April 24, 2026

ନଗରାଡଙ୍ଗରିରେ ମହା ସମାରୋହରେ ପାଳିତ ହୋଇଛି ମହାଶିବରାତ୍ରି…….

pusiv
Share

ଉମରକୋଟ:- ଉମରକୋଟ ବ୍ଲକ ଅଧିନ ବଡଭରଣ୍ଡି ଗ୍ରାମ ପଞ୍ଚାୟତର ନାଗରାଡଙ୍ଗରୀ ଗ୍ରାମରେ ନୂତନ ଭାବରେ ଚାରି ବର୍ଷ ହେବ ଅବିର୍ଭୂତ ବାବା ଲକାନଥଙ୍କ ମନ୍ଦିରରେ ମହା ଶିବରାତ୍ରି ପାଳିତ ହୋଇ ଯାଇଛି ଏହି ଅବସରରେ ସହସ୍ରାଧିକ ଭକ୍ତ ଯୋଗ ଦେଇଥିଲେ ।, ପ୍ରାତଃ କାଳରୁ ସମସ୍ତ ନୀତିକାନ୍ତି ପରିଚାଳିତ ହୋଇଥିଲା ,ମହୁଲି ୟୁ.ଭି ଭିଲେଜ୍ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା l ଗ୍ରାମର ଶତାଧିକ ମହିଳା ପୁରୁଷ ଭଜନ କୀର୍ତ୍ତନ ,ଅଲେଖ ଭଜନ ମଣ୍ଡଳୀ ପରିବେଷିତ କରିଥିଲେ ରାତ୍ର ଦଶ ଘଣ୍ଟିକା ସମୟରେ ମହାଦୀପ ଉଠିଥିଲା। ପରେ ହରିହର ଭେଟ ହୋଇଥିଲା ମୁଖ୍ୟ ପୂଜକ ଦଶରୁ ଭତରା ନିଲମ ଖେଜା ପଞ୍ଜିଆର ,ବାସୁଦେବ ଗଉଡ , ଟଙ୍କ ଗୌଡ଼ ,ନକୁଲ ଗୌଡ଼ ବଡଭାଇ କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ କୈଳାସ।ଚନ୍ଦ୍ର ବେହେରା ଯୋଗଦେଇ ପୂଜାପାଠର ବିଧିବିଧାନ ବତେଇଥିଲେ ,ଏହି କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ ତତ ସହିତ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ଗୁପ୍ତା ଯୋଗଦେଇଥିଲେ,ଅନେକ ଦୋକାନ ବଜାର ବସିଥିବାବେଳେ ଭକ୍ତମାନେ ବିଭିନ୍ନ ସାମଗ୍ରୀ କିଣି ଘରକୁ ଫେରିଥିଲେ ଆଉ ଏକ ସ୍ବତନ୍ତ୍ର ପୂଜା ଆସନ୍ତା 18ତାରିଖରେ ଅନୁଷ୍ଠିତ ହେବ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଦେଶିଆ ନାଟ ପରିବେଷିତ ହେବ ବୋଲି ସୂଚନା ଦିଆ ଯାଇଛି।