September 21, 2024

ଭାବକୁଣ୍ଡାଳେଶ୍ଵର ପୀଠରେ ମାଣିକା ମହୋର୍ସବ ପାଳିତ ହୋଇଯାଇଛି …

Share

.ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବକୁଣ୍ଡଳେଶ୍ୱର ପୀଠରେ ମାଣିକ ମହୋର୍ସବ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଦେଖିବାପାଇଁ ପଚାଶ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା l ସନ୍ଧ୍ୟାରେ ମାଣିକପାଟଣା ସାଂସ୍କୃତିକ ପରିଷଦ ପକ୍ଷରୁ ଅନୁଷ୍ଠିତ ‘ ମାଣିକ ମହୋର୍ସବ ୨୦୨୪ ‘ ରେ ମୁଖ୍ୟ ଅତିଥିଭାବେ ଓଡିଶା ସାହିତ୍ୟ ଏକାଡେମୀ ର ସଭାପତି ହୃଷିକେଶ ମଲିକଙ୍କ ସହିତ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଭାରତୀୟ କାନାଡ଼ା ବ୍ୟାଙ୍କ ନିର୍ଦେଶକ ଦିବାକର ହରିଚନ୍ଦନ, ଓଡିଶା ଇକୋ ଟୁରିଯିମଫାଉଣ୍ଡେସନ ସଭାପତି ଯୁଗବ୍ରତ କର, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ, ବିଭୁ ଦାସ, ଭିକାରି ଚରଣ ଜେନା, ଭାଗିରଥି ଜେନା, କୁମାର କବି ଫାଉଣ୍ଡେସନ ର ମୁଖ୍ୟ ଆଲୋକ କୁମାର ଜେନା ପ୍ରମୁଖ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ରଖିଥିଲେ l କୋଟି ବ୍ରହ୍ମାଣ୍ଡର ଠାକୁର ଯେଉଁଠାରେ ଲୀଳାଖେଳ କରିଯାଇଛନ୍ତି ସେହିପୀଠ ଯୁଗେଜୁଗେ ସ୍ମରଣୀୟ ବୋଲି ଅତିଥିମାନେ କହିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ରେ ଦର୍ଶକ ବିମୋହିତ ହୋଇଥିଲେ l ଭାବକୁଣ୍ଡଳେଶ୍ୱରଙ୍କ ଉପରେ ଅନୁଷ୍ଠିତ ନାଟକ ବେଶ ହୃଦୟ ସ୍ପର୍ଶି ହୋଇଥିଲା l ପରିଷଦର ସଭାପତି ବନମାଳୀ ଜେନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଉପସଭାପତି ପ୍ରତାପ ଚନ୍ଦ୍ର ଦଳାଇ ଓ ସମ୍ପାଦକ ନକୁଳାନନ୍ଦ ଦଳାଇ ବିବରଣୀ ପାଠ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)