ଦୁଇ ବ୍ଲକ କୁ ସଂଯୋଗ କରୁଥିବା ବ୍ରିଜ ସହ କଂସାରୀଗଣ୍ଡ ଅନ୍ତଃସ୍ରୋତ ଜଳାଶୟ ପ୍ରକଳ୍ପ ଭିତ୍ତିପ୍ରସ୍ତର….
ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରାଦ ସ୍ଥିତ ଆନ୍ତସ୍ରୋତ ପ୍ରକଳ୍ପ ଗତ 23.3.23 ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁର ଗ୍ରସ୍ଥ କରି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଆଜି କଂସାରୀଗଣ୍ଡ ଅନ୍ତଃସ୍ରୋତ ଜଳାଶୟ ପ୍ରକଳ୍ପ ର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବୁଧବାର ନିଜ କର କମଳରୁ ଭିତ୍ତି ପ୍ରସ୍ତର ଉନ୍ମୋଚନ କରିଥିଲେ l ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଏଠାରେ ବ୍ୟାରେଜ ନିର୍ମାଣ ପାଇଁ 152 କୋଟି 10 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି l ଏଠାରେ ବ୍ୟାରେଜ ନିର୍ମାଣ ହେଲେ ଛତ୍ରପୁର ଓ ଗଞ୍ଜାମ ବ୍ଲକର 16 ଗାଁ ର 88 ହଜାର 259ଲୋକ ଉପକୃତ ହେବେ l ନିର୍ମାଣ ହେବାକୁ ଥିବା ବ୍ୟାରେଜର ଲମ୍ବ 205ମିଟର ଏବଂ ସେଠାରେ ଲୋକ ମାନଙ୍କ ଯାତାୟାତ ନିମନ୍ତେ ବ୍ୟାରେଜ ଉପରେ ଏକ ବ୍ରିଜ ମଧ୍ୟ ନିର୍ମାଣ ହେବ l ସେହି ବ୍ରିଜ ଗଞ୍ଜାମ ବ୍ଲକ ଓ ଛତ୍ରପୁର ବ୍ଲକ ମଧ୍ୟରେ ବନ୍ଧୁତା ଓ ମଧୁରତା ଗଢି ଉଠିବ l ଉକ୍ତ ବ୍ୟାରେଜରେ 400 ହେକ୍ଟର ଜଳ ସରଂକ୍ଷଣ ହୋଇ ପାରିବ ଏବଂ ସେଥିରୁ 162 ହେକ୍ଟର ଜଳକୁ ସ୍ଥାନୀୟ ଲୋକେ ମାଛ ଚାଷ ପାଇଁ ବ୍ୟବହାର କରି ପାରିବେ ଏବଂ 159 ହେକ୍ଟର ଜଳକୁ ନୂତନ ଜଳସେଚନ ହୀରାଧାରାବାଟି ଆୟାକଟ ସ୍କେବିଲାଇଜେସନ କରାଯାଇ ଗଛିଦ ଜଳକୁ ଆବଶ୍ୟକ ସ୍ଥଳେ ଯେ କୌଣସି କାର୍ଯ୍ୟ ପାଇଁ ବ୍ୟବହାର କରିହେବ ବୋଲି ଏବଂ ଯେତିକି ପରିମାଣରେ ଜଳ ସରିବ ଭୁତଳ ଜଳ ସରଂକ୍ଷଣ ହେବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି l ଏଥିସହ ସେଠାରେ ୱାଟର ଲେକ ଓ ବୋଟିଂ କ୍ଳବର ବ୍ୟବସ୍ଥା କରାଯିବ ଯାହା ପର୍ଯ୍ୟଟକଙ୍କ ପାଇଁ ସହାୟକ ହେବ ବୋଲି ବିଧାୟକ ବେହେରା କହିଛନ୍ତି l ଡ଼ିଡ଼ି ବିଲଡର ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ବେଳେ 2025 ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ଲକ୍ଷ ରଖିଛି ଜଳ ସମ୍ପଦ ବିଭାଗ l ଭିତ୍ତି ପ୍ରସ୍ତର ବେଳେ ଜଳ ସମ୍ପଦ ବିଭାଗ ଏସ ଇ ଜୟଦେବ ପଣ୍ଡା,ସବ ଡିଭିଜିନାଲ ଅଫିସର ଅଜିତ କୁମାର ପ୍ରଧାନ,କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାୟକ, ଡ଼ିଡ଼ି ବିଲଡର ପ୍ରୋଜେକ୍ଟ ମ୍ୟାନେଜର ବିକାଶ ବାରିକି, ପବ୍ଲିକ ଅଫିସର ରାକେଶ ରଞ୍ଜନ ଦାସ, ବ୍ଲକ ଅଧକ୍ଷ ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା,ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପାହାନ,ପୂର୍ବତନ ବିଜେଡି ବ୍ଲକ ସଭାପତି ବନବାସୀ ଖୁଣ୍ଟିଆ, ଯୁବନେତା ସୁଧିର କୁମାର ପାଢ଼ୀ , ମଲାଡ଼ ସରପଞ୍ଚ ମମତା ବେହେରା, ଜିଲ୍ଲା ପରିଷଦ ପ୍ରତିନିଧି କୈଳାସ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ଗଞ୍ଜାମ ଏନଏସି ଉପାଧ୍ୟାକ୍ଷ ନୀଳାଞ୍ଚଳ ବାରିକିଙ୍କ ସମେତ ବିଜେଡି ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ l
(ପ୍ରଦୀପ କୁମାର ପଣ୍ଡା)