ଆଜିର ଖବର…
୧-ଭୁବନେଶ୍ୱର:୨୭ରୁ ଭୀଷଣ ଖରା,ପାରଦ ୪୬ଂ ଛୁଇଁବା ସମ୍ଭାବନା।
୨-ସମରଝୋଳଠାରେ ବିଶାଳ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ,ନବୀନ କହିଛନ୍ତି ସାଢେ ୪କୋଟି ଓଡ଼ିଆ ମୋ ପରିବାର, ସେମାନଙ୍କ ପାଇଁ କାମ କରିଚାଲିଛି ଏବଂ ଶେଷ ଯାଏଁ କରିବି।
୩-ଏବେ ବି ୭ ଜିଲ୍ଲା ମେଲେରିଆ ପ୍ରବଣ,୧୦ ବର୍ଷରେ ୧୮.୬୩ ଲକ୍ଷ ଆକ୍ରାନ୍ତ,୩୧୩ ମୃତ।
୪-ଆଜି ଓଡିଶା ଆସୁଛନ୍ତି ଅମିତ ଶାହ । ସୋନପୁରରେ ସଭା କରି ମାଗିବେ ଭୋଟ୍ । ଶାହାଙ୍କ ସ୍ୱର ନରମ ହେବ ନା ଗରମ?
୫-ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗି ପିନ୍ଧା ପ୍ରଚାର ଭିଡିଓ ପ୍ରଘଟ ପରେ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଟ କରୁଛି ‘ଲୁଙ୍ଗି’ ବନାମ ‘ଧୋତି’ ରାଜନୀତି।
୬-ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଦିଗପହଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ହେଲେ ସାକା ସୁଜିତ୍ କୁମାର ।
୭- ରାଜସ୍ଥାନ ଜୟପୁରର ମହିଳା ବିଶ୍ବବିଦ୍ୟାଳୟ ପକ୍ଷରୁ ଶିକ୍ଷାବିତ୍ ଓ ସମାଜସେବୀ ଡ଼ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ।
୮-ନାମାଙ୍କନ ବେଳେ ନେତାଙ୍କ ପତିଆରା ପ୍ରଦର୍ଶନ । ଆଜି ସରିବ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ।
୯-ପୁରୀ:ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ, ପବିତ୍ର ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟକୁ ମିଳିଲା ଅନୁମୋଦନ।
୧୦-ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ, ନିଆଁଲିଭା କାର୍ଯ୍ୟରେ ଓ ଡ୍ରାଫ୍ ଓ ବନ କର୍ମଚାରୀ ମୁତୟନ।
୧୧-ଅନୁଭବଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା । ଫେସବୁକରେ ଲେଖିଲେ, ନବୀନଙ୍କ ଆଶୀର୍ବାଦ ଓ ମୋଦୀଙ୍କ ନେତୃତ୍ୱରେ ଓଡିଶାରେ ସରକାର ଗଢିବ ବିଜେପି
୧୨-ମାହାଙ୍ଗାରେ ବୈଜୟନ୍ତଙ୍କ ପ୍ରଚାର ବେଳେ ଗଣ୍ଡଗୋଳ, ଦୁଇଗୋଷ୍ଠୀ ହାତାହାତି,୩ ଆହତ।
୧୩-ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଅଭିଯୋଗ ଫର୍ଦ୍ଦ: ତାମିଲନାଡୁକୁ ଶସ୍ତାରେ ବିଜୁଳି ଦେବା ନେଇ ପ୍ରଶ୍ନ।
୧୪-ଚନ୍ଦକା ଥାନା ଅଧିନ ମହୁଲ ଛକ:୧୩୦ ଟଙ୍କାର ବାକି ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ଲଗାଇ ଦେଲେ ନିଆଁ,ଅଭିଯୁକ୍ତକୁ ଗିରଫ।
୧୫-ନନ୍ଦନକାନନ: ପ୍ରାଣୀ ଉଦ୍ୟାନରେ ଗ୍ରୀଷ୍ମ ମୁକାବିଲା,ବାଘ ଘରେ ବରଫ,ସିମ୍ପାଞ୍ଜି କୁଲର।
୧୬-ବାରବାଟୀ-କଟକରୁ ଲଢ଼ିବେ କି ମୋକିମଙ୍କ ଝିଅ ? ସୋଫିଆଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ।
୧୭-ନିଆଳି ତାମ୍ପଡା ରଘୁନାଥପୁର ଗାଁରେ ଅଘଟଣ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ନିଆଁ ଲଗାଇଲେ ଦୁର୍ବୁତ୍ତ।
୧୮-ମାଲକାନଗିରି:କାର ଭିତରୁ ୩୦ ଲକ୍ଷ ଜବତ, ଛତିଶଗଡ଼ରୁ ମାଲକାନଗିରି ଆସୁଥିଲା ଟଙ୍କା।
୧୯-IPL:ଶେଷ ପର୍ଯ୍ୟନ୍ତ ଲଢିଲା ଗୁଜରାଟ, ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ଦିଲ୍ଲୀ।
୨୦-ଦିଲ୍ଲୀରେ ମେୟର ଏବଂ ଡେପୁଟି ମେୟର ନିର୍ବାଚନ ପାଇଁ ବାଟ ଫିଟିଲା, ଏପ୍ରିଲ ୨୬ରେ ଭୋଟିଂ, ନିର୍ବାଚନ ଆୟୋଗ ଦେଲେ NOC