June 21, 2026

ସମାଜସେବୀ ଭଗବାନ ବିଶ୍ୱାଳ ଦ୍ୱାଦଶ ଶ୍ରଦ୍ଧାଞ୍ଜଳି

lkl
Share

 

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ କୁଶପଲି ଗ୍ରାମରେ ଜନ୍ମ ଲାଭ କରିଥିବା ସଂଗ୍ରାମୀ ତଥା ସମାଜସେଵୀ ଭଗବାନ ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା ବ୍ରହ୍ମପୁର ଆମ୍ଭପୁଅ ନିକଟସ୍ଥ ବାସଭବନରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା l ତାଙ୍କର 84 ବର୍ଷ ବୟସରେ ପରଲୋକ ହୋଇଥିଲା l ସ୍ବର୍ଗତ ଭଗବାନ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ସଂଗ୍ରାମ କରି ନିଜ ଅଞ୍ଚଳ ପାଇଁ ବହୂ ଜନହିତକର କାର୍ଯ୍ୟ କରିଥିବା ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ବ୍ୟକ୍ତି ମାନେ ମତବ୍ୟକ୍ତ କରିଥିଲେ l ଏଥିରେ ତାଙ୍କ ପୁଅ ବିମ୍ବାଧର ବିଶ୍ୱାଳ ବୋହୁ ମଧୁମିତା ଜେନା ଓ ନାତି ବିଜୟତା ବିଶ୍ୱାଳ, ସାଇ ପ୍ରସାଦ ବିଶ୍ୱାଳ ଓ ନାତୁଣୀ ସୃଷ୍ଟି ଶରଞ୍ଜନlଙ୍କ ସମେତ ବହୂ ଶୁଭେଛୁ ଉପସ୍ଥିତ ଥିବା ବେଳେ ବିଜେଡି ଜିଲ୍ଲା ଉପସଭାପତି ଅକ୍ଷୟ ସ୍ୱାଇଁ , ବୁନୁ ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ l(ପ୍ରଦୀପ କୁମାର ପଣ୍ଡା)