November 26, 2024
Share

୦୧- ଓଡ଼ିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଦାରିଙ୍ଗିବାଡ଼ି ଘାଟ ସେକ୍ସନ୍‌ର ପ୍ରଶସ୍ତିକରଣ ଓ ସୁଦୃଢ଼ିକରଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି।

୨- ୨୬.୯୬ କିଲୋମିଟର ଲମ୍ବା ଏହି ରାଜପଥର ପ୍ରଶସ୍ତିକରଣ ପାଇଁ ୨୦୨୩-୨୪ ବାର୍ଷିକ ଯୋଜନାରେ ୭୧୮.୨୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ଏକ୍ସ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି ।

୩- ନିର୍ବାଚନ ପୂର୍ବରୁ ରାଜ୍ୟରେ ୩୫ ବ୍ଲକ୍‌ର ଓଏଏସ ସ୍ତରରେ ବଦଳି ହୋଇଛି । ପୁର୍ବରୁ ମଧ୍ୟ ଆଇଏଏସ ଓ ଓଏଏସରେ ସ୍ତରରେ ବଦଳି ହୋଇଥଲା । ଆଉ ବିଡିଓ ସ୍ତରରେ ବଦଳି ହୋଇଥିବା ବେଳେ ତହସିଲଦାର ସ୍ତରରେ ବି ବଦଳ ହୋଇଛି।

୪- ‌ ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

୫- ନୂଆଦିଲ୍ଲୀ: ହିମାଚଳରେ କ୍ରସ୍ ଭୋଟିଂ । ଶାସକ ଦଳ ପ୍ରାର୍ଥୀକୁ ହରାଇ ରାଜ୍ୟସଭା ନିର୍ବାଚନ ଜିତିଲେ ବିଜେପି ନେତା ହର୍ଷ ମହାଜନ।

୬- ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ମହାମହିମ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ ।

୭- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ୭୦ ଲକ୍ଷ ସୟଂ ସହାୟକ ଗୋଷ୍ଠି ମା’ ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ।

୮- କୋରାପୁଟ: ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ରଡ୍‌ ପଡ଼ି ୨ ମୃତ । ରଡ୍‌ ବାଇଣ୍ଡିଂ ଚାଲିଥିଲା ବେଳେ ଦୁର୍ଘଟଣା ଦେଖିବାକୁ ମିଳିଛି । ୨ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

୯- ସମ୍ବଲପୁର: ବାପାକୁ ପିଟିପିଟି ହତ୍ୟା କଲା ସୈତାନ ପୁଅ । ସାମାନ୍ୟ ବଚସାରୁ ନିଜ ବାପାଙ୍କୁ ପିଟିପିଟି ହତ୍ୟା କରିଛି ପୁଅ।

୧୦- ଭୁବନେଶ୍ୱର: ସାରା ରାଜ୍ୟରେ ଜଳୁଛି NAC ଦାବି ନିଆଁ । ବିଭିନ୍ନ ସ୍ଥାନରେ NAC ମାନ୍ୟତା ନେଇ ଉଠିଛି ଦାବି । ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାରେ ବନ୍ଦ ପାଳନ ହେଇଛି ।

୧୧- ଓଡ଼ିଶାରେ ଅଛନ୍ତି ୩୦ ବାଘ, ପ୍ରକାଶ ପାଇଲା ରିପୋର୍ଟ।ଏଥିମଧ୍ୟରୁ ୧୪ଟି ମାଈ ଓ ୧୦ଟି ଅଣ୍ଡିରା ହୋଇଥିବାବେଳେ ବାକି ୩ଟି ସମ୍ପର୍କରେ ତଥ୍ୟ ମିଳି ପାରିନାହିଁ।

୧୨- ଛତିଶଗଡ଼: ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର । ସ୍ପେସାଲ ଟାସ୍କ ଫୋର୍ସ ଓ ମାଓବାଦୀ ମଧ୍ୟ ଗୁଳି ବିନିମୟ ହୋଇଛି । ସ୍ପେସାଲ ଟାସ୍କ ଫୋର୍ସ ଏମକାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି ।

୧୩-ଭୁବନେଶ୍ୱର: ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷା ପ୍ରଶ୍ନପତ୍ରରେ ଥିଲା ତ୍ରୁଟି । ଏହା ସ୍ୱୀକାର କରିଛି CHSE ।ପରୀକ୍ଷାର୍ଥୀଙ୍କୁ ମିଳିବ 19 ଗ୍ରେସ୍ ମାର୍କ, ମେ 15 ରେ ବାହାରିବ ରେଜଲ୍ଟ।

୧୪- ମାର୍ଚ୍ଚରୁ ଦେଶରେ ଲାଗୁ ହେବ କି CAA ବା ନାଗରିକତା ସଂଶୋଧନ ଆଇନ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଖୋଲିଛି ସ୍ବତନ୍ତ୍ର ପୋର୍ଟାଲ୍, ପଞ୍ଜୀକରଣର ଚାଲିଛି ଡ୍ରାଏ ରନ୍।

୧୫- ଟିକେଟ ପାଇଁ ନବୀନ ନିବାସରେ ଭିଡ଼, ବାୟୋଡାଟା ଧରି ଆଶାୟୀଙ୍କ ଲମ୍ବା ଧାଡ଼ି।

୧୬- ରାଜ୍ୟପାଳଙ୍କ ପ୍ରଥମ ଏମ୍‌ସ ଗସ୍ତରେ, ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ଦେଲେ।

୧୭- କନ୍ଧମାଳ: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ କାର ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

୧୮- ବାରବାଟୀ ହେଉଛି କଟକର ପରିଚୟ, ଏହି ଷ୍ଟାଡିୟମ ନାଁରେ କୌଣସି ଠିକାଦାରକୁ ଲାଭାନ୍ୱିତ କରିବାକୁ ଷଡଯନ୍ତ୍ର ନକରାଯାଉ।ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶ୍ରୀତମ ଦାସ ଦାବି କରିଛନ୍ତି ।

୧୯- ଭୁବନେଶ୍ୱର:ଓଡିଶା ଏଏନଏମ କର୍ମଚାରୀ ସଙ୍ଘ ପକ୍ଷରୁ ଲୋୟର ପିଏମଜି ଠାରେ ଧାରଣା । ସ୍ଥାୟୀ ନିଯୁକ୍ତି ସହ ୩ ଦଫା ଦାବି ନେଇ ପ୍ରତିବାଦ ଓ ଧାରଣା ଦେଇଛନ୍ତି ଏଏନଏମ କର୍ମୀ।

୨୦- ତେଜୁଛି ବାରବାଟି ବିବାଦ, ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି।କଟକର ଐତିହ୍ୟ ଓ ଗୌରବକୁ ବିନାଶ ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ ।

୨୧- ଋଷ ,ୟୁକ୍ରେନ ଯୁଦ୍ଧ ରୋକିବାରେ ଜାତିସଂଘର ବିଫଳତାକୁ ନେଇ ପ୍ରଶ୍ନ ଉଠାଇଲା ଭାରତ।ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପୁରୁଣା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଭାରତ ଦାବି କରିଛି ।

୨୨- ମିଶନ ଗଗନଯାନ: ୪ ମହାକାଶଚାରୀଙ୍କ ନାମ ଘୋଷଣା, ମୋଦି ପିନ୍ଧାଇଲେ ବ୍ୟାଜ।*

୨୩- ଲୋକସଭା ନିର୍ବାଚନ ଲଢ଼ିବେ ବିଜେପିର ଦୁଇ ହେଭିୱେଟ ନେତା ନିର୍ମଳା , ଏସ ଜୟ ଶଙ୍କର !

୨୪- ବଢ଼ିଲା କେଜ୍ରିୱାଲଙ୍କ ଅଡ଼ୁଆ, ଇଡି ପଠାଇଲା ଅଷ୍ଟମ ସମନ।ଦିଲ୍ଲୀର ମଦ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ମାର୍ଚ୍ଚ 4 ରେ କେଜ୍ରିୱାଲଙ୍କୁ ପଚରାଉଚରା ଡାକିଛନ୍ତି ।

୨୫- ଲୋକସଭା ନିର୍ବାଚନ : ଦିଲ୍ଲୀ ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆପ।ଏହି ୪ ଜଣଙ୍କ ମଧ୍ୟରୁ ୩ ଜଣ ବର୍ତ୍ତମାନ ଆପ୍‌ର ବିଧାୟକ ଅଛନ୍ତି ।

୨୬-ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ପାଇଁ ବଢିଲା ଅଡୁଆ ।

୨୭-ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ ଗେଟ୍‌ସ।କୃଷି ଭବନ ପରିଦର୍ଶନ କରିବେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି।

୨୮-ଢେଙ୍କାନାଳ: କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ଅନେକ ସାମଗ୍ରୀ ଓ ଯାନବାହନ ଜଳିଯାଇଛି।

୨୯-ଢେଙ୍କାନାଳ: ଗୁଳିମାଡ଼ କରି ଗହଣା ବ୍ୟବସାୟୀଙ୍କ ଠାରୁ ସାଢ଼େ ୩ ଲକ୍ଷର ଗହଣା ସହ ନଗଦ ୧ ଲକ୍ଷ ଟଙ୍କା ଲୁଟ ସୂଚନା ମିଳିଛି।

୩୦-ଦେଶବ୍ୟାପୀ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ଓ ବ୍ୟବଧାନରେ ଏକ ଭୋଟର ସଚେତନତା ଚଳଚ୍ଚିତ୍ର ‘ମେରା ମତ ମେରା କର୍ତ୍ତବ୍ୟ’ ପ୍ରଦର୍ଶିତ କରିବାକୁ ନିର୍ବାଚନ ଆୟୋଗ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

🙏 ସୁପ୍ରଭାତ,ଜୟ ଶ୍ରୀଜଗନ୍ନାଥ🙏

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed