November 23, 2024

ବେଳାଭୂମି ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଆହ୍ଵାନ …

Share

ଅସ୍ତରଙ୍ଗ,,ରବିବାର ୨୮ତାରିଖ ଦିନ ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପିର ପୀଠ ବେଳାଭୂମିରେ ନିକଟରେ ଥିବା କଲ୍ୟାଣ ମଣ୍ଡପ ଠାରେ ବେଳାଭୂମି ସାହିତ୍ୟ ସଂସଦ ର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଜାଇଅଛି । ସଂସଦ ର ସଭାପତି ଶ୍ରୀ ଚିତ୍ତରଞ୍ଜନ ବିଶ୍ଵାଳ ଙ୍କ ସଭାପିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ
ମୁଖ୍ୟ ଅତିଥି ଥିଲେ,ଶିକ୍ଷାବିତ୍ ଶଶଧର ପଣ୍ଡା । ବିଶିଷ୍ଟ ଅତିଥି ବ୍ୟଙ୍ଗ କବି ସମ୍ପଦ ରଥ,ସମ୍ମାନିତ ଅତିଥି ନିତ୍ୟାନନ୍ଦ ଶତପଥୀ,ପ୍ରଶାନ୍ତ କୁମାର ଶତପଥୀ,ମହନ୍ତ ତ୍ରିଲୋଚନ ଦାସ ପ୍ରମୁଖ ଯୋଗ ଦାନ କରି ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବେଳାଭୂମି ସାହିତ୍ୟ ସଂସଦ କାର୍ଯ୍ୟ ପ୍ରଂଶସ୍ ନିୟ ବୋଲି ମତ ବ୍ୟକ୍ତ କରିଥିଲେ ଓ ଭାଷା ହେଉଛି ଗୋଟିଏ ଜାତିର ଅସ୍ତିତ୍ବ ଏବଂ ତାର ସାହିତ୍ୟ ହେଉଛି ଅସ୍ତିତ୍ବ ର ପରିଚୟ । ତେଣୁ ଭାଷା ବଞ୍ଚିଲେ ଜାତି ବଞ୍ଚିବ ଓ ସାହିତ୍ୟ ଓ ସଂସ୍କତି ଚିର କାଳ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରମ୍ଭରେ କବିତା ଆସର ଅନୁଷ୍ଠିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମ କୁ କଳ୍ପନା ବିଶ୍ଵାଳ ଓ ଗଙ୍ଗାଧର ଓଝା ପରିଚାଳନା କରିଥିଲା ବେଳେ,ସୌଦାମିନୀ ତ୍ରିପାଠୀ,ବସନ୍ତ ମଞ୍ଜରି ଦାସ,ସବିତା ପୃଷ୍ଟି, କଟକର ବି, ପ୍ରସାଦ ରାଓ , ଦିପା ପ୍ରଧାନ,ହୃଦାନନ୍ଦ ସାମଲ,ଗଙ୍ଗାଧର ବେହେରା, ଆଦି ବହୁ କବି କବୟିତ୍ରୀ ତାଙ୍କର ସୋ ରଚିତ କବିତା ପାଠ କରିଥିଲେ । ସଂସଦ ର ସାଧାରଣ ସମ୍ପାଦକ ତଥା ବରିଷ୍ଟ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ, ସଂସଦ ର ବିବରଣୀ ପାଠ କରିବା ସହ,ସଂସଦ ର ଆଗାମୀ ଦିନର ଆଭିମୁଖ୍ୟ ଉପରେ ଆଲୋକ ପାତ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୪୦ଜଣ କବି କବୟିତ୍ରୀ,କଳାକାର ,ସମାଜସେବୀ ମାନଙ୍କୁ ସଂସଦ ତରଫରୁ ମାନପତ୍ର,ଫୁଲୋଟୋଡା ଔପୋ ଢ଼କନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଯୋଜକ ଶ୍ରୀ ଶୋଭାକର ବେହେରା ମଞ୍ଚ ପରିଚାଳନା କରିଥିଲା ବେଳେ,ଧନ୍ୟବାଦ୍ ଅର୍ପଣ କରିଥିଲେ କବୟିତ୍ରୀ ସବିତା ପୃଷ୍ଟି ।