April 25, 2026

ପରମପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଶୁଭଜନ୍ମ ବାର୍ଷିକୀ ଉତ୍ସବ..

uyi
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଳକର ଚିତ୍ରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଟୁଗୁଡା ଗ୍ରାମରେ କୁସୁମୀ ସତସଙ୍ଗ କେନ୍ଦ୍ର ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗତ କାଲି ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଜନ୍ମବାର୍ଷିକୀ ମହା ସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ଶ୍ରୀ ଶ୍ରୀ ଠାକୁରଙ୍କ ସୁସଜ୍ଜିତ ରଥରେ ନଗର ପରିକ୍ରମା ହୋଇଥିଲା।ସୁଦୂର ରାଉରକେଲା ବାମରାରୁ ଆଗତ ଶ୍ରୀଶ୍ରୀଠାକୁରଙ୍କ ପୂତ ପାଞ୍ଜା ଧାରୀ ସହ ପ୍ରତି ଋତ୍ବିକ ଜୟନ୍ତ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ମୂଖ୍ୟ ବକ୍ତା ଶ୍ରୀ ଦାସ ଯୁଗ ପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆଗମନ ର ଉଦ୍ଦେଶ୍ୟ ବ୍ୟକ୍ତି ପରିବାର ସମାଜ ରାଷ୍ଟ୍ରରେ ଦେଖାଯାଉଥିବା ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ବିଭେଦ ଏବଂ ଶାନ୍ତି ପ୍ରତିଷ୍ଠା, ପିତା ପୁତ୍ର, ମାତା ପୁତ୍ର, ସ୍ବାମୀ ସ୍ତ୍ରୀ ଏବଂ ପ୍ରତ୍ୟେକ ବ୍ୟକ୍ତିର ଆଚାର୍ଯ୍ୟଙ୍କ ସାନ୍ନିଧ୍ୟେ ଚରିତ୍ର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ସତସଙ୍ଗ ପରିଚାଳକ ସପ୍ରଋ ଶ୍ରୀ ନିରଞ୍ଜନ ଆଚାର୍ଯ୍ୟ ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା ସମ୍ପର୍କରେ ଆଲୋଚନା କରି ପରିବାରରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା କରିଥିଲେ। ସପ୍ରଋ ଶ୍ରୀ ଅଶୋକ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମଧ୍ୟାହ୍ନରେ ଆନନ୍ଦ ବଜାର ଏବଂ ଅପରାହ୍ନରେ ପବିତ୍ର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଉତ୍ସବରେ କୋଟପାଡ଼, ବୋରିଗୁମ୍ମା, ଜୟପୁର, କୁନ୍ଦୁରା ଏବଂ ନବରଙ୍ଗପୁର ଅଞ୍ଚଳରୁ ଅନ୍ୟୁନ ୪ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ସ୍ଥାନୀୟ ବିଧାୟକ ଶ୍ରୀମତୀ ପଦ୍ମିନୀ ଦିଆନ, କୋରାପୁଟ ଜିଲ୍ଲା ଆଦିବାସୀ ପରିଷଦ ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝି ଜ଼ିଲ୍ଲା ଭତରା ବିକାଶ ସଭାପତି ଶ୍ରୀ ନୀଳକଣ୍ଠ ପୂଜାରୀ ,ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇଥିଲେ। କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I