ପରିବେଶ ସୁରକ୍ଷା ଓ ସମାଜସେବା ପାଇଁ ଶିକ୍ଷକ ଦ୍ଵିତୀକୃଷ୍ଣ ପାଇଲେ “ଶ୍ରୀ କ୍ଷେତ୍ର ସେବା ସମ୍ମାନ”…
ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଅଭିଷେକ ଉତ୍ସଵ। ଆଜି ଦେଶର ପ୍ରତ୍ୟେକ ରାମ ମନ୍ଦିର ରେ ପାଳନ କରାଯାଇଛି ଏହି ଉତ୍ସବ। ଏହି ପରିପ୍ରେକ୍ଷୀରେ ପବିତ୍ର ଶ୍ରୀ କ୍ଷେତ୍ର ପୁରୀର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପତିତପାବନ ସେବା ସଂଘ ଦ୍ଵାରା ପାଳିତ ହୋଇଯାଇଛି ଏହାର ପ୍ରତିଷ୍ଠାର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବାର୍ଷିକ ଉତ୍ସବ। ଏହି ଉପଲକ୍ଷେ ପୁରୀ ସହରର ଟାଉନ ହଲ ଠାରେ ଏକ ରାଜ୍ୟ ସ୍ତରୀୟ ଉତ୍ସବ। ଗୋପବନ୍ଧୁ ଆଚାର୍ଯ୍ୟ ଓ ତାଙ୍କ ଧର୍ମ ପତ୍ନୀ ଙ୍କ ଉଦ୍ୟମରେ ବଳିଷ୍ଠ ଉଦ୍ୟମରେ ପ୍ରତିଷ୍ଠିତ ଏହି ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଯୋଡ଼ି ହୋଇଅଛନ୍ତି। ପୁରୀରେ ଥିବା ଏହି ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଟି ପ୍ରତି ସୋମବାର ଦିନ ରେଳ ଷ୍ଟେସନ ରେ ମାଗଣା ଖାଦ୍ୟ ଯୋଗାଇ ଥାଏ। ଏଥି ସହିତ ରକ୍ତ ଦାନ ଶିବିର ଆୟୋଜନ, ଗାଈଗୋରୁଙ୍କୁ ଖାଦ୍ୟ ପ୍ରଦାନ, ଗରୀବ ପିଲା ମାନଙ୍କୁ ମାଗଣା ଶିକ୍ଷାଦାନ, ପୁରୁଣା ପୋଷାକ ବଣ୍ଟନ, ଜଳ ବଣ୍ଟନ, ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା, ଅସୁବିଧା ପଡ଼ିଥିବା ଲୋକଙ୍କୁ ସହଯୋଗ ଓ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ସମସ୍ତ ପ୍ରକାରର ସାହା ଓ ସହାୟତା କରିଥାଏ।
ପୁରୀ ପତିତ ପାବନ ସେବା ସଂଘ ଦ୍ଵାରା ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଭବ୍ୟ ଉତ୍ସବ ରେ ମୂଖ୍ୟ ଅତିଥି ରୂପେ ରାଜ୍ୟ ସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ ଓ ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ ସକ୍ଷମ ଭାରତ ରାଜ୍ୟ ସଭାପତି ଶ୍ରୀ ସରୋଜ କୁମାର ସାହୁ, ଚାରଣ ଗୋଷ୍ଠୀ ସଭାପତି ଡକ୍ଟର ଶରତ ଚନ୍ଦ୍ର ପାତ୍ର, ଚାରଣ ଗୋଷ୍ଠୀ ସହ ସଂପାଦକ ଡକ୍ଟର ଶୁଭେନ୍ଦୁ ସ୍ଵାଇଁ, ଡିଅର ଲାଇଫ୍ ଏମ୍ ଡି ଶ୍ରୀ ଯୁକ୍ତ ପ୍ରମୋଦ ରାଉଳ ଏବଂ ବିଶିଷ୍ଟ ସମାଜସେବୀ ଲଲିତ ରାଏ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ଜନସଚେତନତା, ବ୍ୟାପକ ବୃକ୍ଷ ରୋପଣ, ରକ୍ତ ଦାନ ଶିବିର ଆୟୋଜନ, ଶିକ୍ଷାର ବିକାଶ ପାଇଁ ନିରନ୍ତର ଉଦ୍ୟମ, ଗରିବ ଲୋକଙ୍କୁ ଖାଦ୍ୟ ଓ ପୋଷାକ ବଣ୍ଟନ, ଯାନିଯାତ୍ରା ରେ ଶାନ୍ତି ଶୃଙ୍ଖଳା ରକ୍ଷା, ଜଳ ଓ ପଣା ବଣ୍ଟନ ଓ ଅନ୍ୟାନ୍ୟ ଜନହିତକର ପଦକ୍ଷେପ ସାରା ରାଜ୍ୟର ପ୍ରାୟ ଶହେରୁ ଊର୍ଦ୍ଧ୍ବ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ଉତ୍ସର୍ଗୀ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା। ଉପସ୍ଥିତ ଅତିଥି ଗଣ ସ୍ଵେଚ୍ଛାସେବୀ ଓ ଉତ୍ସର୍ଗୀ ବ୍ୟକ୍ତିଙ୍କୁ ଜଗନ୍ନାଥ ନେତ ଉତ୍ତରୀୟ ରୂପେ, ଜଗନ୍ନାଥ ମହାପ୍ରଭୁଙ୍କ ଫୋଟୋ ଓ ଫଳକ ଦ୍ଵାରା ସମ୍ମାନିତ କରିଥିଲେ। ଏକ ସୁସ୍ଥ ସମାଜ ଗଠନ ରେ ସମାଜସେବୀ ଓ ସ୍ଵେଚ୍ଛାସେବୀ ମାନଙ୍କ ଭୂମିକା ଯେ କେତେ ଗୁରୁତ୍ଵପୂର୍ଣ୍ଣ ତାହା ପ୍ରକାଶ କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ରାଜ୍ୟର ସେବା ମନୋବୃତ୍ତି ଓ ମହାନତା ବିଷୟରେ କହିଥିଲେ ଓ ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରେରଣା ଦେବା ସହିତ ସେମାନଙ୍କର ମନୋବଳ ବଢାଇଥିଲେ। ଏହି ଉତ୍ସବ ପାଳନ ଅବସରରେ ଭଂଜନଗର ସବଡିଭିଜନ ତଥା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟଙ୍ଗା ଗ୍ରାମର ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ ପ୍ରକୃତି ସଂରକ୍ଷଣ ପାଇଁ ପଦକ୍ଷେପ, ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ବ୍ୟାପକ ବୃକ୍ଷ ରୋପଣ ପାଇଁ ପୁରୀର ଏହି ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ପତିତପାବନ ସେବା ସଂଘ” ଦ୍ଵାରା ଜଗନ୍ନାଥ ନେତ, ଫଳକ ଓ ଶ୍ରୀ ଜଗନ୍ନାଥ ଫୋଟୋ ଦେଇ ଶ୍ରୀ କ୍ଷେତ୍ର ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ପ୍ରକାଶ ଥାଉକି ଶିକ୍ଷକ ଦ୍ଵିତୀକୃଷ୍ଣ ବର୍ତ୍ତମାନ ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନରେ ବିଜ୍ଞାନ ଶିକ୍ଷକ ରୂପେ ଅବସ୍ଥାପିତ ହେବାପରେ ସିଆରସିସି ରୂପେ କାର୍ଯ୍ୟ ସଂପାଦନ କରୁଛନ୍ତି।
( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)