ବିଜେପି ଟିକେଟ୍ ପାଇବା ପରେ ନୀଳମଣିଙ୍କ ପ୍ରଥମ ବାଇକ୍ ରାଲୀ…

gogop
Share

 

ବେଲଗୁଣ୍ଠା,06/04, ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଦ୍ୱିତୀୟ ଥର ପାଇଁ ବିଜେପି ଟିକେଟ୍ ପାଇବା ପରେ ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଆଜି ପ୍ରଥମ ବାଇକ୍ ରାଲି କରିଛନ୍ତି I ଆଜି ବିଧାୟକ ପ୍ରାର୍ଥୀ ନୀଳମଣିଙ୍କ ସହ ଗାଙ୍ଗପୁର ମଣ୍ଡଳ ସଭାପତି ସୁରେନ୍ଦ୍ର କୁମାର ଡାକୁଆ, ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ସମିତିସଭ୍ୟ ପ୍ରତିନିଧି ବିନୋଦ କୁମାର ବେହେରା, ପାଇଲିପଡ଼ା ସମିତିସଭ୍ୟ ରବୀନ୍ଦ୍ର କୁମାର ପାତ୍ର, ନାଏବ ସରପଞ୍ଚ ପ୍ରତିନିଧି ଶିବରାମ ମହାରଣା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କ୍ରିଷ୍ଣା ମୂର୍ତ୍ତୀ ପାତ୍ର, ବେଲଗୁଣ୍ଠା ଏନ୍ଏସି ମଣ୍ଡଳ ସଭାପତି ମହେନ୍ଦ୍ର କୁମାର ବେହେରା, ତନରଡା ମଣ୍ଡଳ ସଭାପତି ସଞ୍ଜୟ କୁମାର ଜେନା, ଯୁବ ସମାଜସେବୀ କୃଷ୍ଣ ଚନ୍ଦ୍ର ସ୍ଵାଇଁଙ୍କ ସମେତ ବହୁ ଦଳୀୟ କର୍ମୀ ଆଜି ବିଭିନ୍ନ ଗ୍ରାମରେ ମୋଟରସାଇକେଲ୍ ଶୋଭାଯାତ୍ରା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ପ୍ରଚାର କରିବା ସହିତ ରାଜ୍ୟ ସରକାରଙ୍କ ଏକଛତ୍ରବାଦ ଶାସନ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ I ଆଜି ପ୍ରବଳ ଖରା ସତ୍ତ୍ୱେ ବିଭିନ୍ନ ଗ୍ରାମରେ ନୀଳମଣିଙ୍କୁ ବିପୁଳ ଜନ ସମର୍ଥନ ମିଳିବା ସହିତ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I

You may have missed