November 23, 2024

ଛତ୍ରପୁର ଓ ଆଖପାଖ ଅଂଚଳରେ ମେରୁ ଯାତ୍ରା

Share


ଛତ୍ରପୁର ୧୪/୪ :-ଗଞ୍ଜାମର ପ୍ରସିଦ୍ଧ ଯାତ୍ରା ମଧ୍ୟରେ ଦଣ୍ଡଯାତ୍ରା ଜିଲ୍ଲାର ସମସ୍ତ ଅଞ୍ଚଳରେ ଦୀର୍ଘ ୨୧ ଦିନ ବ୍ୟାପି ଧୁମ୍‌ଧାମରେ ପାଳନ କରାଯାଇଥିବା ବେଳେ କେଉଁ ଅଞ୍ଚଳରେ ୧୩ ଦିନ ଧରି ମଧ୍ୟ ଏହି ଯାତ୍ରାକୁ ପାଳନ କରି ଆଜି ସମାପନ ହୋଇଛି । ଛତ୍ରପୁର ବ୍ଲକ ର ବିଭିନ୍ନ ଗ୍ରାମରେ ଥିବା ଦେବୀପୀଠରୁ ଏହି ଯାତ୍ରା ଆରମ୍ଭ ହୋଇ ଆଜି ଦିନରେ ମେରୁ ଯାତ୍ରା ପାଳିତ ହୋଇଛି । ଛତ୍ରପୁର ସ୍ଥିତ ବିରେଶ୍ୱର ଦକ୍ଷିଣ ଦଣ୍ଡକାଳୀ ମା’ଙ୍କ ପୀଠରେ ମଧ୍ୟ ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି । ସେହିପରି ଛତ୍ରପୁର ବ୍ଲକ ଅନ୍ତର୍ଗତ ସୀତାନଗର , କୁମାରବେଗପଲ୍ଲୀ,ସୂର୍ଯ୍ୟନଗର,ଲଣ୍ଡାବାଉଁଶ, ନନ୍ଦପଣ୍ଡାପଲ୍ଲୀ, କମାପଲ୍ଲୀ, ସିନ୍ଦିରାପଲ୍ଲୀ, କେରାଣ୍ଡିତୋଳା, ଵିପୁଲିଙ୍ଗି ସମେତ ବିଭିନ୍ନ ଅଂଚଳ ରେ ମେରୁଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଯାତ୍ରାର ପରମ୍ପରା ହେଲା ପାଟଭୁକ୍ତାଙ୍କୁ କ୍ଷୀରରେ ସ୍ନାନ କରାଯାଇ ମେରୁ ଖୁଣ୍ଟରେ ଝୁଲା ଯାଇଥାଏ । ଏହାପରେ ପାଟଭୁକ୍ତା ମାନସିକଧାରୀଙ୍କୁ ତାଙ୍କ ହାତରେ ଆମ୍ବ, ଖଜୁରୀ କୋଳି ଦେଇଥାନ୍ତି । ଆଜି ସକାଳୁ ସକାଳୁ ଦଣ୍ଡୁଆମାନେ ଧୂଳିଦଣ୍ଡ କରି ପୋଖରୀ ତୁଠକୁ ଯାଇ ପାଣିଦଣ୍ଡ ଖେଳିବା ସହ ସ୍ନାନ କରି ମେରୁ ଯାତ୍ରାକୁ ଆସିଥାନ୍ତି । ବାଟରେ ମା’ଙ୍କୁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଭକ୍ତମାନେ କରିଥାନ୍ତି । ଦଣ୍ଡଯାତ୍ରାରେ ଭାଗ ନେଉଥିବା ଦଣ୍ଡୁଆମାନଙ୍କ ପରିବାର ଦୀର୍ଘଦିନ ଧରି ନିଷ୍ଠାର ସହ ବ୍ରତ ପାଳନ୍ତି ।(ଅରୁଣ କୁମାର ପଣ୍ଡା )