ଅବକାରୀ ଧର ପଗଡ, ମହୁଲ ଓ ବିଦେଶୀ ମଦ ଜବତ ୨ ଗିରଫ….

Share

ଉମରକୋଟ :- ଆଗାମୀ ସଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ର ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କ ଙ୍କ ନିର୍ଦ୍ଧେଶ କ୍ରମେ ଉମରକୋଟ ଅବକାରୀ ଥାନା ର ଓଆଇସି ତିଳକ ରାମ ନାୟକ ଙ୍କ ନେତୃତ୍ବରେ ଉମରକୋଟ ନିକଟସ୍ଥ ପୂର୍ଲା ଠାରେ ପେଟ୍ରଲିଙ୍ଗ କରିବା ସମୟ ରେ ଗୋଟିଏ ଅଟ ରିକ୍ସା ରେ ୪ କ୍ଵିଣ୍ଟାଲ ମହୁଲ ଫୁଲ ଆସୁଥିବା ସମୟ ରେ ଅବକାରୀ କର୍ମଚାରୀ ମାନେ ଅଟ ଓ ମହୁଲ ଫୁଲ କୁ ଜବତ କରିବା ଅଟ ଡ୍ରାଇଭର ଘନ ଶ୍ୟାମ ମାଝୀ କୁ ଗିରଫ କରିଛି । ସେହିପରି ବଡ ଭରଣ୍ଡି ଠାରେ ଜଣେ ବାଇକ ରେ ଭାରତ ରେ ନିର୍ମିତ କିଙ୍ଗ ଫିସର ବିଦେଶୀ ମଦ ଆଣୁଥିବା ସମୟ ରେ ଅବକାରୀ କର୍ମଚାରୀ ମାନେ ମାଡି ବସି ଥିଲେ।। ବାଇକ ରେ ଥିବା ଲଳିତ କଲ।ର କୁ ଗିରଫ କରିବ ସହ ବାଇକ ଓ ବିଦେଶୀ ମଦ କୁ ଜବତ କରିଛି ଅବକାରୀ ବିଭାଗ। ଜବତ ବିଦେଶୀ ମଦ ର ପରିମାଣ ପ୍ରାୟ ୧୬ ଲିଟର ହେବ ବୋଲି ଓଆଇସି ତିଳକ ରାମ ସୁଚନା ଦେଇଛନ୍ତି। ୨ ଅଭିଯୁକ୍ତ ଙ୍କୁ ସିଆରପିସି ୪୧ (କ) ଧାରା ଅନୁସାରେ ବେଲରେ ଛଡା ଯାଇଥିବା ଓଆଇସି ତିଲକ ରାମ ନାୟକ ସୁଚନା ଦେଇଛନ୍ତି। ଏହି ଚଡ଼।ଉ ସମୟରେ ଉମରକୋଟ ଅବକାରୀ ଥାନା ର ଓଆଇସି ତିଳକ ରାମ ନାୟକ, ଏ ଏସ ଆଇ ମାଖନ
ହାଲ୍ ଦାର ଅବକାରୀ କନେଷ୍ଟବଳ ଦେବାଶିଷ ଦାସ ସୁବାଷ ଚନ୍ଦ୍ର ଗୌଡ଼, ଅନନ୍ତ ମଲିକ ଓ ଜ୍ୟୋତ୍ସ୍ନା ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।(ଏମ୍.ଦିନା°ଶୁ ଆଚାରୀ)

You may have missed