April 30, 2026

ଆକ୍ସନ ମୋଡ଼ ରେ ଫ୍ଲ୍ୟାଇଂ ସ୍କ୍ୱାର୍ଡ….

njh
Share

ଉମେରକୋଟ : ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖୀ ପ୍ରବଳ ଖରା କୁ ଖାତିର ନ କରି ଉମେରକୋଟ ଏସ୍ଡ଼ିପିଓ ମଧୁଶିକ୍ତା ମିଶ୍ର ଙ୍କ ନିର୍ଦେଶ କ୍ରମେଉମେରକୋଟ ଥାନା ଏସ ଆଇ ଅକ୍ଷୟ ମିଶ୍ର, ହାବିଲଦାର ଖଗପତି ବିଷୋୟୀ ଏବଂ ଟିମ ତଥା ତହସିଲଦାର ଉମେରକୋଟ, ବି ଡି ଓ ଉମେରକୋଟ ଙ୍କ ମିଳିତ ତତ୍ଵାବଧାନ ରେ ଏକ ଫ୍ଲୟିଙ୍ଗ ସ୍କ୍ୱାର୍ଡ ଗଠନ କରି ସହର ର ବିଭିନ୍ନ ଛକ ଏବଂ ଜନ ଗହଳି ପୁର୍ଣ ସ୍ଥାନ ମାନଙ୍କରେ ଗାଡି ମୋଟର ଯାଞ୍ଚ କରୁଥୁବାର ଦେଖାଯାଇଛି ସାଧାରଣ ନିର୍ବାଚନ ଆଗକୁ ଥିବାରୁ ବାହାର ଅଂଚଳରୁ କୌଣସି ରାଜନୈତିକ ଦଳ ହେଉ ନେତା ଟଙ୍କା ପଇସା ଆଣି ଯେପରି ନିର୍ବାଚନ କୁ ପ୍ରଭାବିତ କରି ନ ପାରିବେ ଏଥିପାଇଁ ପ୍ରଶାସନ ପୂର୍ବରୁ ପ୍ରସ୍ତୁତି ଜୋରଦାର କରି ରଖିଛନ୍ତି ଏଥି ସହିତ ଜିଲ୍ଲାର ସୀମା ଅଲଗା ରାଜ୍ୟ ର ସୀମାନ୍ତ କୁ ସଂଲଗ୍ନ କରୁଥିବା ରୁ ଅନୈତିକ ଅର୍ଥ କାରବାର ସହ ମରଣାନ୍ତକ ଅସ୍ତ୍ର ଶସ୍ତ୍ର ଯେପରି ଭାବେ ନିର୍ବାଚନ ମଣ୍ଡଳୀ ମଧ୍ୟରେ ନ ଆସିବ ଏବଂ କୌଣସି ଭାବେ ଆଇନ ଶୃଙ୍ଖଳା ଭଙ୍ଗ ହେଉଥିବା ଭଳି କାର୍ଯ୍ୟ କୁ ଆଶ୍ରୟ ଦିଅ ନ ଯିବା ପାଇଁ ଅଂଚଳ ର ପୋଲିସ ଓ ପ୍ରଶାସନ ସଦା ସର୍ବଦା ତତ୍ପର ଅଛନ୍ତି ଏହା ସହ ଆଗାମୀ ଦିନ ରେ ମଧ୍ୟ ଫ୍ଲୟିଙ୍ଗ ସ୍କ୍ୱାର୍ଡ ଟିମ ଓ ଷ୍ଟାଟିସଟିକ ସାରଭିଲାନ୍ସ ଟିମ ର ନଜର ଅଂଚଳ ଉପରେ ରହିବ ବୋଲି ଏସ୍ଡ଼ିପିଓ ମଧୁ ଶିକ୍ତା ମିଶ୍ର ପ୍ରକାଶ କରିଛନ୍ତି।(ଏମ୍.ଦିନା°ଶୁ ଆଚାରୀ)

You may have missed