କୋଟପାଡ଼ ବିଧାନସଭା ବିଜେଡି. କଂଗ୍ରେସ. ବିଜେପି କାହା ଭାଗ ରେ ଦଳ ଅପେକ୍ଷା ପ୍ରାର୍ଥି ସାଜିବେ ନିର୍ଣ୍ଣାୟକ…
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ଗତ କିଛି ମାସ ହେବ ବିଭିନ୍ନ ରାଜନୈତିକ ଦଳ ର ଆଶାୟୀ ପ୍ରାର୍ଥି ଙ୍କ ନାମ ଛପା ଓ ସାମାଜିକ ଗଣ ମାଧ୍ୟମ ରେ ଘୁରି ବୁଲୁଥିବାର ଦେଖା ଦେଇଛି. ସେଥି ମଧ୍ୟ ରୁ ବାହାର ଜ଼ିଲ୍ଲା ଏବଂ ବାହାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥି ମଧ୍ୟ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ବିଧାୟକ ହବା ପାଇଁ କେଉଁ ଠାରେ ସମାଜ ସେବୀ ତ ଆଉ କେଉଁ ଠାରେ ଆଶାୟୀ ପ୍ରାର୍ଥି ବୋଲି ଫ୍ଲେକ୍ସ ଲଗାଉ ଥିବା ର ମଧ୍ୟ ଦେଖା ଦେଉଛି କିନ୍ତୁ ଭୋଟର ଏହାକୁ ସହଯେ ଗ୍ରହଣ କରି ପାରୁ ନାହାନ୍ତି I ସେମାନଙ୍କ କହିବା ଅନୁଯାଇ ଯେ କୌଣସି ରାଜନୈତିକ ଦଳ ର ଯିଏ ବିଧାୟକ ବା ସାଂସଦ ଆଶାୟୀ ପ୍ରାର୍ଥି ନିଜ ଜ଼ିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀ ର ସ୍ଥାୟୀ ବାସିନ୍ଦା ହୋଇଥିବେ.ପ୍ରତିଦିନ ସଞ୍ଜ ସକାଳେ ଜନସାଧାରଣ ତାଙ୍କୁ ଦେଖା କରି ପାରୁ ଥିବେ. ଅତି କମରେ ପାଞ୍ଚ ବର୍ଷ ନିର୍ବାଚନ ମଣ୍ଡଳୀ ରେ ସଂଘଠନ କରିବା ସହ ଗୋଟିଏ ପଞ୍ଚାୟତ ନିର୍ବାଚନ ରେ ସକ୍ରିୟଅଂଶ ଗ୍ରହଣ କରିଥିବେ ସେହି ଭଳି ବ୍ୟକ୍ତି ଙ୍କୁ ପ୍ରାର୍ଥି କରାଗଲେ ଦଳ ବିଜୟୀ ହବାର ସମ୍ଭାବନା ରହିଛି ନ ହେଲେ 2014 ନିର୍ବାଚନ ରେ ବିଜେଡି କୁ ଯେ ପରି ପରାଜୟ ର ସ୍ୱାଦ ଚାଖିବାକୁ ପଡି ଥିଲା ଚଳିତ ନିର୍ବାଚନ ରେ ଯେଉଁ ଦଳ ବାହାର ପ୍ରାର୍ଥି ଦବ ପରାଜୟ ବରଣ ସୁନିଶ୍ଚିତ ଏବଂ ତାହା ର ପ୍ରଭାବ ସାଂସଦ କୁ ମଧ୍ୟ ପଡିବାର ସମ୍ଭାବନା ରହିଛି ବୋଲି ସୂଚନା ପ୍ରଦାନ କରିଛନ୍ତି I ଦ୍ଵିତୀୟ ତଃ ବାହାର ନିର୍ବାଚନ ମଣ୍ଡଳୀ କିମ୍ବା ବାହାର ଜ଼ିଲ୍ଲା ର ପ୍ରାର୍ଥି ଙ୍କୁ ଦଳୀୟ ଟିକଟ ପ୍ରଦାନ କରାଯାଏ ସେମାନେ ନିରଵ ରହିବା ର ମଧ୍ୟ ସମ୍ଭାବନା କୁ ଏଡାଇ ଦିଆ ଯାଇ ପାରିବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଥିବା ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ଭତରା ବିକାଶ ପରିଷଦ ର ସଭାପତି ତଥା ପୂର୍ବତନ କୋଟପାଡ଼ ବ୍ଲକ ଅଧକ୍ଷ ଶ୍ରୀ ନୀଳକଣ୍ଠ ପୂଜାରୀ ନବରଙ୍ଗପୁର ର ଅନାମ ଦିଆନ ଏବଂ ଜୟପୁର ର ପ୍ରଫୁଲ୍ଲ ଭତରା. କଂଗ୍ରେସ ଦଳ ରୁ ଆଶାୟୀ ପ୍ରାର୍ଥି ରହି ଥିବା ବେଳେ. ବିଜେଡି ରୁ ବର୍ତ୍ତମାନ ର ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ଏସଡିସି ଅଧକ୍ଷ ଚନ୍ଦ୍ର ଶେଖର ମାଝୀ. ଓ ବିଜେପି ରୁ ରୁପୁ ଭତ୍ରା ବାଲକୃଷ୍ଣ ମାଝୀ. ଖଗେଶ୍ୱର ପୂଜାରୀ ଟିକଟ ଦୌଡ ରେ ଥିବାର ଚର୍ଚ୍ଚା ହେଉଛି I କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଦଳ କାହାରି ନାମ ଘୋଷଣା କିରି ନ ଥିବାର ଜଣାଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା I