ପାଟପୁର ପୋଲିସ ଦ୍ୱାରା ଫ୍ଲାଗ ମାର୍ଚ୍ଚ …
ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପର୍ଯ୍ୟାୟ ରେ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ତେଣୁ ପ୍ରଶାସନିକ ସ୍ତରରେ ସମସ୍ତ ନିର୍ବାଚନ କିପରି ସୁରୁଖୁରୁରେ ହେବ ସେଥିପାଇଁ ପ୍ରସ୍ତୁତି ଜାରି ରହିଛି । ମେ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ କିପରି ଅବାଧ ଓ ଶୃଙ୍ଖଳିତ ହେବ ସେଥିପାଇଁ ପାଟପୁର ପୋଲିସ ର ପ୍ରସ୍ତୁତି ପର୍ବ ଆରମ୍ଭ ହେଲାଣି। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ଆଇନ ଶୃଙ୍ଖଳା ଵ୍ୟବସ୍ଥା କିପରି ଠିକ ରହିବ ଓ ନିର୍ବାଚନ କିପରି ଠିକ ରେ ଶେଷ ହେବ ସେଇଥିପାଇଁ ପାଟପୁର ପୋଲିସ ଦ୍ୱାରା ଫ୍ଲାଗ ମାର୍ଚ୍ଚ ପୋଡ଼ାମାରି, କଂସାମାରି, ସିଙ୍ଗିପୁର, କଉଡ଼ିଆ, କଙ୍କୋରଡ଼ା, ରାଧାଦେଇପୁର ଓ ପାଟପୁର ଅଞ୍ଚଳ ରେ କରାଯାଇଛି। ଏଉକ୍ତ ଫ୍ଲାଗ ମାର୍ଚ୍ଚ ରେ ଆସିକା ଏସ ଡି ପି ଓ ସଞ୍ଜୟ କୁମାର ମହାପାତ୍ର, ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ , ଏସ ଆଇ ଶ୍ରୀନିବାସ ଦାସ, ଏସ୍ ଆଇ ରମାକାନ୍ତ ଶବର, ସନ୍ତୋଷ କୁମାର ମିଶ୍ର, ସୁଧୀର କୁମାର ନାୟକ, ପରମେଶ୍ବର ମଲ୍ଲିକ ଙ୍କ ସହ ବହୁ ପୋଲିସ ଅଧିକାରୀ ଓ CISF ର ଗୋଟାଏ କମ୍ପାନୀ ଯୋଗ ଦେଇଥିଲେ। ପାଟପୁର ପୋଲିସ ସହର ଜନ ସାଧାରଣ ଙ୍କୁ ପୋଲିସ କୁ ସହଯୋଗ କରିବା ସହ ନିର୍ବାଚନ କୁ ଶ୍ରୁଙ୍ଖଳିତ ସମାପନ କରିବାକୁ ଆନୁରୋଧ କରିଥିଲେ।ପ୍ରଚାର ପାଇଁ ଆବଶ୍ୟକ ଥିବା ସ୍ଥାନ, ସାଉଣ୍ଡ୍ ଓ ଯାନବାହନ ପାଇଁ ପ୍ରାର୍ଥୀ ଙ୍କୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ମାନଙ୍କରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ ବୋଲି ଏସ ଡି ପି ଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।( ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ୍ ଉପାନ୍ତ ଖବର)