March 7, 2026

ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସଚେତନତା ଶିବିର….

bjd9
Share

ବୋଲଗଡ଼,ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଧଳାପଥର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ନାରାୟଣ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ସମିତି ସଭ୍ୟ ବିଜୟ କୁମାର ସୁବୁଦ୍ଧି, ଅତିଥି ଭାବରେ ଏ ବି ଡି ଓ ରତିକାନ୍ତ ମିଶ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀକରୁଣାକର ସୁବୁଧି, ସୁରୁ ଚି ମାଡ଼ମ, ମହିଳା ଗୋଷ୍ଠୀ, ବୋଲଗଡ ବ୍ଲକ ସଭାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ଗୁଡିକ ଉପରେ ସଚେତନ କରାଇଥିଲେ। ଛୋଟ ପିଲାଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମହିଳା ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ ଏ ନ୍ ମ ମାନଙ୍କ ଦ୍ଵାରା ଷ୍ଟଲ ଖୋଲାଯାଇଥିଲା। ନୂଆ ଯୋଜନା ସ୍ଵୟଂ ମ ଉପରେ ମୁଖ୍ୟ ଅତିଥି ବର୍ଣ୍ଣନା କରିଥଲେ।ସମାଜ ସେବୀ ଭାଗିରଥି ଦାଶ ସଭା ପରିଚଳନା କରିବା ସହିତ କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ମତବ୍ୟକ୍ତ କରିଥିଲେ।ଏହି ସଚେତନତା ଶିବିର ରେ ଧଳାପଥର, କୋଦୁଆବେରେନି, ଠଣ। ପଲ୍ଲୀ ଓ ଗୋପିନାଥପୁର ର ମହିଳା ଗୋଷ୍ଠୀ ମାନେ ଯୋଗଦେଇଥିଲେ।ନୂଆ କରି ଭତା ପାଇଥିବା ବ୍ୟକ୍ତି ମନକୁ ଗୋଷ୍ଠୀ ଅଧିକାରୀ ଖାତା ପ୍ରଦାନ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)