ଓଡ଼ିଶା ରାଜନୀତିରେ ପଶ୍ଚିମ ଓଡ଼ିଶାର ସ୍ବର ଅଧିକ କ୍ଷୀଣ ହେଉଥିବାରୁ ଏ ଅଞ୍ଚଳ ଉପେକ୍ଷା, ଅବହେଳାର ଶିକାର ହେଉଛି ବୋଲି ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୨ ତମ ଜୟନ୍ତୀ ସଭାରେ ମତପ୍ରକାଶ ପାଇଛି

biji
Share

                           ସମ୍ବଲପୁର – ୩୧/୩- ଓଡ଼ିଶା ରାଜନୀତିରେ ପଶ୍ଚିମ ଓଡ଼ିଶାର ସ୍ବର ଅଧିକ କ୍ଷୀଣ ହେଉଥିବାରୁ ଏ ଅଞ୍ଚଳ ଉପେକ୍ଷା, ଅବହେଳାର ଶିକାର ହେଉଛି ବୋଲି ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୨ ତମ ଜୟନ୍ତୀ ସଭାରେ ମତପ୍ରକାଶ ପାଇଛି।ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ଉପସଭାପତି ଶିବ ନାରାୟଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜୟନ୍ତୀ ଉତ୍ସବରେ ପ୍ରଶାନ୍ତ ପାଟ୍ଟଯୋଶୀ, ଦୀପକ କୁମାର ପଣ୍ଡା ଓ ଅରବିନ୍ଦ ମହାପାତ୍ର ପ୍ରମୁଖ ବକ୍ତା ରୂପେ ଯୋଗଦେଇ କହିଲେ ଯେ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ପରିଚାଳିତ ଗଣତନ୍ତ୍ର ପରିଷଦ ଯୋଗୁଁ ଓଡ଼ିଶାର କ୍ଷମତା ରାଜନୀତିରେ ଏକ ଭାରସାମ୍ୟ ରହିଥିଲା। ଓଡ଼ିଶା ରାଜନୀତିରେ ପଶ୍ଚିମ ଓଡ଼ିଶାର ଭାଗିଦାରୀ ଥିଲା । ଅନ୍ୟଥା ପଶ୍ଚିମ ଓଡ଼ିଶାର ନେତୃବୃନ୍ଦଙ୍କ ପକ୍ଷ ଚ୍ଛେଦନ ପାଇଁ ବରାବର ଷଡ଼ଯନ୍ତ୍ର ହୋଇଆସିଛି । ୮୦ ଦଶକ ଠାରୁ ଓଡ଼ିଶା ରାଜନୀତିରେ ପଶ୍ଚିମ ଓଡ଼ିଶାର ଗୁରୁତ୍ୱ ରହିନାହିଁ ବରଂ ପଶ୍ଚିମ ଓଡ଼ିଶାକୁ ଉପଯୋଗ କରାହୋଇ ଆସିଛି । ପଶ୍ଚିମ ଓଡିଶା ଅନୁକମ୍ପା ଆଶ୍ରିତ ହୋଇଯାଇଛି। ଏବେ ସ୍ଥିତି ଏପରି ହେଲାଣି ଯେ ତୃତୀୟ ଶ୍ରେଣୀର ସରକାରୀ ଚାକିରୀରେ ମଧ୍ୟ ସ୍ଥାନୀୟ ଯୁବକଯୁବତୀଙ୍କୁ ସୂଯୋଗ ମିଳୁନାହିଁ। ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ଓ ଆବଶ୍ୟକତାକୁ ଏଡାଇ ଦିଆଯାଉଛି।ବକ୍ତାମାନେ ରାଜନୈତିକ, ପ୍ରଗତି ମୂଳକ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ବ୍ୟକ୍ତିତ୍ଵ ଏବଂ ତାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିଥିଲେ।ସମ୍ପାଦକ ଡଃ ସିଦ୍ଧାର୍ଥ ପଣ୍ଡା ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଲଳିତ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

You may have missed