October 28, 2026

ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଲେ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ …

check
Share

ଆଜି ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସୁଧ ଫେରସ୍ତ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ରହ୍ମଗିରି ବ୍ଲକ ବିଡ଼ିଓ ମଳୟ କୁମାର ନାୟକ, ସିଡିପିଓ ସୌଦାମିନୀ ମିଶ୍ର, ମିଶନ ଶକ୍ତି ବିପିସି ସସ୍ମିତା ନନ୍ଦ, ବିପିଏମ ଲିଳିମା ପାଣି, ବିପିଏ ରୋହନ ବିଶ୍ୱାଳ ଙ୍କ ସହିତ ମିଶନ ଶକ୍ତିର ସମସ୍ତ ସଦସ୍ୟ ଏବଂ ବ୍ରହ୍ମଗିରି ର ସମସ୍ତ ବ୍ୟାଙ୍କ ମ୍ୟାନେଜର ଯୋଗଦାନ କରି କିଭଳି ସରକାର ଦେଇଥିବା ଋଣ ଦଶଲକ୍ଷ ଟଙ୍କା ରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଦେଇଥିବା ସୁଧକୁ ଫେରସ୍ତ କରିଛନ୍ତି l ସେହି ବିଷୟରେ ସମସ୍ତ ବି ଏଲ ଏଫ ଲିଡର, ଜି ପି ଏଲ ଏଫ ଲିଡର, ଏମ ବି କେ, ସି ଆର ପି, ବ୍ୟାଙ୍କ ମିତ୍ର, ପଚାଶ ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ବୁଝାଇବା ସହିତ ରିହାତି ସୁଧର ଚେକ ପ୍ରଦାନ କରିଛନ୍ତି l ସରକାରଙ୍କ ଦ୍ୱାରା ମା ମାନଙ୍କୁ ୟୁନିଫର୍ମ ସହାୟତା ହଜାରେ ଟଙ୍କା, ମିଶନ ଶକ୍ତିର ଇ ସି ମେମ୍ବର ମାନଙ୍କୁ ବ୍ଲେଜର ସହାୟତା ଦୁଇ ହଜାର ଟଙ୍କା ପ୍ରଦାନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ମିଶନ ଶକ୍ତି ବଜାର ଉଦଘାଟନ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed