August 30, 2026

ମହିଳାଙ୍କ ଉନ୍ମତକାଣ୍ଡ ରେ ଗ୍ରାମବାସୀ ଅତିଷ୍ଟ, ମହିଳାଙ୍କୁ ଧରିନେଲା ପୋଲିସ ….

jeep
Share

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ରଣପଡା ଗ୍ରାମ ଜେନାସାହି ର ଜମ୍ବେଶ୍ୱର ଜେନା ବାହାରେ ରହୁଥିବା ବେଳେ ତାଙ୍କର ସ୍ତ୍ରୀ ମିନା ଜେନା ଗାଁ ରେ ରୁହନ୍ତି l କିଛି ମାସ ପୂର୍ବେ ଜମ୍ବେଶ୍ୱର ଜେନା ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଲାଗିରହିଥିଲା l ଜମ୍ବେଶ୍ୱରଙ୍କ ଭାଇ ଗାଁ କମିଟିକୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା ଗ୍ରାମ କମିଟି ବ୍ରହ୍ମଗିରି ଥାନାରେ ଜଣାଇଥିଲେ ମଧ୍ୟ କିଛି ଲାଭ ହୋଇନଥିଲା l ସେହିଦିନ ଠାରୁ ମିନା ଜେନା ଗାଁର ସମସ୍ତ ପରିବାର ସଦସ୍ୟଙ୍କ ଭାଷା ଅଭାଷା ରେ ଗାଳି ଦେବା ସହିତ ଘରଭିତରେ ପରପୁରୁଷ ମାନଙ୍କ ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ଗାଁ ରେ ପରିବାର ନେଇ ଚଳିବା କଷ୍ଟକର ବୋଲି ଗ୍ରାମବାସୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l ସେହିଭଳି ଗତକାଲି ଜେନାସାହିରେ ମା ହରଚଣ୍ଡୀଙ୍କ ମନ୍ଦିରରୁ ବଳପୂର୍ବକ ମିନା ଜେନା ଜୋର ଜବରଦସ୍ତ ଦିନ ଦ୍ବିପ୍ରହର ରେ ମାଙ୍କ ରୁପା କିରଟି ନେଇ ଚାଲିଯାଉଥିବା ବେଳେ ଗାଁ ର ମହିଳାମାନେ ମିନା ଜେନାଙ୍କୁ ଧରି ପୋଲିସ ଜିମା ଦେଇଥିଲେ l ମିନା ଜେନା ର ଏଭଳି ଉନ୍ମତକାଣ୍ଡ ରେ ଗ୍ରାମବାସୀ ଅତିଷ୍ଟ ହୋଇଗଲେଣି l ଜଣେ ମହିଳା ଗାଁ ଭିତରେ ଅନୈତିକ କାର୍ଯ୍ୟ କରିବା ସହିତ ଗାଁ ଵାଲା ମୋର ପାଦ ଚାଟିବେ କହିବା ସହିତ ବାହାରୁ ଗୁଣ୍ଡା ଆଣି ଗ୍ରାମବାସୀଙ୍କୁ ଧମକ ଦେଉଥିବାର କଥା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)