ବୁଗୁଡ଼ା ଓକିଲ ସଂଘରେ ଆଇନଜୀବୀ ଦିବସ ପାଳିତ

4mb
Share


ବୁଗୁଡ଼ା : ତା ୨୭/୦୪/୨୪ : ସ୍ଥାନୀୟ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ଆଇନଜୀବୀ ଦିବସ ରୂପେ ପାଳିତ ହୋଇଯାଇଛି । ସ୍ବାଭିମାନୀ ଆଇନଜୀବୀ ମଧୁସୂଦନ ଦାସଙ୍କ ୧୭୬ତମ ଜନ୍ମ ଜୟନ୍ତୀରେ ସଂଘ ସଭାପତି ବନବାସୀ ମହାରଣାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଓକିଲ ସଂଘର ପ୍ରାକ୍ତନ ସଭାପତି ଶିଶିର କୁମାର ପାଢୀ, ମୁଖ୍ୟ ବକ୍ତା ଭାବେ ପିପୁଲ୍ସ କଲେଜର ପ୍ରାକ୍ତନ ଅଧ୍ଯକ୍ଷ ଜୟକୃଷ୍ଣ ସାହୁ ଓ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ନିରଞ୍ଜନ ପ୍ରସାଦ ନାୟକ ଯୋଗ ଦେଇ ଉତ୍କଳ ଗୌରବ ମଧୁବାବୁଙ୍କ ଅସାଧାରଣ ବ୍ଯକ୍ତିତ୍ବ ସମ୍ପର୍କେ ଆଲୋକପାତ କରିବା ସହ ତାଙ୍କରି ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଥିଲେ । ଏ ଅବସରରେ କୋର୍ଟ ପରିସରସ୍ଥ ମଧୁବାବୁଙ୍କ ଏବଂ ସ୍ଥାନୀୟ ବରିଷ୍ଠ ଆଇନଜୀବୀ ସ୍ବର୍ଗତ ଉମା ଚରଣ ଦାଶଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଦ୍ବୟରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏଥି ସହ ବରେଣ୍ୟ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଉଭୟଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ହର ପ୍ରସାଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ କାଳରେ ସମ୍ପାଦକ ଦୁର୍ଗା ମାଧବ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ , ସହ-ସମ୍ପାଦକ ସିମାଞ୍ଚଳ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ସଂଘର ଉପସଭାପତି ସରୋଜ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ।

You may have missed