April 30, 2026
bhnj
Share

 

 

 

ଗଞ୍ଜାମ ଦିଗଦର୍ଶନ ୟୁଥକ୍ଳବ ପକ୍ଷରୁ କଳାକାର ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହା ବିଷୁଭ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଆରମ୍ଭ ଅବସରରେ ଗଞ୍ଜାମ ସହର ସ୍ଥିତ ଓଡ଼ିଆ ଢାମଣା ସାହିରେ ମା ଦକ୍ଷିଣ କାଳୀଙ୍କ ଦଣ୍ଡ ନୃତ୍ୟ ଉଦଯାପନି ସମାରୋହ ରେ ରାମଲିଙ୍ଗେଶ୍ଵର କଳା ନାଟ୍ୟ ସଂସଦର କଳାକାର ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା l ଅନୁଷ୍ଠାନ ର ସଭାପତି ଉମାକାନ୍ତ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ କଳାକାର ମାନଙ୍କୁ ସମ୍ମାନିତ କରିବା ସହ ପ୍ରାଚୀନ ଲୋକ କଳା କୁ ବଞ୍ଚାଇ ରଖିଥିବା କଳାକାର ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ l ଦିଗଦର୍ଶନ ସହ ସମ୍ପାଦକ ସୁଦର୍ଶନ ପାଢ଼ୀ, ଵିଷ୍ଟନୁ ଚାରଣ ସେଠୀ , ପ୍ରଭାତ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ନିର୍ଦ୍ଧେଶକ ସନ୍ତୋଷ କୁମାର ସାହୁ, ସହ ନିର୍ଦ୍ଧେଶକ ବୈରୀ ରଞ୍ଜନ ସାହୁ ପ୍ରମୁଖଙ୍କ ସହ ରାମ ଲିଙ୍ଗେଶ୍ଵର କଳା ନାଟ୍ୟ ସଂସଦର ସମସ୍ତ କଳାକାର ଙ୍କୁ ସମ୍ମାନିତ କରାଯାଇଥିଲା l(ପ୍ରଦୀପ କୁମାର ପଣ୍ଡା)

You may have missed