June 21, 2026

ଛତ୍ରପୁର ଠାରେ ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ପାଳିତ ହେଲା ଓଡିଶା ପ୍ରତିଷ୍ଠା ଦିବସ ..

hht
Share


ଛତ୍ରପୁର, ତା-୦୧/୦୪/୨୦୨୪ ରିଖ – ଓଡ଼ିଆ ତଥା ଓଡ଼ିଶାର ଗର୍ବ ଗୌରବ ତଥା ସ୍ମରଣୀୟ ଦିବସ ପବିତ୍ର ଉତ୍କଳ ଦିବସକୁ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ପାଳିତ ହୋଇଯାଇଛି । ଫାଉଣ୍ଡେସନର ସଭାପତି ଦେବାଶିଷ ମିଶ୍ର ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଛତ୍ରପୁର ସହରରେ ରହିଥିବା ବହୁ ଓଡିଆ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ଦିବସର ମହତ୍ତ୍ୱ ଏବଂ ଭାଷା ଭିତ୍ତିରେ ଗଠିତ ଓଡିଶା ରାଜ୍ୟର ପ୍ରତିଷ୍ଠା ଦିବସର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଜଲି ରାଉତ , ଗୀତା ସାହୁ , ବି. ରାଜିବାବୁ , ଅଟଳ ବିହାରୀ ପଟ୍ଟନାୟକ , ବରିଷ୍ଠ ଆଇନୱଜୀବି ବସନ୍ତ ଶତପଥୀ ,ଯୁବ ସମ୍ୱାଦିକ ସନ୍ତୋଷ କୁମାର ମିଶ୍ର , ବିସ୍ମୟ ପ୍ରଧାନ ,କ୍ଷୀରୋଦ ଚନ୍ଦ୍ର ସାହୁ , ପ୍ରଶାନ୍ତ କୁମାର ମହାରାଣା, ରବିନ୍ଦ୍ର ନାହକ ଟୁନ୍ନା ଙ୍କ ସମେତ ରାଧେଶ୍ୟାମ ଫାଉଣ୍ଡେସନର ବହୁ କର୍ମକର୍ତ୍ତା ଏବଂ ଛତ୍ରପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ ।(ଅରୁଣ କୁମାର ପଣ୍ଡା )