ଦ୍ୱିଭାଷୀ ସାହିତ୍ୟ ପତ୍ରିକା ” ଦଣ୍ଡକ ସାଥୀ ” ସାହିତ୍ୟ ପତ୍ରିକା ଉନ୍ମୋଚିତ ଓ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ………….
ଉମରକୋଟ ସ୍ଥିତ ଶ୍ରୀ ହରିଚାନ୍ଦ ମନ୍ଦିର ପରିସର ରେ ସମ୍ପାଦକ ବଙ୍କିମ ଚନ୍ଦ୍ର ମଣ୍ଡଳ ଙ୍କ ବଙ୍ଗଳା ଓ ଓଡ଼ିଆ ଭାଷାର ସାହିତ୍ୟ ପତ୍ରିକା ଦଣ୍ଡକ ସାଥୀ ଉନ୍ମୋଚିତ ହୋଇ ଯାଇଛି । ଏହି ଅନୁଷ୍ଠାନରେ ମାଲକାନଗିରିରୁ ମୁଖ୍ଯ ଅତିଥି ସାହିତ୍ୟିକ ଅଞ୍ଜନ ଚୌଧୁରୀ ଓ ଗବେଷକ ମୃତ୍ୟୁଞ୍ଜୟ ମଣ୍ଡଳ ଯୋଗ ଦେଇଥିବା ବେଳେ ଉମରକୋଟ ବ୍ଳକ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର, ନିଖିଲ ଭାରତ ବଙ୍ଗାଳୀ ସମନ୍ବୟ ସମିତି ର ଉପଦେଷ୍ଟା ଶ୍ରୀ ତପନ କୁମାର ପାଳ , ସଭାପତି ଶ୍ରୀ ତପନ ଦେବନାଥ , ସଦସ୍ଯ କମଳ ବାଛାର, ସମାଜ କର୍ମୀ ସଞ୍ଜିତ ମଣ୍ଡଳ , ସହ ସମ୍ପାଦକ ରାମେନ୍ଦ୍ର ନାଥ ବିଶ୍ବାସ , ମିହିର କାନ୍ତି ଢାଳି , ବରିଷ୍ଠ ଶିକ୍ଷକ ସତ୍ଯ ରଞ୍ଜନ ବିଶ୍ବାସ ମଞ୍ଚାସୀନ ହୋଇଥିଲେ । ଉକ୍ତ ଅନୁଷ୍ଠାନରେ ମାତୃଭାଷା ବଙ୍ଗଳା ଲେଖି ଓ ବୁଝି ପାରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ଏଥି ସହିତ ଆଦିତ୍ଯ ଢାଲି ସ୍ମୃତି ପୁରସ୍କାର ଯଥା କ୍ରମେ ହରିଦାସ ହୀରା , ଗୁରୁ ଦାସୀ ମଣ୍ଡଳ, ରଞ୍ଜିତ ବିଶ୍ବାସ ତିନି ଜଣ ମାନ ପତ୍ର ସହିତ ଏକ ହଜାର ଟଙ୍କା ଲେଖା ପୁରସ୍କୃତ ହୋଇଥିଲେ । ତାପରେ ପ୍ରକାଶ ଚନ୍ଦ୍ର ବିଶ୍ବାସ, ରୁପ ଜୋଦଦାର ଏବଂ ମରଣୋତ୍ତର ରମେନ୍ଦ୍ର ନାଥ ସରକାର ମନତୋଷ ହୀରା ସ୍ମୃତି ସମ୍ମାନ ପାଇଥିଲେ । ଏଥି ସହିତ ଗୀତା ସରକାର , ଶ୍ରୀ ମତୀ ସୀମା ପାଳ, ନଗେନ୍ଦ୍ର ନାଥ ସରଦାର ଏବଂ ସାମ୍ବାଦିକ ମାମଣି ଚକ୍ରବର୍ତ୍ତୀଙ୍କୁ “ଦଣ୍ଡକ ସାଥୀ ସାହିତ୍ୟି ପୁରସ୍କାର” ଦିଆଯାଇଥିଲା ।
ଦ୍ବିତୀୟ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଅନୁଷ୍ଠାନ ଶ୍ରୀ ବନଜିତ ମଜୁମଦାର, ଗୁରୁଦାସୀ ମଣ୍ଡଳ ଏବଂ ଶ୍ରୀ ଜଗଦୀଶ ସରଦାର ଓ ନିତାଇ ମଣ୍ଡଳ ପରିଚାଳନା କରିଥିଲେ । କବି ମାନଙ୍କ ଭିତରେ ବିଶେଷ କରି କେଶବ ଚନ୍ଦ୍ର ପାଳ , ପଙ୍କଜ ଗାଇନ , ପ୍ରଶାନ୍ତ ଗାଇନ , ମାଧବୀ ଡାକୁଆ , ଚୈତନ୍ୟ ମଣ୍ଡଳ, ନମିତା ବିଶ୍ବାସ , ନିଖିଲ ଚନ୍ଦ୍ର ମଣ୍ଡଳ , ଶିଶିର ରାୟ , ପ୍ରଭାତି ଦେବନାଥ ? ଅରୁଣ ମ୍ରିଧା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ ।
ସଭାର ସଭାପତିତ୍ବ ଶ୍ରୀ ହରେନ୍ଦ୍ର ନାଥ ଡାକୁଆ କରିଥିବା ବେଳେ ଅନୁଷ୍ଠାନକୁ ନବରଙ୍ଗପୁର ଜିଲ୍ଲାର ହରିଚାନ୍ଦ ମିଶନର ସଭାପତି ଶ୍ରୀ ଚିତ୍ତରଞ୍ଜନ ଢାଲି ସହଯୋଗ କରିଥିଲେ । ଏହାର ବାସ୍ତବ ରୂପାୟନ ପାଇଁ ପ୍ରକାଶକ ଗୁରୁଦାସ ମଣ୍ଡଳ , ଆଶିଷ ରାୟ , କନିକା ରାୟ, ସୁବାସ ଅଧିକାରୀ, ବିମଳ ବାରୋଇ , ଝୁନୁ ରାୟ , ନୁପୁର ରାୟ ଅନେକ ସହଯୋଗ କରିଥିଲେ । ପରିଶେଷର ସମ୍ପାଦକ ଶ୍ରୀ ବଙ୍କିମ ଚନ୍ଦ୍ର ମଣ୍ଡଳ ଚିତ୍ତରଞ୍ଜନ ଢାଲି , ଗୁରୁଦାସ ମଣ୍ଡଳ, ତପନ ପାଳ , ଅରୁଣ ମୃଧା ଏବଂ ପ୍ରିତି କଣା ହୀରା ଙ୍କୁ ଆନ୍ତରୀକ କୃତଜ୍ଞତା ଜ୍ଞାପନ କରି ସଭା ସମାପନ କରିଥିଲେ ।
(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)