May 30, 2026

ଡାକ୍ତର ନାରାୟଣୀ ପଣ୍ଡା ଙ୍କୁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ତରଫରୁ ସମ୍ବର୍ଦ୍ଧନା…

Share


ସମ୍ବଲପୁରଡ.ନାରାୟଣୀ ପଣ୍ଡା ଆଜି ଅଞ୍ଚଳ ରେ ଜଣେ ଚର୍ଚ୍ଚିତ ଚେହେରା।ଦୀର୍ଘ ବର୍ଷ ଡାକ୍ତର ଭାବେ ସେବା ଯୋଗେଇ ସମ୍ବଲପୁର ରେ ନିଜର ସ୍ବତନ୍ତ୍ର ପରିଚୟ ହାସିଲ କରିଥିଲେ । ଚାକିରି ରୁ ଅବସର ଗ୍ରହଣ କରିବା ପରେ ଜୀବନ ରେ ଯାହା କିଛି ଅର୍ଜନ କରିଥିଲେ ସେ ସବୁକୁ ସେ ସମାଜର ବିକାଶ ପାଇଁ ଦାନ କରିଦେଇଛନ୍ତି।ଏପରିକି ନିଜ ବାସଗୃହ କୁ ମଧ୍ଯ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ କୁ ଛାତ୍ରୀ ନିବାସ କରିବା ଉଦ୍ଦେଶ୍ୟ ରେ ଦାନ କରିଦେଇଛନ୍ତି ।
ଏଭଲି ଜଣେ ଦେବୀ ତୁଲ୍ୟ ମହିଳା ସାମାଜିକ କର୍ମୀ ଙ୍କୁ ଅଞ୍ଚଳର ଅଗ୍ରଣୀ ସାମାଜିକ ସଙ୍ଗଠନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର କର୍ମକର୍ତ୍ତାଗଣ ମାନେ ତାଙ୍କ ଭୂତାପଡ଼ା ସ୍ଥିତ ବାସଭବନ କୁ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ମହିଳା ଶାଖା ସହ-ସଂଯୋଜିକା ଝୁନୁ ତ୍ରିପାଠୀ ଙ୍କ ନେତୃତ୍ବ ରେ ହୋଇଥିବା ଏହି ବିଶେଷ କାର୍ଯ୍ୟକ୍ରମ ରେ ପଙ୍କଜିନି ମେହେର, କାନ୍ତି ମେହେର, ସୁଜାତା ଗୁରୁ, ସ୍ଵସ୍ତିକା ନାୟକ, ତୃପ୍ତିମୟୀ ପଣ୍ଡା, ଯୁବ ସଂଯୋଜକ ଦେବାଶିଷ ବେହେରା, ମୁଖ୍ଯ ସଂଯୋଜକ ମାନସ ରଞ୍ଜନ ବକ୍ସି, ଆବାହକ ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।(ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ)

You may have missed