March 12, 2026

 ମହିଳା ମାନଙ୍କ ସାମାଜିକ ଭାଗିଦାରୀ ମାଧ୍ୟମରେ ହିଁ ସମାଜର ପ୍ରକୃତ ବିକାଶ ହୋଇ ପାରିବ : ସସ୍ମିତା ଦାସ…

lkk
Share

 

ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଛୁରିଅନା ପଞ୍ଚାୟତ ଠାରେ ମଦର ଅନୁଷ୍ଠାନ ପକ୍ଷରୁ ଆୟୋଜିତ ନାରୀ ଶକ୍ତି ସମ୍ବର୍ଦ୍ଧନା ସମାରୋହ ମହାସମାରୋହରେ ଆୟୋଜିତ ହୋଇ ଯାଇଛି । ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା ପାଞ୍ଚ ଜଣ ମାଆ ମାନଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ମଦର ସ୍ୱେଚ୍ଛାସେବୀ ସଂଗଠର ସମ୍ପାଦିକା, ନୀଳକଇଁ ପତ୍ରିକାର ସମ୍ପାଦିକା, ବିଶିଷ୍ଟ ସମାଜସେବୀକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଶ୍ରୀମତୀ ସସ୍ମିତା ଦାସ ଯୋଗ ଯୋଗଦେଇ ପ୍ରତିକାତ୍ମ ଭାବରେ ଏକ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ପରିବେଶବିତ ତଥା କବି ଶୋଭାକର ବେହେରା ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ ଆମ ଦେଶର ମୋଟ୍ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଂଶ ହେଉଛନ୍ତି ମହିଳା। ଏଣୁ ଆମ ଦେଶର ପ୍ରଗତି ନିମନ୍ତେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ସଶକ୍ତିକରଣ କରିବାର ଆବଶ୍ୟକତା ରହିଛି। ଦେଶର ସାମଗ୍ରିକ ବିକାଶ ପାଇଁ ମହିଳାମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାର ପ୍ରୟୋଜନ ରହିଛି। ସମାଜରେ ନିଜକୁ ସୁରକ୍ଷିତ ମଣୁଥିବା ନାରୀଟିଏ ନିଜକୁ ଆତ୍ମନିର୍ଭରଶୀଳ କରିବା ସହିତ ସମାଜର ପ୍ରଗତିର ଯୋଗଦାନ କରିପାରିବ।
ମୁଖ୍ୟ ଅତିଥି ଶ୍ରୀମତୀ ଦାସ କହିଥିଲେ କି ମହିଳା ମାନଙ୍କ ସାମାଜିକ ଭାଗିଦାରୀ ମାଧ୍ୟମରେ ହିଁ ସମାଜର ପ୍ରକୃତ ବିକାଶ ହୋଇ ପାରିବ | ଯେତେବେଳେ ଗାଁ ଗହଳିର ସାଧାରଣ ମହିଳା ଟିଏ ରାସ୍ତାକୁ ପାଦ କାଢ଼େ ସେତେବେଳେ ସେ ପାଲଟି ଯାଇଥାଏ ଅନ୍ୟମାନଙ୍କ ପାଇଁ ପ୍ରେରଣା | ତାର ସେ ତ୍ୟାଗ, କର୍ମ ପ୍ରବଣତା ଓ ସେବା ମନୋଭାବ ତାର ପାରିପାର୍ଶିକ ପରିସ୍ଥିତିକୁ କରିଥାଏ ସୁସ୍ଥ, ସୁନ୍ଦର ଓ ସଶକ୍ତ | ମଦର ସଂଗଠନ ବିଭିନ୍ନ ସମୟରେ ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ମାଆ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମାଆ ମାନଙ୍କୁ ସମ୍ବର୍ଦ୍ଧିତ କରିଥାଏ । ନାରୀଟି ତାର ତ୍ୟାଗପୁତ ମହିମା ମଣ୍ଡିତ କାର୍ଯ୍ୟ ପାଇଁ ସଦା ବନ୍ଦନୀୟ ଓ ପ୍ରଶଂସନୀୟ । ମଦର ଅନୁଷ୍ଠାନ ମାଆ ମାନଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇ ସମ୍ବର୍ଦ୍ଧିତ କରି ନିଜକୁ ଧନ୍ୟ ମନେ କରୁଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧିତ ହୋଇଥିବା ପ୍ରତିଭା ମାନେ ହେଲେ ବନପ୍ରିୟା ବାରିକ ସଭାନେତ୍ରୀ ଉପକୂଳ ମହିଳା ମହାସଂଘ, ଅସ୍ତରଙ୍ଗ ବ୍ଳକ, ମଞ୍ଜୁଲତା ମଲ୍ଲିକ ସଭାନେତ୍ରୀ ଛୁରିଅନା ମହିଳା ମହାସଂଘ, ଏମ ବି କେ ଦ୍ରୌପଦୀ ବେହେରା, ସି ଆର ପି ରଶ୍ମିତା ନାୟକ ଏବଂ ଆଶା କର୍ମୀ ଚାରୂଲତା ବିଶ୍ୱାଳ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମଦର ସଙ୍ଗଠନ ପରିଚାଳନା ନିର୍ଦ୍ଧେଶକ ପ୍ରମୋଦ ଦାସଙ୍କ ସହ ଛୁରିଆନ ମହିଳା ମସଙ୍ଘର ସମସ୍ତ ସି ଆର ପି ଓ ଇ ସି ସଭ୍ୟା ମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମଦର ସଙ୍ଗଠନର ଜନସମ୍ପର୍କ ଅଧିକାରୀ ମିଲନ ପ୍ରଧାନ ।
(ଦୁଃଶାସନ ନାୟକ,ଅସ୍ତରଙ୍ଗ)