May 19, 2024

ସମୁଦ୍ର ତଟରେ ରାଧୁ ସ୍ବାଇଁ ଙ୍କ ମର ଶରୀର….

Share

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିତ୍ନ ଗୁଣ୍ଡଳବା ଗ୍ରାମ ର ପୂର୍ବ ପଟ ସମୁଦ୍ର ବେଳାଭୂମିରେ ଜଣେ ବ୍ୟକ୍ତି ର ମୂର୍ତ୍ତ ଶରୀର ଲାଗିଥିବା ଦେଖିବାକୁ ମିଳିଥିଲା । ମୂର୍ତକ ଜଣକ ହେଲେ,ନିକଟ ଆଇଁଶିଣିଆ ଗ୍ରାମର ରାଧୁ ସ୍ବାଇଁ । ସେ ,ମଙ୍ଗଳବାର ରାତ୍ର ଆଠ ଘଟିକା ସମୟ ରେ ତାଙ୍କ ଘରେ ଚା ଖାଇ କୁରାଢି ଧରି ନିକଟ ଜଙ୍ଗଲକୁ ଯାଇଥିଲେ କାଠ ଆଣିବା ପାଇଁ । ହେଲେ,ରାତି ପାହିଲା ରାଧୁ ନ ଫେରିବାରୁ ମନରେ ସନ୍ଧେହ ଜାତ ହେଲା ପରେ ପରିବାର କୌଣସି ସୂତ୍ରରୁ ଖବର ପାଇଲେ ଜେ, ରାଧୁକୁ କେହି ମାରି ଦେଇ ସମୁଦ୍ର ବେଳାଭୂମିରେ ପକାଇ ଦେଇ ଅଛି । ପରିବାର ଲୋକ ସେଠାରେ ପହଞ୍ଚି ଦେଖିଲେ ଜେ,ରାଧୁ ଦେହର ବିଭିନ୍ନ ଅଙ୍ଗରେ କ୍ଷତ ଚିହ୍ନ ରହି ଥିବା ବେଳେ, କାନ ମୁଣ୍ଡା ,ବେକ ,ମୁଣ୍ଡ ରୁ ପ୍ରବଳ ରକ୍ତ ସ୍ରାବ ହେଉ ଥିବାର ଦେଖିବାକୁ ମିଳିଥିଲା । ମୃତକ ର ସାନ ଭାଇ ମଧୁ ସ୍ବାଇଁ,ଏହି ସମ୍ବଧରେ ଅସ୍ତରଙ୍ଗ ଥାନାକୁ ଜଣାଇବା ଓ ଥାନାରେ ଏକ ଲିଖିତ ଅଭିଯୋଗ ଦେଲା ପରେ,ଅସ୍ତରଙ୍ଗ ଥାନା ଆଇ ଆଇ ସି,ରାଜେଶ କୁମାର ବଳିଆରସିଂ ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ପୁରୀ ରୁ ଶାଇଁଟି ଫିକି ଦଳ ପହଞ୍ଚିଥିବା ଦେଖିବାକୁ ମିଳିଅଛି । ମୃତକ ଜଣେ ସାଧାରଣ ଲୋକ ସହ,ଦୈନିକ ମଜୁରି ଲାଗି ପରିବାର ଭରଣ ପୋଷଣ କରୁଥିବାରୁ ,ସରକାରୀ ସାହାଯ୍ୟ ଯୋଗାଇ ଦେବା ସହ, ଏହି ଘଟଣାର ସଠିକ୍ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ବିଧାନ ପାଇଁ ସାଧାରଣ ଜନତା ଦାବି କରି ଛନ୍ତି ।
(: ଦୁଃଶାସନ ନାୟକ,ଅସ୍ତରଙ୍ଗ)