November 24, 2024
Share

 

୧-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ୨୦ଟି ଜିଲ୍ଲାରେ ହେଲା ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ । ୫ ଏନଏସି ହେଲା ପୌରପରିଷଦ।

୨-ଜାତୀୟ ସର୍ଭେକୁ ନେଇ ଦମ୍ଭୋକ୍ତି; ବିଜୁଙ୍କ ରେକର୍ଡ ଭାଙ୍ଗିବ ବିଜେଡି,୧୪୭ ବିଧାନସଭା ଆସନରୁ ୧୨୮ଟିରେ ଜିତିବ।

୩-୨୭ରେ OUTRର ପ୍ରଥମ ସମାବର୍ତ୍ତନ ଉତ୍ସବ,୬ ବିଦ୍ୟାର୍ଥୀଙ୍କୁ ସ୍ବର୍ଣ୍ଣ ଓ ୬୪ଙ୍କୁ ମିଳିବ ରୈ।ପ୍ଯ ପଦକ।

୪-ଆସିଲା ‘ମୋ ବସ’ର ନୂଆ ଆପ୍ । ଏଣିକି ମୋବାଇଲରେ ଟିକେଟ ବୁକିଂ।

୫-ବର୍ତ୍ତମାନର ବିଏମସି କମିଶନର ଅମୃତ କୁଲାଙ୍ଗେ ଏକ ମାସ ଛୁଟିରେ ଯିବେ।ରାଜେଶ ପାଟିଲ ହେଲେ ବିଏମସି କମିଶନର।

୬-କଟକ:ସତ୍ଯପାଲ୍ ଙ୍କ ବିୟୋଗରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ।

୭-କୋଟି କୋଟି ଟଙ୍କାର ଠକେଇ! ଦିଲ୍ଲୀର ସିମକାର୍ଡ ଭୁବନେଶ୍ୱରରୁ ଡିଲ! ଭୁବନେଶ୍ୱରରୁ ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ।

୮-ଓଡ଼ିଶା ଟେଲିକମ ବଜାରରେ ଜିଓର ଆଧିପତ୍ୟ ଜାରି, ଡିସେମ୍ବର ମାସରେ ଯୋଡ଼ିଛି ସର୍ବାଧିକ ୧.୪ ଲକ୍ଷ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ।

୯-ଭୁବନେଶ୍ୱର:ବାଣିଗୋଚ୍ଛା ଥାନା କଳସଖମଣ ଗାଁରେ ଗୁଳିମାଡ଼। ବଡ଼ପୁଅର ଗୁଳିମାଡ଼ରେ ମା’ ଗୁରୁତର ହୋଇଥିବା ସୂଚନା।

୧୦-ଭଦ୍ରକ:ବାଇକ୍‌ ରାଲିରେ ନଦୀବନ୍ଧ ବୁଲିଲେ 5-T ଅଧ୍ୟକ୍ଷ ; ନଦୀକୂଳ ବାସିନ୍ଦାଙ୍କ ସହ କଥା ହେଲେ ଓ ପ୍ରତିଶ୍ରୁତି ଦେଲେ।

୧୧-ନୟାଗଡ଼:ହତ୍ୟାକାଣ୍ଡର ୨୨ ବର୍ଷ ପରେ ଆସିଲା ରାୟ, ୬ ହତ୍ୟାକାରୀଙ୍କୁ ଆଜୀବନ ସଜା ଦେଇଛନ୍ତି ଓଡ଼ଗାଁ ଏଡିଜେ।

୧୨-କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା; ଲୁଟେରାଙ୍କୁ ଧରିବାକୁ ତାଗିଦ କଲେ ପୋଲିସ କମିଶନର୍।

୧୩-ରାଜ୍ୟ ସରକାରଙ୍କୁ EPFO ପକ୍ଷରୁ ଚିଠି:ଆଶା, ଅଙ୍ଗନବାଡି କର୍ମୀଙ୍କୁ ଦିଅ ସାମାଜିକ ସୁବିଧା।

୧୪-କଟକ:ପାଳନ ହେବ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓଡିଶା ଶାଖାର ସୁବର୍ଣ୍ଣ ଜୟନ୍ତୀ, ମାର୍ଚ୍ଚ ୧ରେ ଯୋଗଦେବେ ରାଷ୍ଟ୍ରପତି।

୧୫-ଘଟଗାଁ:ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ କପି ଧରାଇଦେଲା AI : ବଦଳିଲେ ୩ ଅଧିକ୍ଷକ ଓ ପର୍ଯ୍ୟବେକ୍ଷକ।

୧୬-ପଶ୍ଚିମବଙ୍ଗ ସନ୍ଦେଶଖାଲି ଗସ୍ତ କଲେ ମାନବାଧିକାର ଆୟୋଗ ଟିମ୍।

୧୭-ଜୁଲାଇ ପହିଲାରୁ ଲାଗୁ ହେବ ୩ ନୂଆ ଫୌଜଦାରୀ ଆଇନ।

୧୮-ଲୋକସଭା ନିର୍ବାଚନ: ଫେବୃଆରୀ ୨୯ରେ ଶହେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେପି।

୧୯-ଭାରତ-ଇଂଲଣ୍ଡ ଟେଷ୍ଟ: ଭାରତ ୨୧୯/୭, ଇଂଲଣ୍ଡ ୩୫୩।

୨୦-ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୨ବର୍ଷ । ଯୁଦ୍ଧରେ ଛାରଖାର ହେବା ସତ୍ତ୍ୱେ ଲଢ଼େଇ ଜାରି ରଖିଛି ୟୁକ୍ରେନ।

. 🙏 ସୁପ୍ରଭାତ 🙏