April 30, 2026

ବାଗବାହାଳୀ ଠାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ….

567
Share

 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବାଗବାହାଳୀ ଗ୍ରାମରେ ରାଧାମାଧବ ସଂକୀର୍ତନ ମଣ୍ଡଳୀ
ଦ୍ୱାରା ଧୂମଧାମ ରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l

ଆଖ ପାଖ ବଣ୍ଡlକୁଟ୍ରା, ବୋଡେ଼ନ, ବଗlଡ଼, ବଡ଼ ବସୁଲ, ବଡ଼ଫୁର୍ଲା, ଏହିପରି ନିକଟସ୍ଥ ଚାରି ଟି ପଞ୍ଚାୟତ ର ମହିଳା, ଭାଇ ଭଉଣୀ, ଭକ୍ତ ବୃନ୍ଦ ମାନେ ଆନନ୍ଦ ରେ ପାଞ୍ଚ ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ l

ବିଶ୍ୱାସ କରାଯାଏ କି ଏହା ଦ୍ୱାରା ଗ୍ରାମ ତଥା ଜିଲ୍ଲା ର ଶାନ୍ତି ଓ ମଙ୍ଗଳ ମୟ ହୋଇଥାଏ l

ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଶ୍ରୀଯୁକ୍ତ ଗୁଜୁରାଟ ଗୋପାଳ ସହ ଧର୍ମିଣୀ ସମୁଦ ଗୋପାଳ କର୍ତା ଭାବେ ରହିଥିବା ବେଳେ ଭଜମନ ଶବର, ପ୍ରଭାତ ଗୋପାଳ, ଦେବେନ୍ଦ୍ର ଭଇସଳ, ରାମ ହଂସ, ତୁଳସିରାମ ଗୋପାଳ, ରୁକଧାର ହାତୀ ଙ୍କ ସହଯୋଗ ରହିଥିଲା l

ଏହା ସହ ସମ୍ପାଦକ ଭାବେ ଶିବ ହଂସ ଏବଂ ମଧୁସୂଦନ ବାଗ ସଭାପତିତ୍ୱ କରିଥିଲେ ଯାହା ଫଳରେ ଅଂଚଳ ର ଶ୍ରଦ୍ଧାଳୁ ଙ୍କ ମନ
ଭlବ ବିଭୋର ହୋଇପଡିଛି l

(ଚନ୍ଦ୍ର ଶେଖର ପାଳ
ଜିଲ୍ଲା, କଲାହାଣ୍ଡି)

You may have missed