November 26, 2024

ଗୃହ ରାଷ୍ଟ୍ର ମନ୍ତ୍ରୀ ଙ୍କ ଦ୍ୱାରା ମ୍ୟାନଗ୍ରୁଭ ରିଟ୍ରିଟ ଉଦ୍ଘାଟିତ, ପ୍ରକୃତି ର ମଜା ନେବେ ଦେଶ ବିଦେଶର ପର୍ଯ୍ୟଟକ …

Share

 

ଅସ୍ତରଙ୍ଗ ,,ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଗଙ୍ଗା ଦେବୀ ଠାରେ ସୋମବାର ଦିନ ବନ ବିଭାଗ ପକ୍ଷରୁ୫କୋଟି ୧୮ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳ ରେ ଡିସେମ୍ବର ୨୦୨୨ରୁ ନିର୍ମାଣ ହୋଇଥିବା ମ୍ୟାନ ଗ୍ରୋଭ ରିଟ୍ରିଟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଏବଂ ପୁରୀ ଜିଲ୍ଲାପରିଷଦ ଉପାଦକ୍ଷ ସ୍ବାଧୀନ କୁମାର ନାୟକ ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଯେଉଁଠି ପ୍ରାକୃତିକ ପରିବେଶ ରେ ରହି ଅତ୍ୟାଧୁନିକ ସୁବିଧା, ସୁନ୍ଦର କଟେଜ ସାଙ୍ଗକୁ ସୁସ୍ୱାଦ ଖାଦ୍ୟ ଓ ବୋଟିଙ୍ଗ, ଖେଳକୁଦର ମଜା ନେବା ସହିତ ରାତ୍ରିର ନୀରବତା ସାଙ୍ଗକୁ ସକାଳର ସୁର୍ଯୋଦୟ ଓ ସନ୍ଧ୍ୟା ର ସୂର୍ଯ୍ୟ ଅସ୍ତ ସବୁକୁ ଉପଭୋଗ କରିବାର ନିଆରା ଅନୁଭୂତି ମିଳିବ । ସାରା ଅଞ୍ଚଳ ସିସିଟିଭି ସୁରକ୍ଷା ବଳୟ ଭିତରେ ରହିବା ସାଙ୍ଗକୁ ମନୋରଞ୍ଜନ ସମସ୍ତ ସୁବିଧା ସହ ରାଜ୍ୟ ସରକାର ଙ୍କ ଦ୍ୱାରା ଗଙ୍ଗାଦେବୀ ବେଳାଭୂମି ନିକଟରେ ଅତ୍ୟାଧୁନିକ ଆକର୍ଷଣୀୟ ମ୍ୟାନଗ୍ରୁଭୁ ରିଟ୍ରେଟ ଭଳି ନେଚର କ୍ୟାମ୍ପ ନିର୍ମାଣ ହୋଇଛି । ଏହା ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଏବଂ ଐତିହାସିକ ପୃଷ୍ଠଭୂମି ନେଇ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରି ପାରିବ । ଏଠାକୁ ଆସୁଥିବା ପର୍ଯ୍ୟଟକ ଗଙ୍ଗାଦେବୀ ନିକଟ ହେନ୍ତାଳ ବଣର ସୌନ୍ଦର୍ଯ୍ୟ ସାଙ୍ଗକୁ ଅସ୍ତରଙ୍ଗ ପୀରଜାହାନିଆ ବେଳାଭୂମି, ଚିତ୍ତବିନୋଦନ ପାଇଁ ଦେବୀ ନଦୀମୁହାଣ ହେନ୍ତାଳ ବଣ ମଧ୍ୟ ଭାଗରେ ପ୍ରବାହିତ ଶାଖା, ନଦୀରେ ବୋଟିଙ୍ଗର ମଜା ସହ ନାଲିକଙ୍କଡା ଓ ଦେଶ ବିଦେଶର ପକ୍ଷୀମାନଙ୍କୁ ଦେଖିବା ର ମଜା, ବେଳାଭୂମିରେ ବସି ଡ଼ଲଫିନଙ୍କ ଜଳକ୍ରୀଡା, ହରିଣଙ୍କ ଅବାଧ ବିଚରଣ, ସାମୁଦ୍ରିକ ଜଳରାଶିରେ ବିରଳ ଅଲିଭ ରିଡଲେ କଇଁଛଙ୍କ ସମାଗମର ଅପୂର୍ଵ ଦୃଶ୍ୟ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଏହି ରିଟ୍ରିଟ ସମ୍ବନ୍ଧରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଏବଂ , ସ୍ୱାଧୀନ ନାୟକ,ପୁରୀ ଜିଲ୍ଲାପରିଷଦ ଉପାଧକ୍ଷ କୁହନ୍ତି ଅଞ୍ଚଳ ବାସୀଙ୍କ ବହୁତ ଦିନ ର ଆଶା ପୂରଣ ହୋଇଛି ଓ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ଏହି ମ୍ୟାନଗ୍ରୁଭୁ ରିଟ୍ରେଟ ରେ ମାଛ, ଚିଙ୍ଗୁଡ଼ି, କଙ୍କଡା ପରି ତଟକା ସାମୁଦ୍ରିକ ଖାଦ୍ୟ ଖାଇବାର ସୁବିଧା ଥିବା ରୁ ପର୍ଯ୍ୟଟକ ଙ୍କୁ ପୁନର୍ବାର ଏଠାକୁ ଆସିବାକୁ ଏକ ପ୍ରକାର ବାଧ୍ୟ କରିବ । ଏଠାରେ ଯାତ୍ରୀ ପର୍ଯ୍ୟଟକମାନଙ୍କ ରାତ୍ରି ଯାପନ ପାଇଁ ୧୦ଟି ସିତତାପ ନିୟନ୍ତ୍ରିତ କଟେଜ ସାଙ୍ଗକୁ ଦିନ ରେ ବୋଟିଙ୍ଗ ର ମଜା ନେବା ବ୍ୟବସ୍ଥା କରାଯାଇଚି । ପୁରୀ ଡି ଏଫ ଓ ପି. ରାମସ୍ୱାମୀ, କୁହନ୍ତି
ବିଶ୍ୱ ଜଳବାୟୁ ପରିବର୍ତନ ଦ୍ୱାରା ହେଉଥିବା ସଙ୍କଟକୁ ରୋକୁ ଥିବା ହେନ୍ତାଳ ବନ ପାର୍ଶ୍ୱ ରେ ମ୍ୟାନଗ୍ରୁଭୁ ରିଟ୍ରେଟ ଏହି ପର୍ଯ୍ୟଟନ ଭିତ୍ତିଭୂମି କୁ ସୁଦୃଢ କରିବା ସହ ପୁରୀ ଜିଲ୍ଲା ସମେତ ଅସ୍ତରଙ୍ଗ ଅଞ୍ଚଳର ଅର୍ଥ ନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ । ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଙ୍କ ସହିତ ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ଡ଼ଃ ସଂଜିତ କୁମାର, ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ରାମସାମୀ ପି, ସହକାରୀ ବନ ସରଂକ୍ଷକ ଉତ୍ତମ କୁମାର ଗଡ଼ନାୟକ, ବନାଞ୍ଚଳ ଅଧିକାରିଣୀ ମୋନାଲିସା ମହାପାତ୍ର, ବନପାଳ ବଳରାମ ସାହୁ, ଦୁଇ ଜିଲ୍ଲା ପରିଷଦ ସଭ୍ୟା ସରସ୍ବତୀ ସ୍ୱାଇଁ, ବନିତା ବେହେରା, ସାଂସଦ ପ୍ରତିନିଧି ଚମ୍ପକ ବାରିକ, ସରପଞ୍ଚ କ୍ଷୀରୋଦ କାଣ୍ଡି,ପ୍ରମୁଖ ଉପସ୍ଥିତ ଥିଲେ।
(ଦୁଃଶାସନ ନାୟକ,ଅସ୍ତରଙ୍ଗ)

You may have missed