ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ-ଅଧ୍ୟାପିକା ବିକାଶ କାର୍ଯ୍ୟକ୍ରମ ଉଦଯାପନ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର AIU- ଏକାଡେମିକ୍ ଏବଂ ଆଡମିନିଷ୍ଟ୍ରେଟିଭ୍ ଡେଭଲପମେଣ୍ଟ ସେଣ୍ଟର (AIU-AADC) ଓ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟିସ୍ (AIU), ନୂଆଦିଲ୍ଲୀର ମିଳିତ ସହଯୋଗରେ “ଶିକ୍ଷାଦାନ ଏବଂ ଅନୁସନ୍ଧାନ ପାଇଁ ଉନ୍ନତ ଆଇସିଟି ଉପକରଣ ର ଉପାଦେୟତା” ଉପରେ ଅଧ୍ୟାପକ- ଅଧ୍ୟାପିକା ବିକାଶ କାର୍ଯ୍ୟକ୍ରମ (FDP), ଯାହା ଫେବୃଆରୀ 14–21 ରୁ ହାଇବ୍ରିଡ୍ ମୋଡରେ ଆରମ୍ଭ
ହୋଇଥିଲା, ଆଜି ଶେଷ ହୋଇଛି | ଏହି ସମାପ୍ତି ସମାରୋହରେ
ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏବଂ ସ୍ନାତକ ପରିଷଦର ଅଧ୍ୟକ୍ଷ, ପ୍ରଫେସର ପ୍ରତାପ କୁମାର ମହାନ୍ତି ତଥା ବହୁ ବିଶିଷ୍ଟ ଅତିଥି ଏବଂ ବକ୍ତା ଯୋଗ ଦେଇଥିଲେ। AIU-AADC, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୋଡାଲ ଅଫିସର, ଡକ୍ଟର ମୃତ୍ୟୁଞ୍ଜୟ ସ୍ୱାଇଁ ଉଦଯାପନୀ ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏଫ୍ଡିପି ର ସଂଯୋଜକ ଡ. ରାଜ କିଶୋର କାମ୍ପା ଏହି ଅଧ୍ୟାପକ-ଅଧ୍ୟାପିକା ବିକାଶ କାର୍ଯ୍ୟକ୍ରମ ର ବିଭିନ୍ନ ଅଧିବେଶନର ସଂକ୍ଷିପ୍ତ ବର୍ଣ୍ଣନା ପ୍ରଦାନ କରିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ 41 ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଚାଲିଥିବା FDP ରେ ଅଂଶଗ୍ରହଣ କରିଥିଲେ।
AIU ର ଯୁଗ୍ମ ନିର୍ଦ୍ଦେଶକ ତଥା ଅନୁସନ୍ଧାନ ବିଭାଗର ମୁଖ୍ୟ ଡକ୍ଟର ଅମରେନ୍ଦ୍ର ପାନି ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତର ଅନ୍ୟ ଦଶଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନ୍ୟତମ, ଯାହା ସହଯୋଗୀ କାର୍ଯ୍ୟକଳାପ ତଥା ତାଲିମ ଏବଂ ଦକ୍ଷତା ବିକାଶ ଦିଗରେ ନିର୍ଦ୍ଦେଶିତ କାର୍ଯ୍ୟକ୍ରମଗୁଡିକ ପାଇଁ ମନୋନୀତ ହୋଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର AIU-AADC ଅତ୍ୟାଧୁନିକ ଶିକ୍ଷାଗତ ସଂସ୍କାର ଉପରେ ଧ୍ୟାନ ଦେଇ ହାଇବ୍ରିଡ୍ / ମିଶ୍ରିତ ଶିକ୍ଷଣ ପଦ୍ଧତି ମାଧ୍ୟମରେ ଶିକ୍ଷକ ମାନଙ୍କୁ ତାଲିମ ଦେବ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ତାଙ୍କ ଖୁସି ବ୍ୟକ୍ତ କରିଛନ୍ତି ଯେ ବିଶ୍ୱବିଦ୍ୟାଳୟର AADC ଆଠ ଦିନିଆ ଅଧ୍ୟାପକ- ଅଧ୍ୟାପିକା ବିକାଶ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଛି। ସେ ଆଶ୍ୱାସନା ଦେଇଛନ୍ତି ଯେ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଏବଂ ପ୍ରଶାସନିକ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହିପରି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ।
ମୁଖ୍ୟ ବକ୍ତା ଭାବରେ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅରୁଣ କୁମାର ପୂଜାରୀ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ଖଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଉଭୟେ ଜୋର ଦେଇଛନ୍ତି ଯେ ବିଭିନ୍ନ ସ୍ତରରେ ମିଶ୍ରିତ ଶିକ୍ଷାଦାନ ଏବଂ ଶିକ୍ଷଣ ପାଇଁ ଉନ୍ନତ ଆଇସିଟି ଉପକରଣ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ଅଟେ | ଅନେକ ଅଂଶଗ୍ରହଣକାରୀ FDP ରେ ସେମାନଙ୍କର ଅଂଶଗ୍ରହଣର ଅଭିଜ୍ଞତା ବାଣ୍ଟିଥିଲେ | ସେମାନଙ୍କ ମଧ୍ୟରୁ ଅଧିକାଂଶ ଏଭଳି ଫଳପ୍ରଦ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କୃତଜ୍ଞତା ଜଣାଇଛନ୍ତି ଯାହା ସେମାନଙ୍କ ଦକ୍ଷତାକୁ ସମୃଦ୍ଧ କରିଛି |
ସେମାନଙ୍କ ମଧ୍ୟରୁ କେତେକ ପ୍ରକାଶ କରିଛନ୍ତି ଯେ ଆଇଆଇଟି, ଆଇଆଇଟିଏମ୍, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରି ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକର ଦକ୍ଷ ପ୍ରଫେସର ମାନଙ୍କଠୁ ଶିକ୍ଷା ଓ ପ୍ରଶିକ୍ଷଣ ଗ୍ରହଣ କରି ସେମାନେ ଧନ୍ୟ ମନେ କରୁଛନ୍ତି| ସେମାନଙ୍କର ଜ୍ଞାନ ଏବଂ ପାରଦର୍ଶୀତା, ତତ୍ୱ ଏବଂ ଅଭ୍ୟାସର ମିଶ୍ରଣ ଏହି କାର୍ଯ୍ୟକ୍ରମର ଅନନ୍ୟ ବୈଶିଷ୍ଠ୍ୟ | ସମସ୍ତ ଅଂଶଗ୍ରହଣକାରୀ ଯେଉଁମାନେ ସଫଳତାର ସହ FDP ସମାପ୍ତ କରିଥିଲେ ସେମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା | ବିଭିନ୍ନ ଅଧିବେଶନ ଏବଂ ପରୀକ୍ଷାରେ ପ୍ରଦର୍ଶନ ପାଇଁ ଓ ସମୃଦ୍ଧ ଆଲୋଚନା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ତମୋଗନା ଆଚାର୍ଯ୍ୟଙ୍କୁ ଏଫଡିପି ପ୍ରୋଗ୍ରାମର ‘ଶ୍ରେଷ୍ଠ ଅଂଶଗ୍ରହଣକାରୀ’ ଭାବେ ଘୋଷିତ କରାଯାଇଥିଲା।
AIU-AADC, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅନ୍ୟ କର୍ମୀବୃନ୍ଦ ଯଥା ଡ. ବନମାଳୀ ଖୁଣ୍ଟୁଆ , ଡ. ବିଷ୍ଣୁ ଚରଣ ବେହେରା ଓ ଶ୍ରୀ ଦେସୁଲ ସୁଦର୍ଶନ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ବହୁ ସାହାଯ୍ୟ କରି ଥିଲେ | ଏହି କାର୍ଯ୍ୟକ୍ରମର ବିଦାୟ ସଭାର ଅନ୍ତ ଭାଗରେ ଏଫ୍ଡିପିର ଯୁଗ୍ମ ସଂଯୋଜକ ଡ. ସାସ୍ୱତ ସୌରଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।