November 27, 2024

ବୁଗୁଡ଼ାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ…

Share


ବୁଗୁଡ଼ା :  ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ଯାଳୟରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଶୁଣାଣୀ କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ଏପିଡି ପ୍ରତାପ ଚନ୍ଦ୍ର ପ୍ରଧାନ , ଡେପୁଟି କଲେକ୍ଟର ଭାବତୋଷ ମଲ୍ଲିକ , ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଓ ଉପଖଣ୍ଡ ପୋଲିସ ଅଧିକାରୀ ବିଶ୍ବାମିତ୍ର ହରପାଲ୍ , ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଅବିଦା ପରବିନଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ପଞ୍ଜିକୃତ ୯୬ଟି ଅଭିଯୋଗ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ, ରାସନ କାର୍ଡ ନିମନ୍ତେ ଅଧିକାଂଶ ଅଭିଯୋଗ ସହ କୋଭିଡରେ ମୃତ୍ୟୁ ବରଣ କରିଥିବା ବୁଗୁଡ଼ା ବ୍ଲକ ତାକରଡ଼ା ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ ରବୀନ୍ଦ୍ରନାଥ ସେନାପତିଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ମିଳି ନଥିବା ନେଇ ତାଙ୍କର ବିଧବା ବିଧବା ପତ୍ନୀ ଧରିତ୍ରୀ ସେନାପତି ଆଜି ଫେରାଦ ହୋଇ ତାଙ୍କର ଦୁଃଖ ବଖାଣି ଥିଲେ l ସେହିପରି ବୁଗୁଡ଼ା ପିପୁଲ୍ସ କଲେଜ ପାଚେରୀ ନିର୍ମାଣରେ ୩ ଥର ମିଥ୍ୟା ବିଲ ହୋଇଥିବା, ମୋ ବଗିଚା ଯୋଜନାରେ ମହିଳା ହିତାଧିକାରୀଙ୍କ ଅର୍ଥ ଲୁଟ କରା ଯାଇଥିବା ଭଳି ସଙ୍ଗୀନ୍ ଅଭିଯୋଗମାନ ହୋଇଥିଲା l ଅଭିଯୋଗ ଗୁଡିକୁ ଗୁରୁତ୍ୱ ଦେଇ ତୁରନ୍ତ ତଦନ୍ତ ନିମନ୍ତେ ଏପିଡି ସ୍ଥାନୀୟ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । କାର୍ଯ୍ୟକ୍ରମକୁ ବିଡିଓ ସନ୍ତୋଷ କୁମାର ଜେନା ପରିଚାଳନା କରିଥିବା ବେଳେ ଜିପିଇଓ ମନୋଜ କୁମାର ସାହୁ ଓ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।