April 30, 2026

ଗୁଣୁପୁର ବିଧାନସଭା ଆସନରେ ୧୨ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନ ରେ ପଦ୍ମିନୀ ଓ ଅବିନାଶ ପ୍ରାର୍ଥୀ ପତ୍ର ପ୍ରତ୍ୟାହର କଲେ …

ojm
Share

ଗୁଣପୁର -ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ଓ ଯାଞ୍ଚ କାର୍ଯ୍ୟ ଇତି ମଧ୍ୟରେ ଶେଷ ହୋଇଛି । ମୋଟ ୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ ୨ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ପଦ୍ମିନୀ ଗମାଙ୍ଗ ଓ ଅବିନାଶ ଗମାଙ୍ଗ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ରାୟଗଡା ଜିଲ୍ଲା ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବର୍ତ୍ତମାନ ମଇଦାନରେ ୧୨ ଜଣ ପ୍ରାର୍ଥୀ ରହିଛନ୍ତି । ରଶ୍ମିତା କୁମାରୀ ଶବର ସ୍ୱାଧୀନ,ଅନାସିମ ଶବର ସିପିଆଇ ଏମ୍ ଏଲ, ସତ୍ୟଜିତ ଗମାଙ୍ଗ କଂଗ୍ରେସ,ଫାଲଗୁନି ଶବର ମାତୃଭୂମି, ରଘୁନାଥ ଗମାଙ୍ଗ ବିଜେଡି,ତ୍ରିନାଥ ଗମାଙ୍ଗ ବିଜେପି,ଶିବରାମ ମାଲକା
ବିଏସପି, ପୂର୍ଣ୍ଣଚନ୍ଦ୍ର ଶବର ନବ ଭାରତ ନିର୍ମାଣ ସେବା ପାର୍ଟି, ରବିଶଙ୍କର ଗମାଙ୍ଗ ସ୍ୱାଧୀନ,ଭାସ୍କର ଜାଗାରଙ୍ଗା ସ୍ୱାଧୀନ,କରୁଣାକର ଶବର ଜାତୀୟ ଆପନି ପାର୍ଟି, ନାଗଭୂଷଣ ମାଣ୍ଡଙ୍ଗି ବହୁଜନ ମୁକ୍ତି ପାର୍ଟି ଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ।(ସୁରେନ୍ଦ୍ର ମହାନ୍ତି )

You may have missed