାଚନ ପ୍ରଚାରରେ ଆସି ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କୁ ଆରଧନା କରି ଲୋକଙ୍କ ସହ ହାତ ମିଶାଇ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଗତ ବର୍ଷ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୮୦କୋଟି ଟଙ୍କାରେ ଚାଲୁ ରହିଥିବା ମନ୍ଦିର, ଚର୍ଚ୍ଚ, ମଠ ଓ ସେତୁ ସହ ମସଜିତ୍ କାର୍ଯ୍ୟ ଗୁଡିକର ସମୀକ୍ଷା କରିବା ସହ ଆଗାମୀ ଦିନରେ ଅଞ୍ଚଳ ରେ ରହୁଥିବା ଜନସାଧାରଣ କରିଥିବା ଦାବୀ ଗୁଡ଼ିକ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ଜଣାଇଥିଲେ। ଏହା ସହ ନିର୍ବାଚନ ପାରେ ମୋହନା ଲୋକ କରିଥିବା ଦାବୀ ଏନ ଏ ସି ( ବିଜ୍ଞାପିତ ଅଞ୍ଚଳ ପରିଷଦ) ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଅଛି ତାହାବି ନିର୍ବାଚନ ପରେ ନିଶ୍ଚୟ ହେବ ବୋଲି ପ୍ରକାଶ କରିଥିଲେ। ଏହା ସହ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କରିଥିବା ଯୋଜନା ଗୁଡ଼ିକ ମଧ୍ୟ ପ୍ରକାଶ କରିଥିଲେ। ଏହି ନିର୍ବାଚନ ପ୍ରଚାର ସମୟରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ମୋହନା ବିଧାନସଭା ନିମନ୍ତେ ପ୍ରାର୍ଥୀ ହୋଇଥିବା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କ ନିମନ୍ତେ ଦୁଇ ଜଣଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଏହା ପରେ ପ୍ରକାଶ କରିଥିଲେ କି ମୁଖ୍ୟମନ୍ତ୍ରୀ ଆପଣଙ୍କ ସବୁ ଅନୁରୋଧ ରଖିଛନ୍ତି ଆପଣ ମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଅନୁରୋଧ ରକ୍ଷାକରି ୯୫ ଭାଗ ଭୋଟ ଦେଇ ପୁଣି ଷଷ୍ଠ ଥର ନିମନ୍ତେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନୁରୋଧ କରିଥିଲେ। ଆମ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ପ୍ରଚାରରେ ଆସି ଯେଉଁ ମାନେ ଜେଲ ଯାଉଛନ୍ତି ସେମାନଙ୍କୁ ଭୋଟ ନ ଦେଇ ମୂଲ୍ୟବାନ ଭୋଟ କୁ ଯେଉଁ ମାନେ ମନ୍ଦିର, ଚର୍ଚ୍ଚ, ମସଜିଦ ଯାଉଛନ୍ତି ସେମାନଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଦୁଇ ପ୍ରାର୍ଥୀ ହାତ ଯୋଡ଼ି ଶଙ୍ଖ ଚିହ୍ନ ରେ ଭୋଟ ଦେଇ ବିଜୟୀ କରି ଓଡ଼ିଶାର ଏବଂ ନିଜ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ଧାରା ଚାଲୁ ରଖିବା ନିମନ୍ତେ ଅନୁରୋଧ କରିଥିଲେ। ଏହି ପ୍ରଚାର ସମୟରେ ଦୁଇ ପ୍ରାର୍ଥୀ ଙ୍କ ସହ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ମଧ୍ୟ ଉପସ୍ଥିତ ରହି ଅଧ୍ୟକ୍ଷ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିବା ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ସ୍ଥଳରେ ମୋହନା ନିର୍ବାଚନ ମଣ୍ଡଳୀ ର ପ୍ରାୟ କୋଡିଏ ହଜାର ପୁରୁଷ ଓ ମହିଳା ଯୋଗ ଦେଇ ବିଜେଡି ଦଳ ପ୍ରାର୍ଥୀ ନକୁ ଭୋଟ ଦେବାକୁ ମତ ପ୍ରକାଶ କରିଥିଲେ। ଏହି ସଭାରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ନାୟକ,ମହିଳା ସଭାନେତ୍ରୀ ଝୁମୂରି ବିର, ଭୀମ ପାଇକ, ଲକ୍ଷ୍ମୀ ନାରାୟଣ ଶବର, ମହିଳା, ଯୁବ, ଛାତ୍ର ସଂଗଠନ ର ସମସ୍ତ କର୍ମୀ ଉପସ୍ଥିତ ଥିଲେ। ମୋହନା କୁ ଏନ୍ ଏ ସି ଘୋଷଣା ନିର୍ବାଚନ ପରେ ହେବ ଜାଣି ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଶ୍ରୀ ପାଣ୍ଡିଆନ କାହାର ନାମ ନ ନେଇ ବିରୋଧୀ ଦଳ ଏବଂ ପ୍ରାର୍ଥୀ ଙ୍କୁ କଡ଼ା ସମାଲୋଚନା କରିଥିଲେ।