November 22, 2024
Share

➡️୧-ପ୍ରତୀକ୍ଷାର ହେଲା ଅନ୍ତ, ରାତି ୧୦ଟା ୧୫ରେ ବିଧିମତେ ସମର୍ଥା ସେବାୟତଙ୍କ ଦ୍ୱାରା ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ଭକ୍ତିମୟ ପରିବେଶ ଏବଂ ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର ।

➡️୨-ଦେଶର ପ୍ରଥମ ନ୍ୟାସନାଲ କଣ୍ଟେଣ୍ଟ କ୍ରିଏଟର ଆୱାର୍ଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ: ୩ ଜଣ ଇଂଟରନ୍ୟାସନାଲ କ୍ରିଏଟରଙ୍କ ସମେତ ୨୩ ଜଣ ବିଜେତା ହେଲେ ସମ୍ମାନିତ l

➡️୩-ଗ୍ରୁପ୍‌ ଏ, ବି ଓ ସିରେ ବିଭିନ୍ନ ପଦପଦବୀରେ ୧୨୦ ଜଣଙ୍କୁ ନିଯୁକ୍ତି ଦେବ ସିବିଏସ୍‌ଇ। ଇଚ୍ଛୁକ ପ୍ରାର୍ଥୀମାନେ ସିବିଏସ୍‌ଇର ୱେବ୍‌ସାଇଟ୍ www.cbse.nic.in କୁ ଯାଇ ମାର୍ଚ୍ଚ ୧୨ ତାରିଖରୁ ଆବେଦନ କରିପାରିବେ l

➡️୪-ନନ୍ଦନକାନନ ରେ ପଡିଛି ସନିଦଶା, ଗୋଟିଏ ଦିନରେ ୩ ଟି ବିରଳ ଜନ୍ତୁ ମୃତ, ଚିନ୍ତାରେ କର୍ତ୍ତୁପକ୍ଷ l

➡️୫-ହରିଦାସପୁର-ପାରାଦୀପ ରେଳ ଲାଇନରେ ଗଡିଲା ପାସେଞ୍ଜର, ପ୍ରତିଦିନ ଏହି ରୁଟ୍‌ରେ ଯାତାୟତ କରିବ ଗୋଟିଏ ଟ୍ରେନ୍ l

➡️୬-ମହାସମାରୋହରେ ପାଳିତ ହେଲା ମଣିବାବାଙ୍କ ମହାଶିବରାତ୍ରୀ, ଆଖଣ୍ଡଳମଣି ପୀଠରେ ୩ ଲକ୍ଷ ଭକ୍ତଙ୍କ ଜନ ସମାଗମ, ଭୋର୍ ୫ ରେ ଉଠିଲା ମହାଦୀପ l

➡️୭-ଖୁବଶୀଘ୍ର ବ୍ୟାଙ୍କ ଅଫିସର ଓ କର୍ମଚାରୀମାନଙ୍କର ବାର୍ଷିକ ବେତନରେ ୧୭ ପ୍ରତିଶତ ବୃଦ୍ଧି ହେବ। ଏନେଇ ଇଣ୍ଡିଆନ୍ ବ୍ୟାଙ୍କସ୍‌ ଆସୋସିଏସନ (ଆଇବିଏ) ଏବଂ ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ମଧ୍ୟରେ ହେଲା ସହମତି l

➡️୮-ଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲଙ୍କ ବଡ ବୟାନ: କହିଲେ, ମେଣ୍ଟ ନେଇ ଆଲୋଚନା ହୋଇନି, ଏକାକୀ ନିର୍ବାଚନ ଲଢିବ ବିଜେପି l

➡️୯-ଦିଲ୍ଲୀର ଇନ୍ଦେରଲୋକ ରାସ୍ତାରେ ନମାଜ ପଢ଼ୁଥିବା ବେଳେ ଗୋଇଠା ମାରିଲେ ପୁଲିସ ଅଫିସର: ନିଲମ୍ବିତ କଲେ ସରକାର l

➡️୧୦-ସମାଜସେବୀ ତଥା ଲେଖିକା ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭାକୁ କଲେ ମନୋନୀତ l ରାଷ୍ଟ୍ରପତିଙ୍କ ଦ୍ବାରା ରାଜ୍ୟସଭାକୁ ମନୋନୀତ ହେବା ପରେ ସୁଧା ମୂର୍ତ୍ତି ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଲେ ଧନ୍ୟବାଦ l

➡️୧୧-ଆସନ୍ତା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । କେରଳ ୱାୟନାଡରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧି l

➡️୧୨-ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ଆସନରେ ଟିକେଟ୍ ଦେବ ବିଜେଡି l ସୂଚନା ଦେଲେ କାର୍ତ୍ତିକ ପାଣ୍ଡିଆନ l

➡️୧୩-ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ କଂଗ୍ରେସ ପାର୍ଟି ତାର ପ୍ରଥମ ପ୍ରାର୍ଥୀ ତାଲିକା କଲା ଘୋଷଣା l ତାଲିକାରେ ବୟଷ୍କ ପ୍ରାର୍ଥୀଙ୍କୁ ମିଳିଲା ବମ୍ପର ସୁଯୋଗ, ୫୦ରୁ କମ ବୟଷ୍କ ପ୍ରାର୍ଥୀଙ୍କ ସଂଖ୍ୟା ରହିଛି ମାତ୍ର ୧୨ l

➡️୧୪-ମିଳିମିଳା ଓ ରୁବେଲା ମୁକାବିଲା ନିମନ୍ତେ ଭାରତକୁ ମିଳିଲା ପ୍ରତିଷ୍ଠିତ ‘ମିଳିମିଳା ରୁବେଲା ଚାମ୍ପିୟନ’ ପୁରସ୍କାର l ଆମେରିକାର ୱାସିଂଟନସ୍ଥିତ ରେଡକ୍ରସ ମୁଖ୍ୟାଳୟରେ ‘ମିଜିଲସ୍ ଆଣ୍ଡ ରୁବେଲା ପାର୍ଟନରସିପ୍’ ଦ୍ୱାରା ପ୍ରଦାନ କରାଯଇଥିବା ଏହି ପୁରସ୍କାର ଭାରତୀୟ ଦୂତାବାସରେ ଉପମୁଖ୍ୟ ରାଜଦୂତ ଶ୍ରୀପ୍ରିୟା ରଙ୍ଗନାଥନ କଲେ ଗ୍ରହଣ l

➡️୧୫-ଏନଡିଏକୁ ଫେରିବେ ପୁରୁଣା ସହଯୋଗୀ ଦଳ ଟିଡିପି ଓ ଅକାଳି: ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟି ଆଲୋଚନା କଲେ ଚନ୍ଦ୍ରବାବୁ ନାୟୁଡୁ l

➡️୧୬-ମଣିପୁରରେ ଭାରତୀୟ ସେନାର ଜେସିଓଙ୍କୁ ଘରୁ ଅପହରଣ କରିନେଲେ ଦୁର୍ବୃତ୍ତ; ସର୍ଚ୍ଚ ଅପରେସନ ଜାରି l

➡️୧୭-କାନାଡାରୁ ଲଣ୍ଡନ ଯାଉଥିବା ବିମାନ ଉପରେ ହେଲା ବଜ୍ରପାତ, ସୁରକ୍ଷିତ ବର୍ତ୍ତିଲେ ୪୦୦ ଯାତ୍ରୀ l ଏକଜ୍ୟୁକୁଟିଭ ଫ୍ଲାୟର୍ସଙ୍କ ଅନୁସାରେ ଆଧୁନିକ ବିମାନ କାର୍ବନ ମିଶ୍ରିତ ଏଣୁ ଏହା ଉପରେ ବଜ୍ରପାତର ପ୍ରଭାବ ପଡି ନାହିଁ।

➡️୧୮-ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍‌ର ଦ୍ବିତୀୟ ଦିନ‌ରେ ରୋହିତଙ୍କ ଦ୍ବାଦଶ ଟେଷ୍ଟ୍‌ ଶତକ ସହ ଗିଲ୍‌ଙ୍କ ଚତୁର୍ଥ ଶତକ, ଭାରତ ୨୫୫ ରନ୍ ଆଗୁଆ l

➡️୧୯-ମହିଳା ପ୍ରିମିୟର୍ ଲିଗ୍‌ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକ ଭାବେ ୧ ରନ୍‌ରେ ହରାଇଲା ୟୁପି ୱାରିୟର୍ଜ।

➡️୨୦-କ୍ରିକେଟ ପିଚ୍ ଛାଡି ରାଜନୀତିରେ ପାଦ ଥାପିପାରନ୍ତି ମହମ୍ମଦ ସାମି: ପଶ୍ଚିମବଙ୍ଗର ବଶିରହାଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବା ନେଇ ଜୋରରେ ଧରିଲା ଚର୍ଚ୍ଚା l